Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସିଲା ନୂଆ ପାଞ୍ଜି: ଏଥର ପଞ୍ଚୁକ ୪ ଦିନ, ଗୋଟିଏ ଦିନରେ ନବଯୌବନ ଓ ଶ୍ରୀଗୁଣ୍ଡିଚା, କେମିତି ହେବ ନୀତିକାନ୍ତି !

ଭୁବନେଶ୍ବର: ପ୍ରକାଶ ପାଇଛି ଶ୍ରୀମନ୍ଦିରର ନୂଆ ପାଞ୍ଜି। ପଣା ସଂକ୍ରାନ୍ତୀରୁ ଓଡିଆ ନବ ବର୍ଷ ଆରମ୍ଭ ହେଉଥିବାରୁ ଏହି ଦିନ ଶ୍ରୀମନ୍ଦିର ପକ୍ଷରୁ ଏହି ନୂଆ ପାଞ୍ଜି ପ୍ରଚଳନ ହୋଇଛି। ଏହି ପାଞ୍ଜି ଅନୁସାରେ ଶ୍ରୀମନ୍ଦିର ନୀତିକାନ୍ତି କରାଯିବ। ତେବେ ଏଥର ତିଥି କ୍ଷୟ ରହୁଥିବାରୁ କେତେକ ପର୍ବ ପର୍ବାଣୀର ଦିନ କାଣ୍ଟଛାଟ ହୋଇଥିବାର ପରିଲକ୍ଷିତ ହୋଇଛି।

ନୂଆ ପାଞ୍ଜି ଅନୁସାରେ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ହେବ। ଫଳରେ ଶ୍ରୀଜିୟୁଙ୍କର ସୁନାବେଶ ଚତୁର୍ଦ୍ଧଶୀରେ କରାଯିବ। ଏଥର ଲକ୍ଷ୍ମୀ ନୃସିଂହ ବେଶ କରାଯାଇପାରିବ ନାହିଁ। ପ୍ରତିବର୍ଷ ପଞ୍ଚୁକ ପାଞ୍ଚ ଦିନ ହେଉଥିବାରୁ ଚତୁର୍ଦ୍ଧଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମାରେ ସୁନାବେଶ ବା ରାଜଧିରାଜ ବେଶ କରାଯାଏ। ହେଲେ ଏଥର କ୍ଷୟ ଥିବାରୁ ଲକ୍ଷ୍ମୀନୃସିଂହ ବେଶ ହୋଇପାରିବ ନାହିଁ। ଚତୁର୍ଦ୍ଧଶୀରେ ପୂର୍ଣ୍ଣିମା ପଡୁଥିବାରୁ ସେହିଦିନ ଶ୍ରୀଜିୟୁଙ୍କର ସିଧା ସୁନାବେଶ କରାଯିବ।

ସେହିପରି ରଥଯାତ୍ରା ସମୟରେ ଆଉ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି। ତାହା ହେଲା ଏଥର ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଗୋଟିଏ ଦିନରେ ପଡୁଛି। ସେହି ତିଥି କ୍ଷୟ ରହୁଥିବାରୁ ଏପରି ଘଟିଛି। ସାଧାରଣତଃ ନବଯୌବନ ଦର୍ଶନ ପର ଦିନ ଶ୍ରୀଗୁଣ୍ଡିଚା ହୋଇଥାଏ। ନବଯୌବନ ଦର୍ଶନ ଦିନ ଶ୍ରୀଜିୟୁଙ୍କଠାରୁ ଆଜ୍ଞାମାଳ ଆସି ରଥ ପ୍ରତିଷ୍ଠା ହୋଇଥାଏ। ହେଲେ ଏଥର ସେସବୁ ନିତି ନେଇ ସମସ୍ୟା ସୃଷ୍ଟି ହୋଇଛି।

ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଗୋଟିଏ ଦିନ ପଡିବାର କାରଣ ହେଲା ଏଥର ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି। ତିଥି କ୍ଷୟ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଏଥର ଶ୍ରୀଗୁଣ୍ଡିଚା ଦିନ ନବଯୌବନ ବେଶ କରାଯାଇ ଠାକୁରଙ୍କୁ ରଥାଋଢ କରାଯିବ। ହେଲେ ଭକ୍ତମାନଙ୍କୁ ଶ୍ରୀଜିୟୁଙ୍କୁ ନବଯୌବନ ଦର୍ଶନ କରିପାରିବେ ନାହିଁ।

