Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ଜମି ଦଖଲ କରିନାହିଁ ଚୀନ, କିନ୍ତୁ ପରିସ୍ଥିତି ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ରହିଛି: ବୈଦେଶିକ ମନ୍ତ୍ରୀ
ଆଜିର ଖବର

ଭାରତର ଜମି ଦଖଲ କରିନାହିଁ ଚୀନ, କିନ୍ତୁ ପରିସ୍ଥିତି ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ରହିଛି: ବୈଦେଶିକ ମନ୍ତ୍ରୀ

April 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମୟ ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ବିଷୟରେ ଆଲୋଚନା ହେଉଛି। ଦେଶ ବର୍ତ୍ତମାନ ନିର୍ବାଚନ ମୋଡରେ ଅଛି ଏବଂ ଚୀନ୍ ପ୍ରସଙ୍ଗ ନିର୍ବାଚନର ମୁଖ୍ୟ ପାଲଟିଛି। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଚୀନ୍ ଭାରତ ସୀମାରେ ପ୍ରବେଶ କରିଛି। ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଚୀନ୍ ଆମ ଜମି ଦଖଲ କରିନାହିଁ କିନ୍ତୁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ରହିଛି।

ପୁଣେରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜୟଶଙ୍କର କହିଛନ୍ତି ଯେ, ଉଭୟ ଦେଶର ସୈନ୍ୟବାହିନୀ କେବେବି LAC ରେ ନାହାଁନ୍ତି, ସୈନ୍ୟବାହିନୀ ନିଜ ନିଜ ପକ୍ଷରୁ ଏହାଠାରୁ ଦୂରରେ ନିୟୋଜିତ ହୋଇଥିଲେ। ସେ କହିଛନ୍ତି ଯେ, “୨୦୨୦ ରେ ଚୀନ୍ କିଛି ସ୍ଥାନରେ ନିଜର ସେନାକୁ ଆଗକୁ ଆଣିଥିଲା। ଏହାର ଜବାବରେ ଆମେ ମଧ୍ୟ ଆମର ସୈନ୍ୟବାହିନୀକୁ ଆଗକୁ ବଢାଇଇଥିଲୁ ଏବଂ ଏକ ବିବାଦ ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ଅତିକ୍ରମଣ ହୋଇନାହିଁ।

ବିରୋଧୀ ଦଳର ପ୍ରଶ୍ନର ଉତ୍ତର ଦେଇଛନ୍ତି ଜୟଶଙ୍କର:

ପ୍ରକୃତରେ, ଗୁରୁବାର ଦିନ ଏନସିପି (ଏସପି) ସଭାପତି ଶରଦ ପାୱାର କହିଛନ୍ତି ଯେ, ଚୀନ୍‌ର ଅନୁପ୍ରବେଶ ଉପରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବା ଉଚିତ୍। ଏହାର ଜବାବରେ ଏସ ଜୟଶଙ୍କର କହିଛନ୍ତି ଯେ, “ଚୀନ୍ ଆମର କୌଣସି ଜମି ଦଖଲ କରିନାହିଁ। ଚୀନ୍ ନିଜର ସୈନ୍ୟମାନଙ୍କୁ LAC ନିକଟସ୍ଥ ପାହାଡ଼ିଆ ଅଞ୍ଚଳର ଉପର ଭାଗକୁ ଆଣିବାକୁ ଚେଷ୍ଟା କରିଛି, କିନ୍ତୁ ଭାରତୀୟ ସେନା ମଧ୍ୟ ସମାନ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ପରିସ୍ଥିତି ପ୍ରତିଯୋଗୀ, ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ଅଟେ।”

china indian army lac S Jaishankar
Share. Facebook Twitter LinkedIn Email WhatsApp Copy Link

Related Posts

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026
Latest News

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026

ଆଜି ଫେବୃୟାରୀ ୨୬ ଗୁରୁବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

February 26, 2026

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.