Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ଚିଲିକା

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ।

ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ରାମ ନବମୀ-ହନୁମାନ ଜୟନ୍ତୀ ବିଷୟରେ ଏନସିପି ନେତାଙ୍କ ବିବାଦୀୟ ବିବୃତ୍ତି: ବଢିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ: ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଦଙ୍ଗା ବିଷୟରେ ଏନସିପି ନେତା, ପୂର୍ବତନ ମନ୍ତ୍ରୀ ତଥା ଶରଦ ପାୱାରଙ୍କ ଘନିଷ୍ଠ କୁହାଯାଉଥିବା ଜିତେନ୍ଦ୍ର ଆହ୍ଵାଡଙ୍କ ବିବୃତ୍ତି ଯୋଗୁଁ ମହାରାଷ୍ଟ୍ରର ରାଜନୀତି ତୀବ୍ର ହୋଇଛି। ବାସ୍ତବରେ ଏନସିପିର ବଳିଷ୍ଠ ନେତା ଜିତେନ୍ଦ୍ର ଆହ୍ଵାଡ ଥାନେରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଅବସରରେ ବିଜେପି ଏବଂ ହିନ୍ଦୁ ସଂଗଠନ ଦ୍ୱାରା କରାଯାଇଥିବା ଶୋଭାଯାତ୍ରା, ଭିଡକୁ ଦେଖିଲେ ଲାଗୁଥିଲା ଯେପରି ଏହି ଲୋକମାନେ ଦଙ୍ଗା କରିବାକୁ ବାହାରିଛନ୍ତି। ଅନେକ ସ୍ଥାନରେ ଦଙ୍ଗା ଘଟଣା ମଧ୍ୟ ଘଟିଥିଲା, ଚଳିତ ବର୍ଷ ଜାତିଗତ ଦଙ୍ଗା ପାଇଁ ଜଣାଶୁଣା। ”

ଜିତେନ୍ଦ୍ର ଆହ୍ଵାଡଙ୍କ ଏହି ବିବୃତ୍ତି ଉପରେ ବିଜେପି ଆପତ୍ତି କରିଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ଏନସିପି ନେତାଙ୍କ ଏହି ବିବୃତ୍ତି ଅତ୍ୟନ୍ତ ଆପତ୍ତିଜନକ। ସେ କହିଛନ୍ତି ଯେ, ରାମ ଭକ୍ତଙ୍କୁ ଅପମାନିତ କରିଛନ୍ତି ଏବଂ ବୋଧହୁଏ ଦଙ୍ଗା ହେବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ଏହିପରି ପ୍ରସଙ୍ଗରେ ଜଣେ ସମ୍ବେଦନଶୀଳ ହେବା ଉଚିତ୍, ଏପରି ବିବୃତ୍ତି ଦିଆଯିବା ଉଚିତ୍ ନୁହେଁ ଯାହା ଭୟ ସୃଷ୍ଟି କରେ।

ତାଙ୍କ ବିବୃତ୍ତିରେ କ୍ଷମା ମାଗିବାକୁ ମନା କରି ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଆହ୍ଵାଡ କହିଛନ୍ତି ଯେ, ମୁଁ ଜଣେ ହିନ୍ଦୁ। ମୋତେ ହିନ୍ଦୁତ୍ୱ ଶିଖାଇବା ଉଚିତ୍ ନୁହେଁ, ଗତକାଲି ମୁଁ ଯାହା କହିଥିଲି ତାହା ମଧ୍ୟ ରେକର୍ଡରେ ଅଛି। ସମ୍ପ୍ରତି ରାମ ନବମୀ ଏବଂ ହନୁମାନ ଜୟନ୍ତୀଙ୍କ ବିଷୟରେ ଜିତେନ୍ଦ୍ରଙ୍କ ଆପତ୍ତିଜନକ ବିବୃତ୍ତି ବିରୋଧରେ ଥାନେ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଏହା ସହିତ ବିଜେପି ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି।

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ବଜରଙ୍ଗ ଦଳର ବିଶାଳ ରାଲି: ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ବାଇକ ରାଲି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା।

ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ଗତବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି, ଜିସିବି ଏବଂ ଗାଡ଼ିରେ ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହରର ଟ୍ରାଫିକ ଏକ ରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା। ଉକ୍ତ ରାଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଏବଂ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଥିଲେ। ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।

