Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ
ଆଜିର ଖବର

ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ

April 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ଚ଼େତନା ଅନୁଷ୍ଠାନ ପକ୍ଷରୁ ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଚ଼େତନା ସ୍ବତନ୍ତ୍ର ବିଦ୍ୟାଳୟର‌ ବିଦ୍ୟାର୍ଥୀ ମାନେ ଆମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ତା’ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ସଭା ପ୍ରାରମ୍ଭରେ ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟଭୁଷଣ ମହାପାତ୍ର ବିଶ୍ବ ସ୍ବପରାୟଣତା ସଚ଼େତନତା ଦିବସ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ।

ଅତିଥି ଭାବେ ଖ୍ୟାତନାମା ମନସ୍ତତ୍ତ୍ୱବିଦ୍ ତଥା ଚ଼େତନା ଅନୁଷ୍ଠାନ ପରିଚାଳନା କମିଟି ସଦସ୍ୟ ପ୍ରଫେସର ଡ଼ଃ ଗୋପାଳ କୃଷ୍ଣ ନନ୍ଦ, ସମ୍ ଅଲଟିମେଟ ମେଡ଼ି କେୟାରର‌ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିରାଜ ମୋହନ ମିଶ୍ର, ୟୁଜିସି, ୟୁପିଏସସି, ଏଆଇସିଟିଇ ର ମୁଖପାତ୍ର ପ୍ରଫେସର ଡ଼ଃ ଜ୍ୟୋତିର୍ମୟ ମହାପାତ୍ର, ସମାଜସେବୀ ତଥା ଶିଶୁ ବିକାଶ ପରାମର୍ଶଦାତା ପ୍ରଫେସର ପି.ଯଶୋଧାରା, ସମାଜ ସେବୀ ତଥା ଆଇନଜୀବୀ ମନସ୍ମିତା ଜେନା ଯୋଗ ଦେଇ ସ୍ବପରାୟଣତା କ’ଣ, ତାହା କିପରି ରୋକାଯାଇପାରିବ, ଅଟିଜିମ୍ ବିଦ୍ୟାର୍ଥୀ ମାନଙ୍କ ସହ ଉତ୍ତମ ବ୍ୟବହାର ଓ ମିଳାମିଶା କଲେ, ସେମାନଙ୍କର ଉନ୍ନତି ହେବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ। ଅଟିଜିମ ବିଦ୍ୟାର୍ଥୀ ମାନଙ୍କୁ କେମିତି ଶିକ୍ଷା ଦିଆଯାଇପାରିବ, ସେହି ବିଷୟରେ ପରାମର୍ଶ ଦେବା ସହ ସଚ଼େତନତା ବାର୍ତ୍ତା ଅତିଥି ମାନେ ଦେଇଥିଲେ।

ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସ୍ବତନ୍ତ୍ର ଶିକ୍ଷା ବିଭାଗୀୟ‌ ମୁଖ୍ୟ ପ୍ରଫେସର ଡ଼ଃ ଭାଗିରଥି ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଶେଷରେ ଚ଼େତନା ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଦିବସକୁ ପାଳନକରିବା ଏବଂ ସାମାଜିକ ସଚେତନତା କରିବା ଉଦେଶ୍ୟରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ବିଦ୍ୟାର୍ଥୀ ଇଷତ ନୀଳ ରଙ୍ଗର ପୋଷାକ ପରିଧାନ କରିଥିଲେ ଏଥିସହିତ ସଂପୂର୍ଣ୍ଣ ଚେତନା ଅନୁଷ୍ଠାନକୁ ଇଷତ ନୀଳ ରଙ୍ଗର ପତାକା ଏବଂ ଇଷତ ନୀଳ ରଙ୍ଗର ଆଲୋକରେ ସୁସଜିତ କରାଯାଇଥିଲା।

ଚ଼େତନା ଅନୁଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026
Latest News

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.