Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ୨୦ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ୨୦ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ

April 17, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ଯାତ୍ରୀଭଇଡ୍କୁ ଏଡ଼ାଇବା ସହିତ ଜନସାଧାରଣଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ଗ୍ରୀଷ୍ମ କାଳୀନ ଭୀଡକୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଆହୁରି ଅଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କାରାଯିବା ସହିତ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସେବା ବୃଦ୍ଧି କରିବା ପାଇଁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

A: ପୁରୀ-ଶାଲିମାର ଦ୍ୱି-ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍

08483/08484 ପୁରୀ-ଶାଲିମାର-ପୁରୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 21 ଏପ୍ରିଲରୁ 30 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ପୁରୀରୁ ରାତ୍ରି 11 ଘ. 50 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ଶାଲିମାରରୁ ଏହି ଟ୍ରେନ୍ 22 ଏପ୍ରିଲରୁ 1 ଜୁଲାଇ 2024 ମଧ୍ୟରେ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ଦିନ ସନ୍ଧ୍ୟା 07 ଘ. 45 ମି.ରେ ଛାଡିବ।

B: ପୁରୀ-ନିଜାମୁଦ୍ଦିନ ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍

08475/08476 ପୁରୀ-ନିଜାମୁଦ୍ଦିନ-ପୁରୀ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 19 ଏପ୍ରିଲରୁ 28 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ ଭୋର 04 ଘ. 50 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ନିଜାମୁଦ୍ଦିନରୁ ଏହି ଟ୍ରେନ୍ 20 ଏପ୍ରିଲରୁ 29 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ରାତ୍ରି 11 ଘ. 35 ମି.ରେ ଛାଡିବ।

C : ମାଳତୀପାଟପୁର (ପୁରୀ)-ଶାଲିମାର ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍

02839/02840 ଶାଲିମାର-ମାଳତୀପାଟପୁର-ଶାଲିମାର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 14 ଏପ୍ରିଲରୁ 30 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତ୍ରି 09 ଘ. 25 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ, ଶାଲିମାରରୁ ଏହି ଟ୍ରେନ୍ 15 ଏପ୍ରିଲରୁ 1 ଜୁଲାଇ 2024 ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ରାତ୍ରି 11 ଘ. 50 ମି.ରେ ଛାଡିବ।

D. ଭୁବନେଶ୍ୱର-ଯଶୋବନ୍ତପୁର ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍

02811/02812 ଭୁବନେଶ୍ୱର-ଯଶୋବନ୍ତପୁର-ଭୁବନେଶ୍ୱର ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ 13 ଏପ୍ରିଲ ରୁ 25 ମଇ 2024 ମଧ୍ୟରେ ଭୁବନେଶ୍ୱରରୁ ପ୍ରତ୍ୟକ ଶନିବାର ସନ୍ଧ୍ୟା 07 ଘ. 15 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ 15 ଏପ୍ରିଲ ରୁ 27 ମଇ 2024 ମଧ୍ୟରେ ପ୍ରତ୍ୟକ ସୋମବାର ଭୋର 05 ଘଟିକାରେ ଛାଡି ଭୁବନେଶ୍ୱର ଯାତ୍ରା କରିବ।

E : ବ୍ରହ୍ମପୁର-ସୁରଟ ସାପ୍ତାହିକ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍

09069/09070 ସୁରଟ-ବ୍ରହ୍ମପୁର-ସୁରଟ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 17 ଏପ୍ରିଲରୁ 26 ଜୁନ୍ 2024 ମଧ୍ୟରେ ସୁରଟ ଠାରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ 02 ଘ. 20 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ବ୍ରହ୍ମପୁରରୁ ଏପ୍ରିଲ୍ 19 ରୁ 28 ଜୁନ 2024 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଭୋର 03ଘ.30ମି.ରେ ଛାଡି ସୁରଟ ଯାତ୍ରା କରିବ।

F. ସମ୍ବଲପୁର-ପୁଣେ ସାପ୍ତାହିକ ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍

08327/08328 ସମ୍ବଲପୁର-ପୁଣେ-ସମ୍ବଲପୁର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 14 ଏପ୍ରିଲରୁ 30 ଜୁନ୍ 2024 ମଧ୍ୟରେ ସମ୍ବଲପୁର ଠାରୁ ପ୍ରତ୍ୟେକ ରବିବାର ଦିନ ରାତ୍ରି 10 ଘଟିକାରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ପୁଣେରୁ 16 ଏପ୍ରିଲରୁ 2 ଜୁଲାଇ 2024 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ପୂର୍ବାହ୍ନ 09ଘ.15ମି.ରେ ଛାଡି ସମ୍ବଲପୁର ଯାତ୍ରା କରିବ।