ସେହିପରି ରଥ ପ୍ରତିଷ୍ଠା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। କାରଣ ନବଯୌବନ ପରେ ଶ୍ରୀଜିୟୁଙ୍କ ଆଜ୍ଞା ମାଳ ଆସିବା ପରେ ରଥ ପ୍ରତିଷ୍ଠା ହୋଇଥାଏ। ସେହି ରାତି ତମାମ ବିଭିନ୍ନ ନୀତି ଅନୁଷ୍ଠିତ ହୁଏ। ହେଲେ ଏଥର କିପରି ଆଜ୍ଞାମାଳ ଆସିବ ଏବଂ ରଥ ପ୍ରତିଷ୍ଠା କାମ କିପରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ମୁକ୍ତିମଣ୍ଡପ ବ୍ରାହ୍ମଣ ଏବଂ ପାଞ୍ଜି ଗଣନାକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ତେବେ ଏହି ଆଲୋଚନା ବେଳେ ଜଣାପଡିଥିଲା ଯେ, ୧୯୫୯ ଏବଂ ୧୯୭୧ ରେ ମଧ୍ୟ ଏହିପରି ସମସ୍ୟା ଉପିଜିଥିଲା। ସେତେବେଳେ ରଥପ୍ରତିଷ୍ଠା ପାଇଁ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସି ନୀତିକାନ୍ତି କରାଯାଇଥିଲା। ସେହି ଅନୁସାରେ ଚଳିତ ବର୍ଷ ରଥ ପ୍ରତିଷ୍ଠା ସେହିପରି ଶ୍ରୀଗୁଣ୍ଡିଚା ପୂର୍ବଦିନ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସି ରଥପ୍ରତିଷ୍ଠା ହେବ। ଏ ନେଇ ଶ୍ରୀମନ୍ଦିର ତରଫରୁ ଏକ ବୈଠକ କରି ନିଷ୍ପତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା କଲେ ମା’ଭଗବତୀ, ଭଉଣୀ ଶିଦ୍ଧେଶ୍ୱରୀଙ୍କ ଠାରୁ ଆସିବ ଆଜ୍ଞାମାଳ

ବାଣପୁର (ସୀତାରାମ ଅଗ୍ରୱାଲ): ମହାବିଷୁବ ସଂକ୍ରାନ୍ତି, ଉତ୍କଳୀୟଙ୍କ ନବବର୍ଷ ଭାବରେ ପାଳନ କରାଯାଏ। ପଣା ସଂକ୍ରାନ୍ତି ଭାବରେ ମଧ୍ୟ ଏହିଦିନ ଦେବାଦେବୀଙ୍କ ପୀଠରେ ଶୀତଳ ପଣା ଭୋଗ ଲାଗି ହେବାର ପରମ୍ପରା ଚ଼ଳି ଆସିଛି। ମା’ ଭଗବତୀଙ୍କ ପୀଠରେ ନବବର୍ଷର ପ୍ରଥମ ଦିନରେ ମା’ ଉତ୍ତର ଦିଗରକ୍ଷାକାରିଣୀ, ଭାଟପଡ଼ାଗଡ଼ର ଆରାଧ୍ୟା ଦେବୀ, ଶୋଲରୀ ପାହାଡ଼ ଖୋଲରେ ପୂଜିତ।, ଭଉଣୀ ଶିଦ୍ଧେଶ୍ଵରୀଙ୍କ ପୀଠକୁ ଯାତ୍ରା କରି ଆଗମୀ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ମା’ଶିଦ୍ଧେଶ୍ୱରୀଙ୍କ ଆଜ୍ଞାମାଳ ନେଇ ଫେରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଭଗବତୀଙ୍କ ମାନବୀୟ ଲୀଳାର ଏହା ଏକ ନିଆରା ପରମ୍ପରା’।

