Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର (ଏୟୁଏସ) ପ୍ରତିରୋପଣ ସେବା ଆରମ୍ଭ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର (ଏୟୁଏସ) ପ୍ରତିରୋପଣ ସେବା ଆରମ୍ଭ

April 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ରାଜ୍ୟରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହେବାର ଗୌରବ ଲାଭ କରିଛି। ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତ ମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ୱରରେ ଉପଲବ୍ଧ ହୋଇପାରିଛି।

କୃତ୍ରିମ ୟୁରିନାରୀ ସ୍ପିଙ୍କ୍ଟର ପ୍ରତିରୋପଣ ପ୍ରଣାଳୀ ମୂତ୍ର ରୋଗୀଙ୍କ ପାଇଁ ସର୍ବୋଚ୍ଚ (ସ୍ଵର୍ଣ୍ଣ ମାନକ) ଚିକିତ୍ସା ଭାବରେ ସ୍ୱୀକୃତିପ୍ରାପ୍ତ ଯାହା ପାରମ୍ପାରିକ ଚିକିତ୍ସା ପଦ୍ଧତିର ବିରୁଦ୍ଧାଚରଣ କରେନାହିଁ। ପ୍ରୋଷ୍ଟେଟ ସର୍ଜରୀ, ମେରୁଦଣ୍ଡରେ ଆଘାତ କିମ୍ବା ମୂତ୍ର ନିୟନ୍ତ୍ରଣକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଭିନ୍ନ କାରଣରୁ ଅଧିକାଂଶ ବ୍ୟକ୍ତି ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ଯାହାକି ସେମାନଙ୍କ ଦୈନନ୍ଦିନ ଜୀବନ ପ୍ରକ୍ରିୟାକୁ ବେଶ ପ୍ରଭାବିତ କରିଥାଏ।

କୃତ୍ରିମ ୟୁରିନାରୀ ସ୍ପିଙ୍କ୍ଟର ହେଉଛି ଏପରି ଏକ ଅତ୍ୟାଧୁନିକ ଉପକରଣ ଯାହାକି ମୁତ୍ରବାହିନୀରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ। ଯାହାକି ଅନିୟନ୍ତ୍ରିତ ପରିଶ୍ରାରୁ ମୁକ୍ତି ଦେବା ସହିତ ସାଧାରଣ ଜୀବନଯାପନ ପ୍ରକ୍ରିୟାକୁ ସ୍ଵାଭାବିକ କରିଥାଏ। ଅସ୍ବାଭାବିକ ମୂତ୍ର ଅସନ୍ତୋଷ ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଏହି ସେବା ବିଶେଷ ଭାବରେ ପ୍ରସ୍ତୁତ ହୋଇଛି ଯାହାକି ଅତ୍ୟନ୍ତ ପ୍ରଭାବଶାଳୀ ଓ ଫଳପ୍ରଦ।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ . ଆଶୁତୋଷ ବିଶ୍ୱାସ ଏହି  ଅତ୍ୟାଧୁନିକ ଆର୍ଟିଫିସିଆଲ୍ ୟୁରିନାରୀ ସ୍ପିନ୍ଟର ପ୍ରତିରୋପଣ ସେବା ଆରମ୍ଭରେ ଖୁସି ବ୍ୟକ୍ତ କରିବା ସହିତ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜୀ ବିଭାଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ରାଜ୍ୟ ତଥା ପୂର୍ବ ଭାରତର ଲୋକମାନେ ଏହି ସେବା ପାଇପାରିବେ, ଯେଉଁଥିପାଇଁ ସେମାନଙ୍କୁ ପୂର୍ବରୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲାବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।