G : ସମ୍ବଲପୁର-ଗୌହାଟୀ ସାପ୍ତାହିକ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍

08351/08352 ସମ୍ବଲପୁର-ଗୌହାଟୀ-ସମ୍ବଲପୁର ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 22 ଏପ୍ରିଲ ରୁ 24 ଜୁନ 2024 ମଧ୍ୟରେ ସମ୍ବଲପୁର ଠାରୁ ପ୍ରତ୍ୟକ ସୋମବାର ସନ୍ଧ୍ୟା 06ଘ.50ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଗୌହାଟୀ ଠାରୁ ଏପ୍ରିଲ 24 ରୁ 26 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ବୁଧବାର ପୂର୍ବାହ୍ନ 08 ଘଟିକାରେ ଛାଡି ସମ୍ବଲପୁର ଯାତ୍ରା କରିବ।

H. ବିଶାଖାପାଟନମ୍-କୋଲାମ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ

08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ 17 ଏପ୍ରିଲରୁ 3 ଜୁଲାଇ 2024 ମଧ୍ୟରେ ବିଶାଖାପାଟନମରୁ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ କୋଲାମ ଠାରୁ 18 ଏପ୍ରିଲ ଠାରୁ 04 ଜୁଲାଇ 2024 ମଧ୍ୟରେ ପ୍ରତ୍ୟକ ଗୁରୁବାର ସନ୍ଧ୍ୟା 07ଘ.35ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ।

I. ବିଶାଖାପାଟନମ୍-କୁର୍ନୁଲ୍ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ

08585/08586 ବିଶାଖାପାଟନମ୍-କୁର୍ନୁଲ୍-ବିଶାଖାପାଟନମ୍ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମ ଠାରୁ 02 ଏପ୍ରିଲ୍ ରୁ 25 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ସନ୍ଧ୍ୟା 05ଘ.35ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ କୁର୍ନୁଲ୍ ଠାରୁ 03 ଏପ୍ରିଲ୍ ରୁ 26 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ 03ଘ.30ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ।

ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ କିଛି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସେବା ସମୟ ବୃଦ୍ଧି।

J. ଭୁବନେଶ୍ୱର-ଚେନ୍ନାଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍

ପ୍ରତ୍ୟେକ ସୋମବାର ଦିନ ଚେନ୍ନାଇରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ଭୁବନେଶ୍ୱରରୁ ଚଳାଚଳ କରୁଥିବା 06073/06074 ଚେନ୍ନାଇ-ଭୁବନେଶ୍ୱର-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବା ସମୟକୁ 4 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

K. ଭୁବନେଶ୍ୱର-ଧାନବାଦ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର ଏବଂ ଧାନବାଦ ଠାରୁ ପ୍ରତ୍ୟକ ଦିନ ଚଳାଚଳ କରୁଥିବା 02832/02831 ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବାକୁ 29 ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଏବଂ 30 ଜୁନ୍ 2024 ପର୍ଯ୍ୟନ୍ତ ଧାନବାଦରୁ ଛାଡିବାକୁ ନିଷ୍ପତ୍ତି ନିଆଯାଇଅଛି।

L. ପୁରୀ-ପାଟନା ସ୍ୱତନ୍ତ୍ର ଟ୍ରେନ୍

ପ୍ରତ୍ୟେକ ଶନିବାର ଦିନ ପୁରୀରୁ ଏବଂ ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଚଳାଚଳ କରୁଥିବା 08439/08440 ପୁରୀ-ପାଟନା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମୟକୁ 30 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

M. ପୁରୀ-ପାଟନା ସ୍ୱତନ୍ତ୍ର ଟ୍ରେନ୍।

ପ୍ରତ୍ୟେକ ଗୁରୁବାର ଦିନ ପାଟନା ଠାରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ପୁରୀରୁ ଚଳାଚଳ କରୁଥିବା 03230/03229 ପାଟନା-ପୁରୀ-ପାଟନା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବାକୁ 26 ଜୁଲାଇ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

N. ପୁରୀ-ଭଞ୍ଜପୁର (ବାରିପଦା) ସ୍ୱତନ୍ତ୍ର ଟ୍ରେନ୍

ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀରୁ ଚଳାଚଳ କରୁଥିବା 08011/08012 ପୁରୀ-ଭଞ୍ଜପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସେବାକୁ 30 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

