Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ
ଆଞ୍ଚଳିକ

ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ

April 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା।

ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା ଓ ସହଯୋଗରେ ଉକ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ସୂଚନା ଥାଉକି ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ଦୀର୍ଘ ୭ ବର୍ଷ ହେଲା ସୁଚାରୁରୂପେ ଉକ୍ତ ଗ୍ରାମରେ ପରିଚାଳିତ ହୋଇଆସୁଅଛି।

ବାଣପୁର ମହାବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026
Latest News

PUC ନଥିଲେ ୧୦ ହଜାର ଜରିମାନା! ଅକ୍ଟୋବର ୧ରୁ ଦିଲ୍ଲୀରେ ଗାଡ଼ି ଯାଞ୍ଚ, ଜାଣନ୍ତୁ ନୂଆ ନିୟମ

September 27, 2026

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.