Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତିଶଗଡରେ ୨୯ ନକ୍ସଲଙ୍କ ମୃତ୍ୟୁ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା: ସୁରକ୍ଷା ବାହିନୀକୁ ଏହିପରି କଲେ ପ୍ରଶଂସା
ଆଜିର ଖବର

ଛତିଶଗଡରେ ୨୯ ନକ୍ସଲଙ୍କ ମୃତ୍ୟୁ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା: ସୁରକ୍ଷା ବାହିନୀକୁ ଏହିପରି କଲେ ପ୍ରଶଂସା

April 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଛତିଶଗଡର କାଙ୍କେର ଜିଲ୍ଲାର ମାଡ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ସୁରକ୍ଷା ବାହିନୀ ଦ୍ୱାରା ମିଳିଥିବା ବଡ ସଫଳତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଖୁସି ବ୍ୟକ୍ତ କରିଛନ୍ତି। ସେ ସୁରକ୍ଷା ବାହିନୀର କାର୍ଯ୍ୟକଳାପକୁ ପ୍ରଶଂସା କରି କହିଛନ୍ତି ଯେ, ଖୁବ ଶୀଘ୍ର ଦେଶ ନକ୍ସଲବାଦରୁ ମୁକ୍ତ ହେବ।

ମଙ୍ଗଳବାର ଅପରାହ୍ନ ୨ ଟାରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଅପରେସନରେ ସୁରକ୍ଷା ବାହିନୀ ୨୯ ଜଣ ନକ୍ସଲଙ୍କୁ ସଫା କରିଛନ୍ତି। ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ନକ୍ସଲ ନେତା ଶଙ୍କର ରାଓ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହି ଏନକାଉଣ୍ଟରରେ ବିଏସଏଫ ଇନ୍ସପେକ୍ଟର ରମେଶ ଚୌଧୁରୀଙ୍କ ସମେତ ତିନିଜଣ ସୈନିକ ଆହତ ହୋଇଛନ୍ତି।

ଗୃହମନ୍ତ୍ରୀ ଅମିତ ଶାହା କ’ଣ କହିଛନ୍ତି?:

ସୁରକ୍ଷା ବାହିନୀର କାର୍ଯ୍ୟକୁ ପ୍ରଶଂସା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାଇକ୍ରୋବ୍ଲଗିଂ ସାଇଟରେ ଲେଖିଛନ୍ତି ଯେ, ମୁଁ ଆହତ ସାହସୀ ପୋଲିସଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ଏବଂ ଏହି ଅପରେସନ ପାଇଁ ସମସ୍ତ ଯବାନଙ୍କୁ ଅଭିନନ୍ଦନ ଜଣାଉଛି।

ଅମିତ ଶାହା ଆହୁରି ଲେଖିଛନ୍ତି ଯେ, “ନକ୍ସଲବାଦ ହେଉଛି ବିକାଶ, ଶାନ୍ତି ଏବଂ ଯୁବମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର ସବୁଠାରୁ ବଡ ଶତ୍ରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ଦେଶକୁ ନକ୍ସଲବାଦରୁ ମୁକ୍ତ କରିବାକୁ ସଂକଳ୍ପବଦ୍ଧ। ସରକାରୀ ଏବଂ ସୁରକ୍ଷା ବାହିନୀଙ୍କ ଉଦ୍ୟମ ହେତୁ ଛତିଶଗଡରେ ନକ୍ସଲବାଦ ଏକ ଛୋଟ ଅଞ୍ଚଳରେ ସୀମିତ ରହିଛି ଏବଂ ଖୁବ୍ ଶୀଘ୍ର ସମଗ୍ର ଦେଶ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ।

amit shah Bastar CAPF chhatisgarh Naxals
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.