ପୁଣି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଝଟକା!: ଏହି ଆବେଦନକୁ ଖାରଜ କଲେ କୋର୍ଟ

Published: Apr 10, 2024, 11:33 am IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସପ୍ତାହରେ ୫ ଥର ଜେଲରେ ଓକିଲମାନଙ୍କୁ ଭେଟିବାକୁ ଦାବି କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦୀର୍ଘ ଦିନ ଧରି ଜେରା ପରେ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଥିଲେ। ଏହା ପରେ ଏପ୍ରିଲ ୧ ତାରିଖରେ କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ଗିରଫକୁ AAP ସଂଯୋଜକ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ। ତେବେ ମଙ୍ଗଳବାର ଦିନ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଆଜି ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ।

Related posts