Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ଗାଁଠୁ ସହର
ଆଜିର ଖବର

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ଗାଁଠୁ ସହର

April 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି । ସେଥିପାଇଁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।

ଏହି ସଂକ୍ରାନ୍ତିଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କୁହାଯାଏ। ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଠେକିରେ ଜଳ ରଖି ତା’ର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଏ। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ମହାବିଷୁବ ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ।

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଓଡ଼ିଶାର ସମସ୍ତ ହନୁମାନ ପୀଠରେ ସ୍ୱତନ୍ତ୍ର ପୂଜା ଓ ହନୁମାନ ଚାଳିସା ପାଠ କରାଯାଏ।

ଆଜି ବିଷୁବ ସଂକ୍ରାନ୍ତି ଦଣ୍ଡ ଠାକୁରଙ୍କ ଉଦଯାପନୀ ଦିବସ ଅବସରରେ ଭଗତାମାନେ ଆଜି ନିଆଁରେ ଚାଲିଥିଲେ। ପ୍ରଥମେ ଠାକୁର ପୁଷ୍କରିଣୀରେ ସ୍ନାନ କରିବା ପରେ ଏକ ଶୋଭାଯାତ୍ରାରେ ଠାକୁର ନାଚି ନାଚି କୋଠି ନିକଟକୁ ଆସିଥିଲେ। ତାପରେ ପୂଜା ପାଠ ପରେ ଦଣ୍ଡ ଠାକୁର ପ୍ରଥମେ ଝାମୁ ଗାଡ଼ ନିଆଁରେ ଚାଲିଥିଲେ। ତାପରେ ପାଟ ଭଗତା, ଅନ୍ୟ ଭଗତାମାନେ ଏବଂ ମାନସିକ ଧାରୀ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ। ଝାମୁ ଚଲା ସରିଲା ପରେ ରଣପୁର ବଡ଼ କୋଠି ଓ ସାନ କୋଠି ପାଟ ଭଗତାମାନେ ଦେହର କଣ୍ଟା ଫୋଡି ରଣପୁରର ବିଭିନ୍ନ ସାହି ସାହି ବୁଲିଥିଲେ। ଏହା ସହିତ ପୁରୁଣାବସନ୍ତ, ସାନଗଡ଼, କଙ୍କିଆ, ବରମୂଳ, ସରଙ୍ଗାଧରପୁର, ଲେମ୍ବୋଡ଼ି ଆଦି ବିଭିନ୍ନ ଠାରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରବଳ ଖରା ହେତୁ ବିଭିନ୍ନ ଗ୍ରାମ ତଥା ଛକମାନଙ୍କରେ ସ୍ବେଛାସେବମାନେ ଦହି ପଣା, ଲେମ୍ବୁ ପଣା ବଣ୍ଟନ କରିଥିଲେ।

ସେହିପରି ରଣପୁର ମଣିନାଗ ପର୍ବତ ପାଦ ଦେଶରେ ଅବସ୍ଥିତ ଦୁର୍ଗ ମହାବୀରଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ଅଷ୍ଟଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞର ଗୋଧୂଳି ସମୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଯାଇଛି। ଏହି ଯଜ୍ଞ ଦେଖିବା ପାଇଁ ରଣପୁର ସମେତ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କୁ ରାମ ଖେଚୁଡି ଓ କ୍ଷୀର ପ୍ରସାଦ ବଣ୍ଟନ କରାଯାଇଥିଲା। ଦୁର୍ଗ ମହାବୀର ଉନ୍ନୟନ କମିଟିର ସଦସ୍ୟମାନେ ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ।

ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.