ବାଟରେ ଗଲାବେଳେ ବଡ଼ହନ୍ତୁ ଆଡ଼ ଗ୍ରାମର ଆରଧ୍ଯ ଦଣ୍ଡ ଠାକୁର ରାଜରାଜେଶ୍ୱର ଦେବ ତାଙ୍କୁଥାଟ ପଟୁଆରରେ ସାଦରେନିମ୍ନନ୍ତ୍ରଣ କରି ଗ୍ରାମପରିକ୍ରମା କରାଇବା ପରେ ମା’ ଅନ୍ଧାର ଭିତରେ କେବଳ ଦିକିଦିକି ମଶାଲ ଆଲୁଅରେ ଅଣୁଆ ଜଙ୍ଗଲିଆ ରାସ୍ତାରେ ଶୋଲରୀ ପାହାଡ଼ ପାଦତଳେ ତଳେ କଣ୍ଟାଲତା ଡେଇଁ ବାଟରେ ଡ଼ାଳ ଖାଇ ଠାକୁରାଣୀଙ୍କ ପୀଠରେ ପହଞ୍ଚି ବିଶ୍ରାମ ନିଅନ୍ତି। ନିଯୋଗୀ ସେବାୟତମାନେ ମା’ଙ୍କ ଭରସାରେ ବିଶ୍ୱାସରସହିତ ଅନ୍ଧାର ରାସ୍ତାରେ ଯାତ୍ରା କଲାବେଳେ କେବେହେଲେ କାହାର କ୍ଷତି ହୋଇନାହିଁ ବୋଲି କହନ୍ତି ବରିଷ୍ଠ ସେବକ ଭାସ୍କର ନାୟକ, ବସନ୍ତନାୟକ, ପରିଚ୍ଛା ପ୍ରକାଶ ମହାପାତ୍ର। ଏପରିକି ସ୍ୱାପଦ ଶଙ୍କୁଳ ପାହାଡ଼ିରାସ୍ତା, ହିଂସ୍ର ଯନ୍ତୁମାନଙ୍କ ଆଶ୍ରୟସ୍ଥଳ ଏବଂ ସଂକୀର୍ଣ୍ଣ କଂଟକପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଦରେ କଣ୍ଟାଟିଏ ମଧ୍ୟ ଲାଗେ ନାହିଁ ବୋଲି କହନ୍ତି କାଠିନାହାକ ଗଣେଶ ନାୟକ।

ପଣାପାଣି ସାରି ପୁଣି ଭାଟିପଡ଼ା ଗଡ଼କୁ ଯାତ୍ରା ଆରମ୍ଭ ହୁଏ। ଶେଷରେ ଗଡ଼ର ପଶ୍ଚିମ ଦିଗରେ ପୂଜା ପାଉଥିବା ଗ୍ରାମଦେବତୀଙ୍କ ମନ୍ଦିରରେ ପହଞ୍ଚିବା ପରେ ଗଡ଼ର ଦଳବେହେରା ମାନବେନ୍ଦ୍ର ମହାରଥାଙ୍କ ସହିତ ଗ୍ରାମବାସୀ ମା’ଙ୍କୁ ପୁଷ୍ପଚନ୍ଦନ ଦେଇ ନିମନ୍ତ୍ରଣ କରିବା ପରେ ମା’ ଗଡ଼ପରିକ୍ରମା କରି ସେହି ଅନ୍ଧା କାର ଭିତରେ ଶୋଲରୀ ପାହାଡ଼ ଖୋଲରେ ଉପରେ ପୂଜିତା ମା’ ଶିଦ୍ଧେଶ୍ୱରୀଙ୍କ ପୀଠରେ ଅବସ୍ଥାନ କରନ୍ତି।

