Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଏବେ ଜିଓ ନେଟୱାର୍କରେ ୧.୫ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ଏବେ ଜିଓ ନେଟୱାର୍କରେ ୧.୫ କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା: ଟ୍ରାଇ ତଥ୍ୟ

April 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଜୟଯାତ୍ରା ଜାରି ରଖିଥିବା ରିଲାଏନ୍ସ ଜିଓ ରାଜ୍ୟରେ ସଫଳତାର ଆଉ ଏକ ମାଇଲ୍ଖୁଣ୍ଟ ହାସଲ କରିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଜିଓର ମୋବାଇଲ୍ ଗ୍ରାହକ ସଂଖ୍ୟା ଫେବୃୟାରୀ ଶେଷ ସୁଦ୍ଧା ୧.୫ କୋଟି ଅତିକ୍ରମ କରିଛି। ତଥ୍ୟ ଅନୁଯାୟୀ, ଫେବୃୟାରୀ ମାସରେ ଓଡ଼ିଶାରେ ଜିଓ ସର୍ବାଧିକ ୮୭,୦୦୦ରୁ ଅଧିକ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହ ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ଦେଢ଼ କୋଟିରୁ ଅଧିକ ହୋଇଛି। ଫେବୃୟାରୀ ଶେଷ ସୁଦ୍ଧା ଓଡ଼ିଶାରେ ଏୟାରଟେଲର ୧.୧୫ କୋଟି ମୋବାଇଲ ଉପଭୋକ୍ତା ରହିଥିବା ବେଳେ ବିଏସଏନଏଲର ୫୪.୪୭ ଲକ୍ଷ ଏବଂ ୱି (ଭୋଡାଫୋନ୍ ଆଇଡିଆ) ର ୧୪.୫୩ ଲକ୍ଷ ମୋବାଇଲ ଉପଭୋକ୍ତା ରହିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟରୁ ଜଣାପଡିଛି।

ଜାତୀୟ ସ୍ତରରେ ମଧ୍ୟ ଫେବୃୟାରୀ ମାସରେ ଜିଓ ସର୍ବାଧିକ ୩୬ ଲକ୍ଷ ଉପଭୋକ୍ତା ଯୋଡ଼ିଛି। ଏଥି ସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୪୬.୭୫ କୋଟିରୁ ଅଧିକ ହେବା ସହ ଜିଓ ଭାରତରେ ୪୦ ପ୍ରତିଶତରୁ ଅଧିକ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ହାସଲ କରିଛି।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ପ୍ରାୟ ୪୫% ଉପଭୋକ୍ତା ବଜାର ଅଂଶ ଏବଂ ୫୨% ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି। ସାରା ରାଜ୍ୟରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି, ଦୁର୍ଗମ ଅଂଚଳରେ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସୁଲଭ ଜିଓ ଭାରତ ୪ଜି ଫୋନ୍‌‌ର ବ୍ୟାପକ ଲୋକପ୍ରିୟତା ବଳରେ ରାଜ୍ୟରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓସିନେମା, ଜିଓଟିଭି, ଜିଓ ସାଭନ ଭଳି ପ୍ରିମିୟମ ଆପ୍ପ ଏବଂ ୟୁପିଆଇ ପେମେଂଟ ସୁବିଧା ଭଳି ଅନେକ ଆକର୍ଷଣୀୟ ଫିଚର ପାଇଁ ଜିଓ ଭାରତ ୪ଜି ଫୋନ୍ ରାଜ୍ୟର ଗ୍ରାମାଞ୍ଚଳ ତଥା ସୁଲଭ ମୂଲ୍ୟରେ ୪ଜି ଫୋନ ଅନ୍ୱେଷଣ କରୁଥିବା ଲୋକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଛି।

ଜିଓ ନିକଟରେ ଏହାର ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି। ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

ଓଡିଶା ଟ୍ରାଇ ତଥ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.