କପଡା ଧୋଇବାକୁ କହିବାରୁ ସ୍ବାମୀ ଉପରକୁ ଗରମ ପାଣି ଫୋପାଡି ମାଡ ମାରିଲା ସ୍ତ୍ରୀ

Published: Dec 22, 2020, 4:21 pm IST

ପାନୀପତ : ହରିୟାଣାର ପାନୀପତରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ମଡେଲ୍‌ ଟାଉନ୍‌ ଥାନା କ୍ଷେତ୍ରର କଶ୍ୟପ୍‌ କଲୋନୀର ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିବାରୁ ସ୍ତ୍ରୀ ଜଣକ ରାଗରେ ସ୍ବାମୀ ଉପରେ ଗରମ ପାଣି ଫୋପାଡି ଥିଲେ । ଏହା ପରେ ଫ୍ରାଇଙ୍ଗ୍‌ ପ୍ୟାନ୍‌ରେ ମାଡ ମଧ୍ୟ ମାରିଛନ୍ତି । ସ୍ବାମୀ ଜଣକ ଗୁରୁତର ଅବସ୍ଥାରେ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହରିୟାଣା ପୋଲିସ୍‌ ଏହି ମାମଲାର ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁତର ହୋଇଥିବା ସ୍ବାମୀଜଣକ ହେଉଛନ୍ତି ଜସବୀର ସିଂ । ସେ ମାତା ଜାଗରଣ ଟୋଲିର ଜଣେ ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ । ଲକ୍‌ଡାଉନ୍‌ କାରଣରୁ ଜାଗରଣ ପାର୍ଟି ବନ୍ଦ ହୋଇଯାଇଛି । ସେ ଏବେ ମୂଲ ମଜୁରୀ ଲାଗୁଛନ୍ତି । ତାଙ୍କର ପାଞ୍ଚ ଝିଅ ଓଗୋଟିଏ ପୁଅ । ତିନି ଝିଅଙ୍କର ବାହାଘର ହୋଇଯାଇଥିବାବେଳେ ଘରେ ସ୍ତ୍ରୀ ନିର୍ମଳା ଓ ଦୁଇ ସନ୍ତାନ ଅଛନ୍ତି ।

ଜସବୀର୍‌ କହିଛନ୍ତି ଯେ, ରାତ୍ର 9ଟା ସମୟରେ ସେ ଘରେ ପହଞ୍‌ଚିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିଥିଲେ । କିନ୍ତୁ ରାତ୍ରି ହେବା ପରେ ବି କପଡା ଧୁଆ ହୋଇନଥିଲା । ସେ ରାତ୍ରିରେ ଘରେ ପହଞ୍ଚି ସ୍ତ୍ରୀଙ୍କୁ କପଡା ଧୋଇବାକୁ କହିଥିଲେ । ସେହି ସମୟରେ ସ୍ତ୍ରୀ ରୋଷେଇ ଘରେ ଗ୍ୟାସ୍‌ରେ ପାଣି ଗରମ କରୁଥିଲେ । କପଡା ଧୋଇବାକୁ କହିବା ମାତ୍ରକେ ସ୍ତ୍ରୀ ରାଗରେ ଗରମ ପାଣି ଜସ୍‌ବୀରଙ୍କ ଉପରକୁ ଫୋପାଡିଥିଲେ । ଏହାପରେ ଫ୍ରାଇିଂ ପ୍ୟାନ୍‌ ଉଠାଇ ତାଙ୍କ ମୁଣ୍ଡକୁ ମାରିଥିଲେ ।  ଗରମ ପାଣିପଡି ଜସବୀରଙ୍କ ବେକ, ହାତ, କାନ ଆଜି ପୋଡିଯାଇଛି । ତାଙ୍କଭାଇ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ପୋଲିସ୍‌ ଆଇପିସି 323, 324 ଓ 506 ଧାରାରେ ସ୍ତ୍ରୀଙ୍କ ବିରୋଧରେ ମାମଲା ଦାଏର କରିଛି । (ଏଜେନ୍ସି)

Related posts