ମନ୍ଦିରର ଜାନିସଂପ୍ରଦାୟର ପୂଜକମାନେ ଦୁଇ ଭଉଣୀଙ୍କ ପାଇଁ ଚୁଡ଼ାଗୁଡ଼ ନୈବେଦ୍ୟ ଅର୍ପଣ କରି ଆଜ୍ଞାମାଳ କରିବା ପରେ ଜଣେ ପୂଜକ ଧଳା ଲୁଗା ଘୋଡ଼େଇ ହୋଇ ଆଜ୍ଞାମାଳ ନେଇ ଫେରି ଦଳବେହେରାଙ୍କ ଦୁଆରେ ପହଞ୍ଚିବା ପରେ ପନ୍ତିଭୋଗ ଖାଇ ରାତ୍ରିର ଶେଷ ପ୍ରହରରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିବା ବାଟରେ ଟିକିରାଇ ମନ୍ଦିରରେ ପଣା ଭୋଗ ଏବଂ ଖମାରଠାରେ ଗଜପତି ମହାରାଜାଙ୍କ ଦ୍ଵାରା ପ୍ରଚଳିତ ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଫେରନ୍ତି ବୋଲି ଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟଳୟର କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ଗାଁଠୁ ସହର

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି । ସେଥିପାଇଁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।

ଏହି ସଂକ୍ରାନ୍ତିଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କୁହାଯାଏ। ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଠେକିରେ ଜଳ ରଖି ତା’ର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଏ। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ମହାବିଷୁବ ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ।

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଓଡ଼ିଶାର ସମସ୍ତ ହନୁମାନ ପୀଠରେ ସ୍ୱତନ୍ତ୍ର ପୂଜା ଓ ହନୁମାନ ଚାଳିସା ପାଠ କରାଯାଏ।

ଆଜି ବିଷୁବ ସଂକ୍ରାନ୍ତି ଦଣ୍ଡ ଠାକୁରଙ୍କ ଉଦଯାପନୀ ଦିବସ ଅବସରରେ ଭଗତାମାନେ ଆଜି ନିଆଁରେ ଚାଲିଥିଲେ। ପ୍ରଥମେ ଠାକୁର ପୁଷ୍କରିଣୀରେ ସ୍ନାନ କରିବା ପରେ ଏକ ଶୋଭାଯାତ୍ରାରେ ଠାକୁର ନାଚି ନାଚି କୋଠି ନିକଟକୁ ଆସିଥିଲେ। ତାପରେ ପୂଜା ପାଠ ପରେ ଦଣ୍ଡ ଠାକୁର ପ୍ରଥମେ ଝାମୁ ଗାଡ଼ ନିଆଁରେ ଚାଲିଥିଲେ। ତାପରେ ପାଟ ଭଗତା, ଅନ୍ୟ ଭଗତାମାନେ ଏବଂ ମାନସିକ ଧାରୀ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ। ଝାମୁ ଚଲା ସରିଲା ପରେ ରଣପୁର ବଡ଼ କୋଠି ଓ ସାନ କୋଠି ପାଟ ଭଗତାମାନେ ଦେହର କଣ୍ଟା ଫୋଡି ରଣପୁରର ବିଭିନ୍ନ ସାହି ସାହି ବୁଲିଥିଲେ। ଏହା ସହିତ ପୁରୁଣାବସନ୍ତ, ସାନଗଡ଼, କଙ୍କିଆ, ବରମୂଳ, ସରଙ୍ଗାଧରପୁର, ଲେମ୍ବୋଡ଼ି ଆଦି ବିଭିନ୍ନ ଠାରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରବଳ ଖରା ହେତୁ ବିଭିନ୍ନ ଗ୍ରାମ ତଥା ଛକମାନଙ୍କରେ ସ୍ବେଛାସେବମାନେ ଦହି ପଣା, ଲେମ୍ବୁ ପଣା ବଣ୍ଟନ କରିଥିଲେ।

ସେହିପରି ରଣପୁର ମଣିନାଗ ପର୍ବତ ପାଦ ଦେଶରେ ଅବସ୍ଥିତ ଦୁର୍ଗ ମହାବୀରଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ଅଷ୍ଟଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞର ଗୋଧୂଳି ସମୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଯାଇଛି। ଏହି ଯଜ୍ଞ ଦେଖିବା ପାଇଁ ରଣପୁର ସମେତ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କୁ ରାମ ଖେଚୁଡି ଓ କ୍ଷୀର ପ୍ରସାଦ ବଣ୍ଟନ କରାଯାଇଥିଲା। ଦୁର୍ଗ ମହାବୀର ଉନ୍ନୟନ କମିଟିର ସଦସ୍ୟମାନେ ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଆଜି ହେଉଛି ପଣା ସଂକ୍ରାନ୍ତି, ଜାଣନ୍ତୁ ଏହି ଦିନ କଣ ଏବଂ କିପରି ପୂଜା କରିବା ଉଚିତ