Categories
ଆଞ୍ଚଳିକ

ହନୁମାନ ଜୟନ୍ତୀ ଉପଲକ୍ଷେ ‘ଜୟ ଶ୍ରୀରାମ’ ଧ୍ୱନିରେ ପ୍ରକମ୍ପିତ ହେଲା ବାଣପୁର-ବାଲୁଗାଁ, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ସହରରେ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଉକ୍ତ ରାଲି ଅନୁଷ୍ଠିତ ହୋଇଯାଇଛି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ରାମ ଭକ୍ତ।

ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

ତେବେ ପ୍ରଥମ ଥର ପାଇଁ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁ ବାସି। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉଭୟ ବାଣପୁର ଏବଂ ବାଲୁଗାଁ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଉକ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଶୋଭାଯାତ୍ରାରେ ଏତେ ସଂଖ୍ୟକ ରାମଭକ୍ତଙ୍କ ଯୋଗଦାନ ଫଳରେ ଉଭୟ ସହର ଟ୍ରାଫିକ ଏକରକମର ଠପ ହୋଇଯାଇଥିଲା।

ଅନୁରୂପ ଭାବେ ଶୋଭାଯାତ୍ରା ଯେତେ ଆଗକୁ ଆଗକୁ ଅଗ୍ରସର ହେଉଥିଲା ସେତେ ଅଧିକ ପରିମାଣରେ ରାମ ଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହେଉଥିବାର ଦେଖିବାକୁ ମିଳିଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହସଂଯୋଜକ ଆକାଶ ନାୟକ, ଦେବି ପ୍ରସାଦ ମହାନ୍ତି, ମହେଶ୍ୱର ପଣ୍ଡା, ଦ୍ଵିତୀ ରାଉତ, ଚନ୍ଦନ ନାୟକ, ହରେକୃଷ୍ଣ ନାୟକ ଏବଂ ଅନୁରାଗ ମହାନ୍ତି ଆଦି ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହନୁମାନ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ମାନସ ସାହୁ ବାଲୁକା କଳା

ପୁରୀ: ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କ କଳା ସ୍ଥାପତ୍ୟ ମାଧ୍ୟମରେ “ହନୁମାନ ଜୟନ୍ତୀ” ଏବଂ “ଓଡିଆ ନୂଆ ବର୍ଷ” ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୁରୀ ଲାଇଟ୍ ହାଉସ୍ ନିକଟ ଗୋଲ୍ଡେନ୍ ବିଚ୍ ଠାରେ ସେ ପ୍ରଭୁ ହନୁମାନଙ୍କ ଏକ ସଙ୍କଟମୟ ଏବଂ ଚମତ୍କାର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି। କରୋନା ଭାଇରସ୍ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସେ ସମଗ୍ର ବିଶ୍ୱର ସୁସ୍ଥତା ପାଇଁ ତାଙ୍କର ହୃଦୟକୁ ପ୍ରାର୍ଥନା କରନ୍ତି।

ମାନସ ସାହୁଙ୍କ ବାଲୁକା ମୂର୍ତ୍ତି ୧୭ ଫୁଟ ଚଉଡା ଯେଉଁଥିରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଛି। ସେ ଏହି ବାଲୁକା ସ୍ଥାପତ୍ୟ କରିବାକୁ ପ୍ରାୟ ୭ ଘଣ୍ଟା ସମୟ ନେଇଥିଲେ। ସେ ତାଙ୍କ ବାଲୁକା କଳା ମାଧ୍ୟମରେ ହନୁମାନ ଜୟନ୍ତୀ ଏବଂ ଓଡିଆ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଧର୍ମ

ହନୁମାନ ଜୟନ୍ତୀରେ ଏହିସବୁ କଥା ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ବିଭ୍ରାଟ

Hanuman Jayanti: ହନୁମାନ ଜୟନ୍ତୀ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରେ ଅନ୍ୟତମ। ଏହିଦିନଟି ବିଶେଷ ଭାବେ ହନୁମାନ ଭକ୍ତଙ୍କ ପାଇଁ ବେଶ ମହତ ରଖେ। ଏହିଦିନ ଭକ୍ତମାନ ଉପବାସ ରହି ପ୍ରଭୃ ବୀର ହନୁମାନଙ୍କୁ ପୂଜା କରିଥାନ୍ତି। ଏହିଦିନ ସମସ୍ତେ ହନୁମାନ ମନ୍ଦିରରେ ପୂଜାଅର୍ଚ୍ଚନା କରିବା ଉଚିତ।

ତେବେ ହନୁମାନ ଜୟନ୍ତୀରେ କେତେକ ବିଶେଷ କଥା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସେଗୁଡିକ ହେଲା

