Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ
ଆଜିର ଖବର

ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ

April 11, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍‌ଫେଡ୍ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ।

ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନାପୋଡ ଦିବସ। ଏହି ଦିବସକୁ ଧୁମ୍‌ଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ୱରେ ଆଦୃତ କରାଇବା ପାଇଁ ଓମ୍‌ଫେଡ୍ ପକ୍ଷରୁ ପାଳିତ ହେଉଛି ଛେନାପୋଡ ଦିବସ। ଏହା ଯେ କେବଳ ଜନସାଧାରଣଙ୍କର ପ୍ରିୟ ଖାଦ୍ୟ, ତାହା ନୁହେଁ, ଦୁଗ୍ଧ ଜାତୀୟ ଜିନିଷ ଜଗତର ନାଥ ଜଗନ୍ନାଥଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ନିକଟରେ ମଧ୍ୟ ଭୋଗ କରାଯାଏ। ତେଣୁ ଏହାକୁ ସ୍ୱାଦିଷ୍ଠ, ସାତ୍ୱିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ। ପୁରାଣ ଯୁଗରୁ ପ୍ରଭୁ ଶ୍ରୀକୃଷ୍ଣଙ୍କର ଦୁଗ୍ଧ, ସର, ଲବଣି ଆଦି ପ୍ରିୟ ଖାଦ୍ୟ ଥିବା ସମସ୍ତେ ଜାଣନ୍ତି। ସ୍ୱୟଂ ଜଗତରନାଥ ଜଗନ୍ନାଥ କାଞ୍ଚି ଅଭିଯାନ ବେଳେ ମାଣିକପାଟଣାଠାରେ ମାଣିକା ଗଉଡଣୀଠାରୁ ଦହି ଖାଇଥିବା କିମ୍ବଦନ୍ତୀ ରହିଛି। ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ ତାର ଅଗଣିତ ଗ୍ରାହକମାନଙ୍କୁ ଗୁଣାତ୍ମକ ଘିଅ, ଖଟା ଦହି, ମିଠା ଦହି, ଛେନା, ପନିର, ରାବିଡ, ଛେନାପୋଡ, ଆଇସ୍‌କ୍ରିମ୍ ଆଦି ଆମ ପାରମ୍ପାରିକ ଖାଦ୍ୟ ଯୋଗାଇ ଆସୁଛି। କେବଳ ଛେନାପୋଡ ନୁହେ, ଓମ୍‌ଫେଡର ସମସ୍ତ ଉତ୍ପାଦକୁ ଲୋକାଭିମୁଖୀ ଏବଂ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛି ପ୍ରୟାସ।

ପାରମ୍ପାରିକ ଛେନାପୋଡ କିପରି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟକର ହେବା ସହ ଏହାର ଗୁଣାତ୍ମକମାନ ବଜାୟ ରହିପାରିବ, ସେ ସଂପର୍କରେ ଦକ୍ଷ ଓ ତାଲିମ ପ୍ରାପ୍ତ ଛେନାପୋଡ କାରିଗର ତଥା ପ୍ଲାଣ୍ଟ ପରିଚାଳକ ମୃତ୍ୟୁଞ୍ଜୟ କୁମାର ବର୍ଣ୍ଣନା କରିଥିଲେ। ଏଥିରେ କଣ କଣ ଏବଂ କେତେ ପରିମାଣର ଅନ୍ୟ ଉପଦାନ ମିଶିଲେ ତାହା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ହେବା ସହ ଗୁଣାତ୍ମକ ମାନ ବଜାୟ ରହିପାରିବ ସେ ସଂପର୍କରେ ବୁଝାଇଥିଲେ। ଖାଲି ସେତିକି ନୁହେଁ, ଉପସ୍ଥିତ ଅତିଥିମାନଙ୍କୁ ଓମ୍‌ଫେଡ୍ ଦ୍ୱାରା ପ୍ରସ୍ତୁତ ଛେନାପୋଡ ମଧ୍ୟ ଖାଇବାକୁ ଦିଆଯାଇଥିଲା। ଛେନା ପୋଡର ଲମ୍ବା ଐତିହ ସଂପର୍କିତ ଏକ ବୃତଚିତ୍ର ପ୍ରଦର୍ଶିତ କରାଯାଇଥିଲା।

