Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି
ଜାତୀୟ ଖବର

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ଆଜି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ ଅନୁମୋଦନ କରିଛି । ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି ।

ଚାଷୀମାନଙ୍କୁ ସେମାନଙ୍କ ଫସଲର ଲାଭକାରୀ ମୂଲ୍ୟ ପ୍ରଦାନ କରିବା ଲାଗି ସରକାର ୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜି ଉପରେ କ୍ୱିଣ୍ଟାଲ ପିଛା ୬୨୨ ଟଙ୍କାର ସବୁଠୁ ଅଧିକ ଏମଏସପି ବୃଦ୍ଧି କରାଯାଇଛି । ଏହାପରେ କପା କ୍ୱିଣ୍ଟାଲ ପିଛା ୫୫୭ ଟଙ୍କା, ଅଳସୀ କ୍ୱିଣ୍ଟାଲ ପିଛା ୫୧୫ ଟଙ୍କା ଏବଂ ରାଶି କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଧାନ ଏବଂ ଗ୍ରେଡ୍‌ ଏ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ ଟଙ୍କା ବୃଦ୍ଧି କରାଯାଇଛି ।

ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍‌ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମ ପାଇଁ ପ୍ରଯୁଜ୍ୟ ମୂଲ୍ୟ ସାମିଲ ରହିଛି ।

^ ଧାନ (ଗ୍ରେଡ୍ ଏ), ଜୋୱାର୍ (ମାଲଦାଣ୍ଡି) ଏବଂ କପା (ଲମ୍ବା ଷ୍ଟେପଲ) ପାଇଁ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳନ କରାଯାଇ ନାହିଁ ।

୨୦୧୮-୧୯ କେନ୍ଦ୍ର ବଜେଟରେ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ଲାଗି ଘୋଷଣା କରାଯାଇଥିଲା । ଏହାକୁ ଆଧାର କରି ୨୦୨୬-୨୭ ବିପଣନ ଋତୁ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ମୁଗ (୬୧%) ପରେ ବାଜରା (୫୬%), ମକା (୫୬%) ଏବଂ ତୁର/ହରଡ଼ (୫୪%) କ୍ଷେତ୍ରରେ ଚାଷୀଙ୍କ ପାଇଁ ଉତ୍ପାଦନ ଖର୍ଚ୍ଚ ଉପରେ ଆଶା କରାଯାଇଥିବା ଲାଭ ସର୍ବାଧିକ ହେବ ବୋଲି ଆକଳନ କରାଯାଇଛି। ବାକି ଫସଲ ନିମନ୍ତେ ଚାଷୀଙ୍କ ପାଇଁ ଉତ୍ପାଦନ ଖର୍ଚ୍ଚ ଉପରେ ୫୦% ଲାଭ ହେବ ବୋଲି ଆକଳନ କରାଯାଇଛି ।

ଗତ କିଛି ବର୍ଷ ହେବ ସରକାର ଡାଲି ଏବଂ ତୈଳବୀଜ ଭଳି ଶସ୍ୟ ଏବଂ ପୁଷ୍ଟିକର ଶସ୍ୟ/ ଶ୍ରୀଅନ୍ନ ପରି ଶସ୍ୟ ବ୍ୟତୀତ ଅନ୍ୟାନ୍ୟ ଫସଲ ଚାଷକୁ ପ୍ରୋତ୍ସାହିତ କରିଆସୁଛନ୍ତି। ଏହି ଫସଲ ପାଇଁ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯାଇଛି ।

୨୦୧୪-୧୫ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ୮୪୧୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା ବେଳେ ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ୪୫୯୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା। ୨୦୧୪-୧୫ ରୁ ୨୦୨୫-୨୬ ଅବଧି ମଧ୍ୟରେ ୧୪ଟି ଖରିଫ ଫସଲର କ୍ରୟ ପରିମାଣ ୮୭୪୬ ଲକ୍ଷ ମେଟ୍ରିକ ଟନ୍ ଥିଲା। ଅନ୍ୟପଟେ ୨୦୦୪-୦୫ ରୁ ୨୦୧୩-୧୪ ଅବଧି ମଧ୍ୟରେ ୪୬୭୯ ଲକ୍ଷ ମେଟ୍ରିକ ଟନ୍ ଫସଲ କ୍ରୟ ହୋଇଥିଲା।

୨୦୧୪-୧୫ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ଧାନ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୬.୦୮ ଲକ୍ଷ କୋଟି ଟଙ୍କା ଥିଲାବେଳେ ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୪.୪୪ ଲକ୍ଷ କୋଟି ଟଙ୍କା ଥିଲା।

୨୦୧୪-୧୫ ରୁ ୨୦୨୫-୨୬ ବର୍ଷ ମଧ୍ୟରେ ୧୪ଟି ଖରିଫ ଫସଲ ଅମଳ କରୁଥିବା ଚାଷୀଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୮.୯୯ ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପଟେ ୨୦୦୪-୦୫ ରୁ ୨୦୧୩-୧୪ ବର୍ଷ ମଧ୍ୟରେ ଚାଷୀମାନଙ୍କୁ ୪.୭୫ ଲକ୍ଷ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯାଇଥିଲା ।

ଏମଏସପି କ୍ୟାବିନେଟ ବୈଠକ ଖରିଫ ଫସଲ ସର୍ବନିମ୍ନ ସହାୟକ ମୁଲ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026
Latest News

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.