Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ଆଜିର ଖବର

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

April 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ ହୋଇଯାଇଛି। ୨୦୨୪ ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେମିନାରରେ ୪ଟି ବିଶ୍ୱବିଦ୍ୟାଳୟର ବିଶିଷ୍ଟ କୁଳପତି ଓ ଅନ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ପ୍ରଫେସର ଶ୍ରୀନିବାସ ବରାଖେଡି, ତିରୁପତିସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜିଏସଆର କ୍ରିଷ୍ଣା ମୂର୍ତ୍ତି, ରାମଟେକସ୍ଥିତ କବି କୁଳଗୁରୁ କାଳିଦାସ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେରାମ ତ୍ରିପାଠୀ, ବିହାରର କାମେଶ୍ୱର ସିଂହ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଲକ୍ଷ୍ମୀ ନିବାସ ପାଣ୍ଡେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପ୍ରଫେସର ଭି.ସି.ଝା ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ସମ୍ମିଳନୀର ଆବାହକ ତଥା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ତଥା ଅର୍ଥ ଅଧିକାରୀ ପ୍ରଫେସର ନରସିଂହ ଚରଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।

ଓଡ଼ିଶା କେନ୍ଦ୍ରୀୟ କୁଳପତି ପ୍ରଫେସର ତ୍ରିପାଠୀ ସମ୍ମିଳନୀ ପାଇଁ ଶୁଭେଚ୍ଛା ଜଣାଇବା ସହ ସମ୍ମିଳନୀର ଅଭିଭାଷଣ ବେଶ୍ ଫଳପ୍ରଦ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ପ୍ରଫେସର ଏନ୍ ସି ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଏକ ନିଆରା ଆଲୋଚନାଚକ୍ର ଯେଉଁଥିରେ ଗୋଟିଏ ମଞ୍ଚରେ ୫ ଜଣ ବିଶିଷ୍ଟ କୁଳପତି ଉପସ୍ଥିତ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ବରଖେଡି କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ ବରଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ସଂସ୍କୃତ ଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଯଦି ଆମେ ବିକଶିତ ଭାରତକୁ ହାସଲ କରିବାକୁ ଚାହୁଁଛୁ, ତେବେ ଆମକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମେତ ସମସ୍ତ ବିଭାଗର ପ୍ରାଚୀନ ଭାରତୀୟ ପରମ୍ପରାକୁ ପୁନରୁଦ୍ଧାର କରିବାକୁ ହେବ।

ଭାରତ ଅର୍ଥନୈତିକ ଦୃଷ୍ଟିରୁ ଏକ ସମୃଦ୍ଧ ଦେଶ ଥିଲା କିନ୍ତୁ ବିଭିନ୍ନ ବିଦେଶୀ ଆକ୍ରମଣରୁ ଲୁଟ୍ ଯୋଗୁଁ ପରବର୍ତ୍ତୀ ସମୟରେ ଏହାର ମେରୁଦଣ୍ଡ ଭାଙ୍ଗି ପଡିଥିଲା। କିନ୍ତୁ ଆମେ ବିକାଶ ପାଇଁ ଲଢ଼େଇ କରିବୁ। ଏଥିପାଇଁ ସ୍ୱଦେଶୀ ଜ୍ଞାନର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି।
ପ୍ରଫେସର କ୍ରିଷ୍ଣା ମୂର୍ତ୍ତି ତାଙ୍କ ଅଭିଭାଷଣରେ ଦେଶରେ ସାମଗ୍ରିକ ସାହିତ୍ୟର ବିକାଶ ପାଇଁ ସଂସ୍କୃତ ଭାଷା ଓ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ସଂସ୍କୃତ ଭାଷାକୁ ବହୁମୁଖୀ ଏବଂ ଅଧ୍ୟୟନ ପାଇଁ ସମସ୍ତ ବିଷୟ ସହିତ ମିଶ୍ରଣ କରାଯିବା ଉଚିତ୍। ବୃକ୍ଷରୋପଣ ଓ ବିଜ୍ଞାନ ପରସ୍ପର ସହ ଜଡ଼ିତ। ତେଣୁ ବୃକ୍ଷରୋପଣ ଦ୍ୱାରା ବୈଜ୍ଞାନିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଆନ୍ତର୍ଜାତିକ ଆଲୋଚନାଚକ୍ର ସମଗ୍ର ବିଶ୍ୱରେ ସଂସ୍କୃତ ଭାଷାର ବିକାଶ ଦିଗରେ ବେଶ୍ ଫଳପ୍ରଦ ଓ ସହାୟକ ହେବ ବୋଲି ପ୍ରଫେସର ହରେରାମ ତ୍ରିପାଠୀ ଆଶାବ୍ୟକ୍ତ କରିଥିଲେ। ପ୍ରଫେସର ପାଣ୍ଡେ ଭାରତୀୟ ପାରମ୍ପରିକ ଜ୍ଞାନ ପ୍ରଣାଳୀର ବିକାଶ ସହ ଜ୍ଞାନ ଓ ଐତିହ୍ୟରେ ସମୃଦ୍ଧ ସଂସ୍କୃତ ଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଝା କହିଥିଲେ ଯେ ସେମିନାରର କାର୍ଯ୍ୟକଳାପକୁ ସଠିକ ଭାବରେ ଦସ୍ତାବିଜ କରାଯାଇ ଦେଶକୁ ପ୍ରଦର୍ଶିତ କରାଯିବା ଉଚିତ ଯାହା ଦ୍ୱାରା ଏହି ସେମିନାର ଅନନ୍ୟ ହେବ। ସଂସ୍କୃତ ଅଧ୍ୟାପକ ଡ. ବୀରେନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ। ଉଦ୍ ଘାଟନୀ ସମାରୋହରେ ସମଗ୍ର ଭାରତବର୍ଷର ବହୁ ପ୍ରତିନିଧି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଉଦ୍ ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ମାଣ୍ଡିଆ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ଅନ୍ତର୍ଜାତୀୟ ସମ୍ମିଳନୀ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍କୃତ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026
Latest News

୧୦% ବୈଶିକ ଶୁଳ୍କ ଲାଗୁ କଲା ଆମେରିକା: ଜାଣନ୍ତୁ ଭାରତ ଉପରେ କ’ଣ ପଡ଼ିବ ଏହାର ପ୍ରଭାବ? 

February 21, 2026

ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ମାଛ ଧରା ପାଇଁ ପ୍ରବେଶ ପାସ ଶୁଭାରମ୍ଭ କଲେ ରାଜୀବ ରଞ୍ଜନ ସିଂହ

February 21, 2026

ସରକାରୀ କଲେଜରେ ପଢାଉଛନ୍ତି ୧୭୫୩ ଅତିଥି ଅଧ୍ୟାପକ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

February 21, 2026

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.