ଏମ୍ସ ଭୁବନେଶ୍ୱରରେ ଏହି ପ୍ରତିରୋପଣ କାର୍ଯ୍ୟକ୍ରମ ଦକ୍ଷ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଧୂରିଣ ୟୁରୋଲୋଜିଷ୍ଟ ଏବଂ କୁଶଳୀ ସର୍ଜନଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହେବ। ଏମ୍ସ  ଭୁବନେଶ୍ୱରରେ ଆଣ୍ଡ୍ରୋଲୋଜି ଚିକିତ୍ସା ଯୋଗାଉଥିବା ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ସମ୍ବିତ ତ୍ରିପାଠୀଙ୍କ ମତରେ  ଏହି ପ୍ରତିରୋପଣ ସେବା ଆରମ୍ଭ କରିବା ବ୍ୟାପକ ତଥା ଉନ୍ନତ ଚିକିତ୍ସା ଚିକିତ୍ସା ପ୍ରଦାନ ପାଇଁ ଆମର ପ୍ରତିବଦ୍ଧତାର ଏକ ପ୍ରମୁଖ ପରିଚୟ ଅଟେ। ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକ କହିଛନ୍ତି ଯେ ଆମେ ଆମର ରୋଗୀଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଫଳାଫଳ ପ୍ରଦାନ କରିବା ଏବଂ ସେମାନଙ୍କ ନିତିଦିନିଆ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଉତ୍ସର୍ଗୀକୃତ। ଏହି ସେବା ଆରମ୍ଭ କରିବାରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ପ୍ରେରଣା ନିମନ୍ତେ ଆମେ କୃତଜ୍ଞ।

ଏମ୍ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏହି ଅବସରରେ ୟୁରୋଲୋଜି ବିଭାଗର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ନୂତନ ସେବା ମଧ୍ୟରେ କରାଯାଇଥିବା ସମସ୍ତ ପ୍ରକ୍ରିୟା ପାଇଁ ସର୍ବୋଚ୍ଚ ନିରାପତ୍ତା ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ରହିଛି। ରୋଗୀମାନଙ୍କୁ ପ୍ରତିରୋପଣ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ସହାୟତା କରିବା ପାଇଁ ଡାକ୍ତରଖାନା ପକ୍ଷରୁ ନିୟମିତ ଯାଞ୍ଚ ଏବଂ ସହାୟତା ପ୍ରଦାନ ନିମନ୍ତେ ସୁବନ୍ଦୋବସ୍ତ କରାଯାଇଛି।

ଏମ୍ସ ଭୁବନେଶ୍ୱରରେ ଆର୍ଟିଫିସିଆଲ୍ ୟୁରିନାରୀ ସ୍ପିନ୍ଟର ପ୍ରତିରୋପଣ ସେବା ବିଷୟରେ ଅଧିକ ସୂଚନା କିମ୍ବା ଏନେଇ ପରାମର୍ଶ କରିବାକୁ ଚାହୁଁଥିବା ରୋଗୀମାନେ ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ସହିତ ଯୋଗାଯୋଗ କରିପାରିବେ।

ଏମ୍‌ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦୂର ହେଲା ପେଟ୍ରୋଲ-ଡିଜେଲ ଚିନ୍ତା: ଏହି ତାରିଖରେ ଲଞ୍ଚ ହେବ ଦେଶର ପ୍ରଥମ ଫ୍ଲେକ୍ସ-ଫୁଏଲ କାର

May 24, 2026

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣହାନୀ

May 24, 2026

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026
Latest News

ଦୂର ହେଲା ପେଟ୍ରୋଲ-ଡିଜେଲ ଚିନ୍ତା: ଏହି ତାରିଖରେ ଲଞ୍ଚ ହେବ ଦେଶର ପ୍ରଥମ ଫ୍ଲେକ୍ସ-ଫୁଏଲ କାର

May 24, 2026

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣହାନୀ

May 24, 2026

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ବରିଷ୍ଠ ନାଗରିକ FD ହାର: କେଉଁ ବ୍ୟାଙ୍କ କେତେ ରିଟର୍ଣ୍ଣ ପ୍ରଦାନ କରୁଛନ୍ତି, ଦେଖନ୍ତୁ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.