କେନ୍ଦୁଝର: ଟଙ୍କାର ହିସାବ ନ ଦେଇପାରିବାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ଘଟିଛି । ମିଳିଥିବା ସୂଚନା ଅନୁସାରେ, ସ୍ୱାମୀ ଜଣକ ଦାଦନ ଖଟି ୬୦୦୦ଟଙ୍କା ଆଣି ସ୍ତ୍ରୀକୁ ଦେଇଥିଲା । ମାତ୍ର ଏଥିରୁ ୨ହଜାର ଟଙ୍କାର ହିସାବ ଠିକ୍ରେ ଦେଇ ନପାରିବାରୁ ସ୍ୱାମୀ ଜଣକ ରାଗରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ପୋଲିସ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ।