ଗୋଷ୍ଠୀ ସହଭାଗିତାରେ ବିଶ୍ୱ ଛେନାପୋଡ ଦିବସକୁ ଧୁମ୍‌ଧାମରେ ପାଳନ କରିବା ପାଇଁ ଓମ୍‌ଫେଡ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି । ପାରମ୍ପାରିକ ସ୍ୱାଦ, ଗୋଷ୍ଠୀର ଆଗ୍ରହ ଆମର ଲକ୍ଷ୍ୟ। ଓଡିଆ ପରମ୍ପରା ଓ ଖାଦ୍ୟ ମାଧ୍ୟମରେ ଓମ୍‌ଫେଡ୍ ସାଧାରଣ ନାଗରିକଙ୍କ ସହ ସଂପର୍କକୁ ଆହୁରି ସୁଦୃଢ କରିବାଳକୁ ଆରମ୍ଭ କରିଛି ପ୍ରୟାସ। ଆସନ୍ତୁ, ମିଳିମିଶି ବିଶ୍ୱ ଛେନାପୋଡ ଦିବସକୁ ପାଳନ କରିବା ଆଉ ଆମ ପାରମ୍ପାରିକ ଖାଦ୍ୟ ଛେନାପୋଡର ଐତିହକୁ ମନେ ପକାଇବା।

ଓମ୍‌ଫେଡ ସହରାଂଚଳଠାରୁ ଆରମ୍ଭ କରି ଗ୍ରାମାଚଂଳ ଲୋକଙ୍କ ନିକଟରେ ତାର ପ୍ରତ୍ୟେକ ଉତ୍ପାଦ ପହଞ୍ଚାଇବାକୁ ପ୍ରତିଶୃତି ବଦ୍ଧ। ଗୁଣାତ୍ମମାନରେ କୌଣସି ସାଲିସ୍ କରାଯବି ନାହିଁ। ଓମ୍‌ଫେଡ୍‌ର ପ୍ରତ୍ୟେକ ଉତ୍ପାଦର ଗୁଣାତ୍ମକ ମାନ ଓ ଶୁଦ୍ଧତା ବଜାୟ ରଖିବା ସହ ସୁଲଭ ମୂଲ୍ୟରେ ଓଡିଶାର ଘରେ ଘରେ କିପରି ପହଞ୍ଚିବ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଚାହିଦା ଯେତିକି ବୃଦ୍ଧି ପାଇବ, ଗ୍ରାମାଞ୍ଚଳ ଦୁଗ୍ଧଚାଷୀ ସମୂହର ଆର୍ଥିକ ବିକାଶ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି ଚାଷୀ ଓ ଗ୍ରାହକମାନଙ୍କୁ ଛେନାପୋଡ ଦିବସର ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି ଓମ୍‌ଫେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଏହି ଅବସରରେ ଓମ୍‌ଫେଡ୍‌ର ଦୁଇ ଜଣ ଛେନାପୋଡ କାରିଗରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓମ୍‌ଫେଡ୍‌ର ସମସ୍ତ ଅଧିକାରୀ, କର୍ମଚାରୀ, କ୍ଷେତ୍ର କର୍ମଚାରୀ ଉପସ୍ଥିତ ଥିଲେ। ବୈଷୟିକ ପରାମର୍ଶଦାତା ଡକ୍ଟର ଦିଗମ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଓମ୍‌ଫେଡ଼ ବିଜୟ ଅମୃତା କୁଲାଙ୍ଗେ ବିଶ୍ୱ ଛେନାପୋଡ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Latest News

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.