ଭାରତର ଜମି ଦଖଲ କରିନାହିଁ ଚୀନ, କିନ୍ତୁ ପରିସ୍ଥିତି ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ରହିଛି: ବୈଦେଶିକ ମନ୍ତ୍ରୀ

Published: Apr 13, 2024, 11:51 am IST

ନୂଆଦିଲ୍ଲୀ: ସମୟ ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ବିଷୟରେ ଆଲୋଚନା ହେଉଛି। ଦେଶ ବର୍ତ୍ତମାନ ନିର୍ବାଚନ ମୋଡରେ ଅଛି ଏବଂ ଚୀନ୍ ପ୍ରସଙ୍ଗ ନିର୍ବାଚନର ମୁଖ୍ୟ ପାଲଟିଛି। ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଚୀନ୍ ଭାରତ ସୀମାରେ ପ୍ରବେଶ କରିଛି। ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଚୀନ୍ ଆମ ଜମି ଦଖଲ କରିନାହିଁ କିନ୍ତୁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ରହିଛି।

ପୁଣେରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜୟଶଙ୍କର କହିଛନ୍ତି ଯେ, ଉଭୟ ଦେଶର ସୈନ୍ୟବାହିନୀ କେବେବି LAC ରେ ନାହାଁନ୍ତି, ସୈନ୍ୟବାହିନୀ ନିଜ ନିଜ ପକ୍ଷରୁ ଏହାଠାରୁ ଦୂରରେ ନିୟୋଜିତ ହୋଇଥିଲେ। ସେ କହିଛନ୍ତି ଯେ, “୨୦୨୦ ରେ ଚୀନ୍ କିଛି ସ୍ଥାନରେ ନିଜର ସେନାକୁ ଆଗକୁ ଆଣିଥିଲା। ଏହାର ଜବାବରେ ଆମେ ମଧ୍ୟ ଆମର ସୈନ୍ୟବାହିନୀକୁ ଆଗକୁ ବଢାଇଇଥିଲୁ ଏବଂ ଏକ ବିବାଦ ଆରମ୍ଭ ହୋଇଥିଲା। କିନ୍ତୁ କୌଣସି ଅତିକ୍ରମଣ ହୋଇନାହିଁ।

ବିରୋଧୀ ଦଳର ପ୍ରଶ୍ନର ଉତ୍ତର ଦେଇଛନ୍ତି ଜୟଶଙ୍କର:

ପ୍ରକୃତରେ, ଗୁରୁବାର ଦିନ ଏନସିପି (ଏସପି) ସଭାପତି ଶରଦ ପାୱାର କହିଛନ୍ତି ଯେ, ଚୀନ୍‌ର ଅନୁପ୍ରବେଶ ଉପରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେବା ଉଚିତ୍। ଏହାର ଜବାବରେ ଏସ ଜୟଶଙ୍କର କହିଛନ୍ତି ଯେ, “ଚୀନ୍ ଆମର କୌଣସି ଜମି ଦଖଲ କରିନାହିଁ। ଚୀନ୍ ନିଜର ସୈନ୍ୟମାନଙ୍କୁ LAC ନିକଟସ୍ଥ ପାହାଡ଼ିଆ ଅଞ୍ଚଳର ଉପର ଭାଗକୁ ଆଣିବାକୁ ଚେଷ୍ଟା କରିଛି, କିନ୍ତୁ ଭାରତୀୟ ସେନା ମଧ୍ୟ ସମାନ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ପରିସ୍ଥିତି ପ୍ରତିଯୋଗୀ, ସମ୍ବେଦନଶୀଳ ଏବଂ ଆହ୍ଵାନପୂର୍ଣ୍ଣ ଅଟେ।”

Related posts