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ।

ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ। ପଣା ସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ମଧ୍ୟ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କହିଥାନ୍ତି। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ମଧ୍ୟ ପଡିଥାଏ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ।

Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ପରିପ୍ରେକ୍ଷୀରେ ଉମାମହେଶ୍ୱର ଦେବଙ୍କ ପୀଠରେ ଗତ ସାନ୍ଧ୍ୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଧ୍ୟ ରାତ୍ରିରୁ ପାଟପଟୁଆର, ବାଜା ରୋଷଣୀରେ ଆଖପାଖ ଅଞ୍ଚଳର ୧୬ ଦେବା ଦେବୀଙ୍କ ବିଜେ ପ୍ରତିମାମାନଙ୍କ ଆଗମନ ହୋଇ ଆସ୍ଥାନ ବିରାଜମାନ କରିଥିଲେ।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ କରାଯିବା ସହ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପୂର୍ଣ୍ଣାହୁତି ପରେ ସମସ୍ତ ବିଜେ ପ୍ରତିମା ଦେବା ଦେବୀଙ୍କ ନିକଟରେ ମେଳଣ ଭୋଗ ଲାଗି ହେବାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବାବା ଉମାମହେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଯାହାକି ପୀଠରେ ଏକତ୍ରିତ ଭାବେ ଦେବା ଦେବୀଙ୍କ ଦର୍ଶନ ପାଇବାର ସାନିଧ୍ୟ ଲାଭ କରିଥିବା ବେଳେ ପ୍ରଭୁଙ୍କ କରୁଣା ଓ ଆଶୀର୍ବାଦ ଭିକ୍ଷା କରିଥିଲେ ଶ୍ରଦ୍ଧାଳୁ ଗଣ।

ଅନୁଷ୍ଠିତ ଶମ୍ଭୁମିଳନ ମହୋତ୍ସବରେ ଉମାମହେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବା ଦେବୀ ଏକତ୍ରିତ ହୋଇଥିଲେ। ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ସିଙ୍ଗେଶ୍ୱର ବିଜେ ଶ୍ରୀ ଶ୍ରୀ ସିଂହନାଥ ଦେବ, ନିମିକ୍ଷେତା ବିଜେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବ, ଦୋଳମୁଣ୍ଡାଇ ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ବଡ଼କୁଳ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ମଙ୍ଗରାଜପୁର ବିଜେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ଦେବ, ସାନ୍ତରାପୁର ବିଜେ ଶ୍ରୀ ଶ୍ରୀ ଦଧିବମାନ ଦେବ, ପାଟଣା ସାହି ବିଜେ ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ, ବାଲୁଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ, ଗୁଣ୍ଡୁରିପୁର ମା ଜାଗୁଳାଇ ଠାକୁରାଣୀ, ବାଲୁଗାଁ ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ଗାଁଠୁ ସହର

ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ।

ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ତେଣୁ ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଏ। ବର୍ଷ ଆରମ୍ଭ ହେଉଥିବାରୁ ପ୍ରତି ଓଡ଼ିଆ ଘରେ ଦେବୀଦେବତାଙ୍କଠାରେ ସ୍ୱତନ୍ତ୍ର ପୂଜା, ହୋମ ଆଦି ଯଥାବିଧି ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଆରମ୍ଭ ହୁଏ। ଏହି ସମୟରେ ସୂର୍ଯ୍ୟ କିରଣର ପ୍ରଖରତା ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧିପାଏ ବୋଲି କୁହାଯାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା କରାଯାଇଥାଏ। ତେଣୁ ଆଜି ଦିନରେ ଠାକୁରଙ୍କ ପାଖରେ ପଣା ଭୋଗର ବିଧି ରହିଛି । ସେଥିପାଇଁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ।

ଏହି ସଂକ୍ରାନ୍ତିଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ବୋଲି କୁହାଯାଏ। ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଠେକିରେ ଜଳ ରଖି ତା’ର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଏ। ଏହି ଠେକିକୁ ବସୁନ୍ଧରା ଠେକି କୁହାଯାଏ। ମହାବିଷୁବ ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ।

