Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ
ଆଜିର ଖବର

ରେଳ ଷ୍ଟେସନରେ ପାନୀୟ ଜଳର ଉପଲବ୍ଧତା ନିଶ୍ଚିତ କରିବା ପ୍ରୟାସକୁ ତୀବ୍ର କରିଛି ରେଳ ମନ୍ତ୍ରଣାଳୟ

April 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତୀୟ ରେଳର ସମସ୍ତ ଷ୍ଟେସନରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଗ୍ରୀଷ୍ମ ସମୟରେ ଏବଂ ସମ୍ଭାବ୍ୟ ଉତ୍ତାପ ତରଙ୍ଗକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଷ୍ଟେସନ ମାନଙ୍କରେ ପାନୀୟ ଜଳର ଉପଲବ୍ଧତା ସମୀକ୍ଷା କରିଛି ଏବଂ ପର୍ଯ୍ୟାପ୍ତ ଯୋଗାଣ ନିଶ୍ଚିତ କରିବାକୁ ଜୋନାଲ ରେଳବାଇ ଓ ରେଳ ମଣ୍ଡଳ ଗୁଡିକୁ ନିର୍ଦ୍ଦେଶ ଜାରି କରିଛି। ଏହି ଅନୁଯାୟୀ, ସମସ୍ତ ଷ୍ଟେସନ ମାନଙ୍କରେ ସମ୍ବନ୍ଧିତ ନିୟମ ଅନୁଯାୟୀ ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଚେଷ୍ଟା କରାଯାଉଅଛି।

ସମ୍ଭାବ୍ୟ ଗ୍ରୀଷ୍ମ ମାସରେ ଏହି ପ୍ରୟାସକୁ ଆହୁରି ଦୃଢ଼ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଅଛି:

ଉପଲବ୍ଧତା ଏବଂ କାର୍ଯ୍ୟକାରିତା: ସମସ୍ତ ବିଦ୍ୟମାନ ୱାଟର କୁଲରଗୁଡିକ କାର୍ଯ୍ୟକ୍ଷମ ଏବଂ ଯାତ୍ରୀଙ୍କ ଚାହିଦା ପୂରଣ କରିବାକୁ ସୁନିଶ୍ଚିତ କରିବା।

ଟ୍ୟାଙ୍କର୍ ନିୟୋଜନ: ସମ୍ବେଦନଶୀଳ ଷ୍ଟେସନ ମାନଙ୍କରେ ଜଳ ଯୋଗାଣ ପାଇଁ ଆବଶ୍ୟକ ଅନୁଯାୟୀ ୱାଟର ଟ୍ୟାଙ୍କର୍ ନିୟୋଜନ କରିବା।

* ନିୟମିତ ଯାଞ୍ଚ: ସମସ୍ତ ପ୍ଲାଟଫର୍ମରେ ଜଳ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଷ୍ଟେସନରେ ନିୟମିତ ଯାଞ୍ଚ କରିବା।

ବେସରକାରୀ ସଂସ୍ଥା ତଥା ଏନଜିଓ ଏବଂ କମ୍ୟୁନିଟି ଗ୍ରୁପ୍ ସହିତ ସହଯୋଗ: ଶୀତଳ ପାନୀୟ ଜଳ ବଣ୍ଟନ ପାଇଁ ବିଶେଷ କରି ମହିଳା ସ୍ୱୟଂ ସହାୟକ ସଂସ୍ଥା ଏନଜିଓ, ସ୍କାଉଟସ୍ ଏବଂ ଗାଇଡ୍ ଏବଂ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କଠାରୁ ସକ୍ରିୟ ଭାବେ ସହାୟତା ନିଆଯିବା।

* ଅଭାବ ପରିସ୍ଥିତିକୁ ସମାଧାନ କରିବା: ଜଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳରେ ରେଳ କର୍ତ୍ତୃପକ୍ଷ ମ୍ୟୁନିସିପାଲିଟି କର୍ପୋରେସନ୍ / ରାଜ୍ୟ ସରକାରଙ୍କ ସହ ସହଯୋଗ କରୁଛନ୍ତି ଏବଂ ବିକଳ୍ପ ଜଳ ଯୋଗାଣ ସମାଧାନ ଅନୁସନ୍ଧାନ ଜାରି ରଖିଛନ୍ତି।

* 24/7 ମନିଟରିଂ: ଲଗାତାର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏବଂ କୌଣସି ଜରୁରୀ ସ୍ଥିତି ପାଇଁ ଉପୁଜୁଥିବା ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ରେଳ କର୍ମଚାରୀଙ୍କ ଦ୍ୱାରା ଘଣ୍ଟା ଘଣ୍ଟା ମନିଟରିଂ ପାଇଁ ଏକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଅଛି।

ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ତଥା ସୁବିଧାଜନକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ପ୍ରତିବଦ୍ଧ। ଏହି ସକ୍ରିୟ ପଦକ୍ଷେପଗୁଡ଼ିକ ସମ୍ପୂର୍ଣ୍ଣ ଗ୍ରୀଷ୍ମ ଋତୁରେ ଷ୍ଟେସନଗୁଡିକରେ ବିଶୁଦ୍ଧ ପାନୀୟ ଜଳର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଅଛି।

ପାନୀୟ ଜଳ ଭାରତୀୟ ରେଳ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.