Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର
ଆଜିର ଖବର

ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ ସମ୍ ଶିଶୁରୋଗ ଡାକ୍ତର

April 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍।

ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) ପ୍ରକ୍ରିୟାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଜନ୍ମ ଗ୍ରହଣ କରିବାର ନିର୍ଦ୍ଧାରିତ ପ୍ରସବ ସମୟ ପୂର୍ବରୁ ମାତ୍ର ୨୮ ସପ୍ତାହ ପରେ ଏକ ସଂଗେ ୩ଟି ସନ୍ତାନ ଅପରିପକ୍ୱ ଭାବେ ଜନ୍ମ ହୋଇଥିଲେ। ଜନ୍ମ ସମୟରେ ଏହି ଶିଶୁମାନଙ୍କ ମଧ୍ୟରୁ ଦୁଇ ଶିଶୁଙ୍କର ଓଜନ ୧ କେଜି ଅନ୍ୟ ଶିଶୁର ଓଜନ ୮୦୦ ଗ୍ରାମ ଥିବା ବେଳେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିଲା।

ତେଣୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ର ନବଜାତ ଶିଶୁ ବିଭାଗର ଏନ୍‌ଆଇସିୟୁରେ ଭର୍ତି କରାଯାଇ ସମସ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା ବୋଲି ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ କହିଛନ୍ତି।

ଦୀର୍ଘ ସମୟ ଧରି ଇନ୍‌ଭେସିଭ୍ ଭେଂଟିଲେସନ୍ ଏବଂ ପ୍ରାୟ ୩ମାସ ଧରି ନନ୍ – ଇନ୍‌ଭେସିଭ୍ ଭେଂଟିଲେଟରରେ ଶିଶୁମାନଙ୍କୁ ରଖାଯାଇ ଚିକିତ୍ସା କରାଯାଇଥିଲା। ସମସ୍ତ ଚିକିତ୍ସା ଓ ପ୍ରଚେଷ୍ଟା ଦ୍ୱାରା ଏହି ୩ ଶିଶୁଙ୍କୁ ବଂଚାଇ ରଖିବା ସକ୍ଷମ ହୋଇପାରିଲା ବୋଲି ପ୍ରଫେସର ନନ୍ଦ କହିଛନ୍ତି।

ଶିଶୁର ଚିକିତ୍ସା ଓ ଯତ୍ନ କରିବାରେ ଡାକ୍ତର ନନ୍ଦଙ୍କ ସମେତ ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ଭାବଗ୍ରାହୀ ମଲ୍ଲିକ୍‌, ଡାକ୍ତର କଳ୍ପିତା ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଦେବୀ ପ୍ରସାଦ ସାହୁ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର ଏସ୍ ମନିଷା ସକ୍ରିୟ ଭାବେ ଜଡିତ ଥିଲେ। ଏନ୍‌ଆଇସିୟୁର ସମସ୍ତ ନର୍ସ ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ।

sum hospital
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026

ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ

September 22, 2026
Latest News

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.