ହନୁମାନ ଚାଳିସା ପାଠ- ହନୁମାନ ଜୟନ୍ତୀରେ ନିଶ୍ଚିତ ଭାବେ ହନୁମାନ ଚାଳିସା ପାଠ କରିବା ଉଚିତ। କାରଣ ଏହି ଦିନ ହନୁମାନ ଚାଳିସା ପାଠ କରିବାର ଗୁରୁତ୍ବ ଭିନ୍ନ ପ୍ରକାରର ରହିଛି।

ରାଶିତେଲ ଦୀପ ପ୍ରଦାନ– ଏହିଦିନ ବୀର ହନୁମାନଙ୍କୁ ରାଶି ତେଲ ଦୀପ ଦାନ କରନ୍ତୁ। ଯଦି ସମ୍ଭବ ତିନି ମୁହିଁଆ ଦୀପ ପ୍ରଜଲ୍ଲନ କଲେ ବହୁ ଉପକାର ମିଳିଥାଏ।

ହନୁମାନ ମନ୍ତ୍ର ପାଠ- ଏହିଦିନ ଆପଣ ହନୁମାନ ମନ୍ତ୍ର ନିଶ୍ଚିତ ପାଠ କରନ୍ତୁ। କାରଣ ଅନ୍ୟଦିନ ଅପେକ୍ଷା ହନୁମାନ ଜୟନ୍ତିରେ ଏହାର ଗୁରୁତ୍ବ ରହିଛି। ଏହି ମନ୍ତ୍ର ହେଲା- ଓଁ ଶ୍ରୀ ହନୁମନ୍ତେ ନମଃ। ଏହାକୁ ଶହେ ଆଠ ଥର ଜପ କରିବା ଉଚିତ।

ସୁନ୍ଦରାକାଣ୍ଡ ପାଠ- ଏହି ଦିନ ଥରଟିଏ ହେଉ ପଛେ ସୁନ୍ଦରାକାଣ୍ଡ ପାଠ କରିବା ବେଶ ଉପକାର ଆସିଥାଏ।

ପିତ୍ତଳ ବଳା ଧାରଣ- ଏହିଦିନ ଏକ ହନୁମାନଙ୍କ ପାଖରେ ପୂଜା ହୋଇଥିବା ବଳା ଧାରଣ କରିବା ଉଚିତ। ଏହି ବଳାଟି ପିତ୍ତଳର ହୋଇଥିବ। ପ୍ରଭୃଙ୍କ ପାଖରେ ପୂଜା କରି ଏହାକୁ ହନୁମାନ ଜୟନ୍ତୀରେ ଧାରଣ କରାଯାଇଥାଏ।

ଲଡୁ ଭୋଗ କରନ୍ତୁ- ପ୍ରତି ମଙ୍ଗଳବାର, ଶନିବାର ଏବଂ ହନୁମାନ ଜୟନ୍ତୀରେ ପ୍ରଭୃଙ୍କୁ ଲଡୁ ଭୋଗ ଅର୍ପଣ କରନ୍ତୁ। ଏହା ବୁନ୍ଦି, ବେସନ ଲଡୁ କିମ୍ବା ମାଲପୁଆ ଭୋଗ କରନ୍ତୁ।

ରାମ, ଲକ୍ଷ୍ଣଣ, ସୀତାଙ୍କୁ ପୂଜା– ଅନେକ ହନୁମାନ ଜୟନ୍ତୀରେ କେବଳ ହନୁମାନଙ୍କୁ ପୂଜା କରି ଚାଲିଆସନ୍ତି। ହେଲେ ଏହା ଭୁଲ। ସେଦିନ ଠିକ୍ ସେହି ସମାନ ଭକ୍ତିରେ ପ୍ରଭୃ ଶ୍ରୀରାମ, ପ୍ରଭୃ ଲକ୍ଷ୍ଣଣ ଏବଂ ମାତା ସୀତାଙ୍କୁ ମଧ୍ୟ ପୂଜା କରନ୍ତୁ। ନଚେତ ହୁନମାନ ଜୀ ନିଶ୍ଚିତ ରୋଶ କରିବେ।

Categories
ଆଞ୍ଚଳିକ

ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା।

ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା ଓ ସହଯୋଗରେ ଉକ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ସୂଚନା ଥାଉକି ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ଦୀର୍ଘ ୭ ବର୍ଷ ହେଲା ସୁଚାରୁରୂପେ ଉକ୍ତ ଗ୍ରାମରେ ପରିଚାଳିତ ହୋଇଆସୁଅଛି।