O. ପୁରୀ-ସାନ୍ତ୍ରାଗଛି ସ୍ୱତନ୍ତ୍ର ଟ୍ରେନ୍

ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗଛିରୁ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀରୁ ଚଳାଚଳ କରୁଥିବା 02837/02838 ସାନ୍ତ୍ରାଗଛି-ପୁରୀ-ସାନ୍ତ୍ରାଗଛି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମୟକୁ 29 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

P. ବ୍ରହ୍ମପୁର-ଏର୍ଣ୍ଣାକୁଲମ୍ ସାପ୍ତାହିକ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍ (ଅଣସଂରକ୍ଷିତ)

ପ୍ରତ୍ୟେକ ଶନିବାର ଦିନ ଏର୍ଣ୍ଣାକୁଲମ୍ ରୁ ଏବଂ ପ୍ରତ୍ୟେକ ସୋମବାର ଦିନ ବ୍ରହ୍ମପୁରରୁ ଚଳାଚଳ କରୁଥିବା 06087/06088 ଏର୍ଣ୍ଣାକୁଲମ୍-ବ୍ରହ୍ମପୁର-ଏର୍ଣ୍ଣାକୁଲମ୍ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଅବଧିକୁ 27 ମଇ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

Q- କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍

07165/07166 ହାଇଦ୍ରାବାଦ-କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ମଙ୍ଗଳବାର ଦିନ ହାଇଦ୍ରାବାଦରୁ ଏବଂ ପ୍ରତ୍ୟେକ ବୁଧବାର ଦିନ କଟକରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ସେବା ଅବଧିକୁ 20 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

R. ବିଶାଖାପାଟଣା – ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ

ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ସିକନ୍ଦରାବାଦ ଠାରୁ ଚଳାଚଳ କରୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ସେବା ଅବଧିକୁ 27 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

S. ବିଶାଖାପାଟନମ୍-ତିରୁପତି ସ୍ୱତନ୍ତ୍ର ଟ୍ରେନ

ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟେକ ମଙ୍ଗଳବାର ଦିନ ତିରୁପତି ଠାରୁ ଚଳାଚଳ କରୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଅବଧିକୁ 25 ଜୁନ୍ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

T. ବିଶାଖାପାଟନମ୍-ବେଙ୍ଗାଲୁରୁ ସ୍ପେଶାଲ୍

ପ୍ରତି ରବିବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟକ ସୋମବାର ଦିନ ବେଙ୍ଗାଲୁରୁରୁ ଚଳାଚଳ କରୁଥିବା 08543/08544 ବିଶାଖାପାଟନମ୍-ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଅବଧିକୁ 01 ଜୁଲାଇ 2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।

ଉପରୋକ୍ତ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ, ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ 13 ଯୋଡ଼ା ଦୂରଗାମୀ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଅଛି। ଏହି ଟ୍ରେନ ଗୁଡିକ ହେଉଛି _ ସିକନ୍ଦରାବାଦ-ଦିବ୍ରୁଗଡ-ସିକନ୍ଦରାବାଦ ସ୍ପେଶାଲ, ସିକନ୍ଦରାବାଦ-ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ, ଚେନ୍ନାଇ-ସାନ୍ତ୍ରାଗଛି-ଚେନ୍ନାଇ ସ୍ପେସିଆଲ, ନାଗେରକୋଏଲ-ଡିବ୍ରୁଗଡ-ନାଗେରକୋଏଲ ସ୍ପେସିଆଲ, କୋଚୁଭେଲି-ଶାଲିମାର-କୋଚୁଭେଲି ସ୍ପେଶାଲ, ବେଙ୍ଗାଲୁରୁ-ଖଡ଼ଗ୍ପୁର-ବେଙ୍ଗାଲୁରୁ ସ୍ପେସିଆଲ, ସାନ୍ତ୍ରାଗଛି-ସିକନ୍ଦରାବାଦ-ସାନ୍ତ୍ରାଗଛି ସ୍ପେସିଆଲ, ସିକନ୍ଦରାବାଦ-ଶାଲିମର-ସିକନ୍ଦରାବାଦ ସ୍ପେଶାଲ, ବେଙ୍ଗାଲୁରୁ-ମାଲଦା ଟାଉନ-ବେଙ୍ଗାଲୁରୁ ସ୍ପେଶାଲ, ମହୀଶୂର-ମୁଜାଫରପୁର-ମହୀଶୂର ସ୍ପେଶାଲ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ-ନ୍ୟୁ ତିନସୁକିଆ ସ୍ପେଶାଲ ଏବଂ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ।

ଗ୍ରୀଷ୍ମ କାଳୀନ ଟ୍ରେନ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025
Latest News

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.