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ହନୁମାନ ଜୟନ୍ତୀ ପାଳିତ ହୁଏ। ଓଡ଼ିଶାର ସମସ୍ତ ହନୁମାନ ପୀଠରେ ସ୍ୱତନ୍ତ୍ର ପୂଜା ଓ ହନୁମାନ ଚାଳିସା ପାଠ କରାଯାଏ।

ଆଜି ବିଷୁବ ସଂକ୍ରାନ୍ତି ଦଣ୍ଡ ଠାକୁରଙ୍କ ଉଦଯାପନୀ ଦିବସ ଅବସରରେ ଭଗତାମାନେ ଆଜି ନିଆଁରେ ଚାଲିଥିଲେ। ପ୍ରଥମେ ଠାକୁର ପୁଷ୍କରିଣୀରେ ସ୍ନାନ କରିବା ପରେ ଏକ ଶୋଭାଯାତ୍ରାରେ ଠାକୁର ନାଚି ନାଚି କୋଠି ନିକଟକୁ ଆସିଥିଲେ। ତାପରେ ପୂଜା ପାଠ ପରେ ଦଣ୍ଡ ଠାକୁର ପ୍ରଥମେ ଝାମୁ ଗାଡ଼ ନିଆଁରେ ଚାଲିଥିଲେ। ତାପରେ ପାଟ ଭଗତା, ଅନ୍ୟ ଭଗତାମାନେ ଏବଂ ମାନସିକ ଧାରୀ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ। ଝାମୁ ଚଲା ସରିଲା ପରେ ରଣପୁର ବଡ଼ କୋଠି ଓ ସାନ କୋଠି ପାଟ ଭଗତାମାନେ ଦେହର କଣ୍ଟା ଫୋଡି ରଣପୁରର ବିଭିନ୍ନ ସାହି ସାହି ବୁଲିଥିଲେ। ଏହା ସହିତ ପୁରୁଣାବସନ୍ତ, ସାନଗଡ଼, କଙ୍କିଆ, ବରମୂଳ, ସରଙ୍ଗାଧରପୁର, ଲେମ୍ବୋଡ଼ି ଆଦି ବିଭିନ୍ନ ଠାରେ ଏହି ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ପ୍ରବଳ ଖରା ହେତୁ ବିଭିନ୍ନ ଗ୍ରାମ ତଥା ଛକମାନଙ୍କରେ ସ୍ବେଛାସେବମାନେ ଦହି ପଣା, ଲେମ୍ବୁ ପଣା ବଣ୍ଟନ କରିଥିଲେ।

ସେହିପରି ରଣପୁର ମଣିନାଗ ପର୍ବତ ପାଦ ଦେଶରେ ଅବସ୍ଥିତ ଦୁର୍ଗ ମହାବୀରଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ଅଷ୍ଟଦ୍ଦଶ ବିଶ୍ୱଶାନ୍ତି ମହାଯଜ୍ଞର ଗୋଧୂଳି ସମୟରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଯାଇଛି। ଏହି ଯଜ୍ଞ ଦେଖିବା ପାଇଁ ରଣପୁର ସମେତ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଭକ୍ତମାନଙ୍କୁ ରାମ ଖେଚୁଡି ଓ କ୍ଷୀର ପ୍ରସାଦ ବଣ୍ଟନ କରାଯାଇଥିଲା। ଦୁର୍ଗ ମହାବୀର ଉନ୍ନୟନ କମିଟିର ସଦସ୍ୟମାନେ ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ହେଉଛି ପଣା ସଂକ୍ରାନ୍ତି, ଜାଣନ୍ତୁ ଏହି ଦିନ କଣ ଏବଂ କିପରି ପୂଜା କରିବା ଉଚିତ

ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ।

ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟ ପଦାର୍ଥ ଗ୍ରହଣ ପାଇଁ ଆୟୋଜନ ହୋଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।

ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ। ପଣା ସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ମଧ୍ୟ ଖୋଲାଯାଏ। ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ। ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ।

ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କହିଥାନ୍ତି। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ମଧ୍ୟ ପଡିଥାଏ।

ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧି ଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।

ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ। ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କ ପର୍ବ ନାମରେ ପାଳନ କରାଯାଏ।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ପଣା ସଂକ୍ରାନ୍ତି: ବେଗୁନିଆର ଡିଙ୍ଗର ଗାଁରେ ପାଳିତ ହୁଏ ଭିନ୍ନ ଏକ ପରଂପରା

ପ୍ରକାଶ ଭୂୟାଁ

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ।

ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ପ୍ରଶାସନ ତରଫରୁ ଏହି ଯାତ୍ରାକୁ ବନ୍ଦ କରା ଯାଇଥିଲା। ଯଦିଓ ମା’ଙ୍କର ବିଧି ରକ୍ଷା ପାଇଁ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଗତ ଦୁଇ ବର୍ଷ ହେଲା ପାଳନ କରାଯାଇଥିଲା। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା।

ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି। ଏହି ପାଟ ବେତ ମା କାଳିକାଙ୍କର ସ୍ଵରୁପ। ଯିଏ ପାଟ ଧରନ୍ତି ତାଙ୍କୁ ପାଟ ଭଗତା କୁହାଯାଏ। ଦୁଇଜଣ ଦଣ୍ଡ (ଝୁଣା ଦ୍ୱାରା ଆଲୋକ ସୃଷ୍ଟି) ଧରନ୍ତି, ସେମାନଙ୍କୁ ପାଟ ଦଣ୍ଡୁଆ କୁହାଯାଏ। ଏଥିପାଇଁ କେହି କେହି ଏହାକୁ ଦଣ୍ଡ ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ଖୁବ୍ ନିଷ୍ଠାର ସହିତ ଏହି ଭଗତାମାନେ ସାତ ଦିନରୁ ଏକୋଇଶ ଦିନ ପର‌୍ୟ୍ୟନ୍ତ ଏହି ଉପବାସ ବ୍ରତ କରିଥାନ୍ତି। ଗାଁ ମାନଙ୍କରେ ଆମିଷ ଖାଇବା ବନ୍ଦ ହୋଇଯାଏ। ଗାଁ ପରିବେଶ କେମିତି ବଦଳିଯାଏ, ଧୂପ ଦୀପର ପବିତ୍ର ବାସ୍ନାରେ। ଆବାଳ ବୃଦ୍ଧବନିତା ସମସ୍ତେ ମା’ ଙ୍କ ପାଇଁ ସମର୍ପିତ ହୋଇଯାଆନ୍ତି।

ମୁଖ୍ୟ ଯାତ୍ରାଟି ହୁଏ ସଂକ୍ରାନ୍ତି ଦିନ। ଦୁଇଟି ପର୍ଯ୍ୟାୟରେ ମା’ ଆସନ୍ତି ପୋଖରୀ ନିକଟକୁ। ପ୍ରଥମ ପଯ୍ୟାୟରେ (ଦିନ ବାରଟା) ମାନସିକ ରଖିଥିବା ଭଗତାମାନେ ପାଟ ଫୋଡିଥାନ୍ତି। ଅଣ୍ଟା ଓ ଛାତିର ମଝିରେ (ଦୁଇ କଡ) ସୁତା (ଅଧ ଆଙ୍ଗୁଳ) ଚମଡାତଳେ ଯାଇଥାଏ। ବେତ ଧରି ପାଟୁଆମାନେ ଆଗପଛ ହେଉଥାନ୍ତି। ଖାଲି ପାଦରେ ପୋଖରୀଠାରୁ ମନ୍ଦିର ପାଖା ପାଖି ଅଢେଇ କିମି ରାସ୍ତା ନିର୍ଘାତ ଖରାରେ ଚାଲି ଚାଲି ଯାଆନ୍ତି। ଘଣ୍ଟ ଢୋଲ ଓ ମର୍ଦ୍ଦଳର ଘୋ ଘୋ ଶବ୍ଦରେ ରାସ୍ତାଘାଟ ପ୍ରକମ୍ପିତ ହୁଏ। ଏହାକୁ କରପାଟ ବା ରଜନୀ ପାଟ କୁହାଯାଇଥାଏ।

ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହୁଏ ସଂଧ୍ୟା ସମୟରେ। ଏଥର ଅନୁଷ୍ଠିତ ହୁଏ ଖଣ୍ଡାପାଟ। ଦୋଳ ବିମାନ ଆକୃତିର ସୁସଜ୍ଜିତ ଦଶରୁ ପନ୍ଦରଟି ଖଣ୍ଡାପାଟ ପୋଖରୀଠାରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଏଥିରେ ତିନୋଟି ଖଣ୍ଡା ଉପରେ ଏକ ଗୋଡରେ ମାନସିକଧାରୀ ଭଗତା ଠିଆ ହୋଇ ଝୁଲୁ ଥାଆନ୍ତି। ପ୍ରତି ବିମାନକୁ ଚାରିଜଣ କାନ୍ଧେଇ ଆଣି ପୋଖରୀରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଆଗରେ ପାଟଦେତକୁ ଧରି କାଳିସୀ ବାଟ କଢେଇ ଚାଲିଥାଆନ୍ତି, ଏହି ବିମାନ ସଦୃଶ ଖଣ୍ଡାପାଟଗୁଡିକୁ। ଅପୂର୍ବ ଏ ଦୃଶ୍ୟ।

ଯାତ୍ରା ପଡିଆରେ ଖଣ୍ଡାପାଟରେ ଝୁଲାଯାଇଥିବା, ପେନ୍ଥା ପେନ୍ଥା ଆମ୍ବକୁ ଭକ୍ତମାନଙ୍କ ଉପରକୁ ଫଙ୍ଗିଲା ବେଳେ, ଏକ ନିଆରା ପରିବେଶ ସୃଷ୍ଟି ହୁଏ। ଆତସବାଜୀ କି ମନୋମୁଗ୍ଧକର। ସ୍ୱଚକ୍ଷୁରେ ନଦେଖିଲେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଯାତ୍ରାର ଇତିହାସ କହିଲେ ପ୍ରାୟ ଦୁଇଶହ ବର୍ଷ ତଳର। ଗାଁରେ ଥିବା ଧୀବର ସମ୍ପ୍ରଦାୟର ଏହି ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ। କୁହାଯାଏ ଯେ ଏହି ପ୍ରଥା ବା ପରମ୍ପରା ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଥବା ସାତପଡା ଅଞ୍ଚଳରୁ ଆସିଛି ଏହି ଧୀବରମାନଙ୍କ ଦ୍ୱାରା। ଯେଉଁମାନେକି ସେତେବେଳେ ଚିଲିକାରୁ ମାଛ ଆଣି ବ୍ୟବସାୟ କରୁଥିଲେ।

କାଳକ୍ରମେ ଏହି ଗ୍ରାମର ଅଧିବାସୀମାନେ ସୁସଙ୍ଗଠିତ ଭାବେ ଯାତ୍ରାଟିକୁ ପରିଚାଳନା କରିଆସୁଛନ୍ତି। ସଂକ୍ରାନ୍ତୀଦିନ ରାତିରେ ଦୋଳବିମାନରେ ସବୁ ସାହିର ଠାକୁରମାନେ ଯାତ୍ରା ପଡିଆକୁ ଆସନ୍ତି। ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ପଡୋଶୀ ଗ୍ରାମ ଗୋଲାପାଟଣା, ଚଣ୍ଡିଆପଲ୍ଲା, ଲେହେଙ୍ଗ ଆଦି ଗ୍ରାମର ଗାଁ ଠାକୁରମାନେ ପଟୁଆରରେ ଆସିଥାନ୍ତି। ରାତି ସାରା ଆତସବାଜୀ ପ୍ରତିଯୋଗୀତା ହୁଏ। ପର ଚାରି ରାତି ଗ୍ରାମବାସୀଙ୍କ ତରଫରୁ ଅପେରା ପ୍ରଦର୍ଶିତ ହୁଏ।

Categories
ଆଞ୍ଚଳିକ

ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା।

ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା ଓ ସହଯୋଗରେ ଉକ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ସୂଚନା ଥାଉକି ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ଦୀର୍ଘ ୭ ବର୍ଷ ହେଲା ସୁଚାରୁରୂପେ ଉକ୍ତ ଗ୍ରାମରେ ପରିଚାଳିତ ହୋଇଆସୁଅଛି।