Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସ
ଆଜିର ଖବର

ଲୋକସଭା ନିର୍ବାଚନରେ ମତଦାନ ହାର ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସ

April 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bihar Election 2025
Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: କମ୍‌ ମତଦାନ ହାର ରହିଥିବା ୧୧ଟି ରାଜ୍ୟର ନିର୍ଦ୍ଦିଷ୍ଟ ସହରାଞ୍ଚଳ ମହାନଗର ନିଗମ ଆୟୁକ୍ତ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମତଦାନ ହାର ବୃଦ୍ଧି ପାଇଁ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି। ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନରେ ଆସନ୍ତାକାଲି ବୈଠକ ଆୟୋଜନ କରାଯିବ। ଏଥିରେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ମତଦାନ ହାର ବୃଦ୍ଧି ପାଇଁ ଉପାୟ ସମ୍ପର୍କରେ ଆଲୋଚନା ହେବ। ନିର୍ଦ୍ଦିଷ୍ଟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କମ୍‌ ମତଦାନ ହାର ସମସ୍ୟା ଉପରେ ଆଲୋଚନା କରାଯିବା ସହିତ ଲକ୍ଷ୍ୟ ଆଧାରିତ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ବିଚାରବିମର୍ଶ କରାଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଯୋଗ ଦେବେ।

ପୂର୍ବରୁ ଅନୁଷ୍ଠିତ କେତେକ ବିଧାନସଭା ନିର୍ବାଚନରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ତାହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୁକ୍ତ ରାଜୀବ କୁମାର କମ୍‌ ମତଦାନ ହାର ପାଇଁ ଅନେକ ସମୟରେ ସହରାଞ୍ଚଳ ଅନିଚ୍ଛା ଏବଂ ଗ୍ରାମାଞ୍ଚଳରୁ ପ୍ରବାସକୁ ଦାୟୀ କରିଛନ୍ତି।

୨୦୧୯ ଲୋକସଭା ସାଧାରଣ ନିର୍ବାଚନରେ ଜାତୀୟ ସ୍ତରରେ ମତଦାନ ହାର ୬୭.୪୦% ରହିଥିବା ବେଳେ ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ର, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ତେଲଙ୍ଗାନା, ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର ଏବଂ ଝାଡ଼ଖଣ୍ଡ ଆଦି ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହା ଠାରୁ କମ୍‌ ମତଦାନ ହାର ଦେଖିବାକୁ ମିଳିଥିଲା। ଯେଉଁଠି ୫୦ଟି ସଂସଦୀୟ କ୍ଷେତ୍ରରେ କମ୍‌ ମତଦାନ ହାର ଥିଲା ସେଥିମଧ୍ୟରୁ ୧୭ଟି କ୍ଷେତ୍ର ବଡ଼ ମହାନଗର ଅଞ୍ଚଳ ଥିଲା ଯାହାକି ସହରାଞ୍ଚଳ ଅନିଚ୍ଛାର ଏକ ଦୁର୍ଭାଗ୍ୟଜନକ ଧାରାକୁ ପ୍ରତିଫଳନ କରିଥାଏ।

କମ ମତଦାନ ହାର ରହିଥିବା ୯ଟି ରାଜ୍ୟର ୫୦ରୁ ଅଧିକ ଗ୍ରାମୀଣ ସଂସଦୀୟ କ୍ଷେତ୍ରକୁ ଚିହ୍ନଟ କରାଯାଇଛି ଏବଂ ଏସବୁ କ୍ଷେତ୍ରରେ ମତଦାନ ହାର ସୁଧାର ପାଇଁ ବୈଠକରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବିଚାରବିମର୍ଶ କରାଯିବ ଓ ରଣନୀତି ବିକାଶ କରାଯିବ।

ଏହି ବୈଠକରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପୁଣେ, ଠାଣେ, ନାଗପୁର, ପଟନାସାହିବ, ଲକ୍ଷ୍ନୌ ଓ କାନପୁରର ମହାନଗର ନିଗମ ଆୟୁକ୍ତଙ୍କ ସମେତ ବିହାର ଓ ଉତ୍ତରପ୍ରଦେଶର ନିର୍ଦ୍ଦିଷ୍ଟ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଅବସରରେ ଆୟୋଗଙ୍କ ଦ୍ୱାରା ମତଦାତାଙ୍କ ଉଦାସୀନତା ଉପରେ ଏକ ପୁସ୍ତିକା ଉନ୍ମୋଚନ କରାଯିବ।

eci election 2024 Lok Sabha Election vote
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.