Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରପଂଚଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଘଟଣା: ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ ତଲବ
ଆଜିର ଖବର

ସରପଂଚଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଘଟଣା: ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ନିର୍ବାଚନ କମିଶନଙ୍କ ରିପୋର୍ଟ ତଲବ

April 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ୱାରା ଜୁନାଗଡ଼ ବ୍ଳକ ଅନ୍ତର୍ଗତ କାଲୋପଲା ଗ୍ରାମ ପଂଚାୟତର ସରପଂଚ ଙ୍କୁ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଅଯୋଗ୍ୟ ଘୋଷିତ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏହି ଘଟଣାରେ ଅଭିଯୋଗକାରିଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସୁଫଳ ନ ମିଳିବାରୁ ନିର୍ବାଚନ କମିଶନଙ୍କ ଅଦାଲତରେ ଅଭିଯୋଗ ଦାଖଲ କରିବା ପରେ ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ରିପୋର୍ଟ ତଲବ କରିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ଗତ ୨୦୨୨ ପଞ୍ଚାୟତିରାଜ ନିର୍ବାଚନରେ ଜୁନାଗଡ ବ୍ଲକ ଅନ୍ତର୍ଗତ କଲୋପଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜନ୍ମେଜୟ ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ବୋଲି ଉଲ୍ଲେଖ କରିଥିବା ବେଳେ ମହିଚଳା ବାଲାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସୂତ୍ର ରୁ ମିଳିଥିବା ତଥ୍ୟ ଅନୁସାରେ ସେ ଦଶମ ଫେଲ ହୋଇଥିବା ଜଣାପଡିଥିଲା।

ସେହିପର ଜନ୍ମେଜୟଙ୍କର ଦୁଇ ଗୋଟି ଟ୍ରାକ୍ଟର ଥିବା ବେଳେ ତାହା ସତ୍ୟପାଠରେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରି ନ ଥିଲେ ବୋଲି ପ୍ରମାଣୀତ ହୋଇଥିଲା। ଏ ସମ୍ପର୍କରେ ପୁର୍ବତନ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ସତ୍ୟ ନାରାୟଣ ବେହେରା ବିଭିନ୍ନ ସରକାରୀ ଅଫିସରୁ ତଥ୍ୟ ସଂଗ୍ରହ କରି ମିଥ୍ୟା ସତ୍ୟ ପାଠ ସମ୍ପର୍କରେ ପ୍ରାଥମିକ ପ୍ରମାଣ ପାଇବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଦାଲ ରେ ଅଭିଯୋଗ ଦାଖଲ କରିଥିଲେ।

ଜିଲ୍ଲାପାଳ ଜି ପି ଇଲେକ୍ସନ୍ କେଶ ନଂ ୭/୨୨ ଅନୁସାରେ ଉଭୟ ପକ୍ଷଙ୍କ ଶୁଣାଣି କରିଥିଲେ। ଏହା ସହିତ ସମସ୍ତ ସରକାରୀ ଅଫିସରୁ ଜିଲ୍ଲାପାଳ କାଗଜାତ ତଦନ୍ତ କରିବା ପରେ ଗତ ୨୭ ଅକ୍ଟୋବର ଦିନ କଲୋପଲା ଗ୍ରାମପଞ୍ଚାୟତର ସରପଂଚ ଜନ୍ମେଜୟ ସାହୁଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ। ଏବଂ ସେ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସରକାର ସ୍ୱାୟତ୍ତ ଶାସନରେ କ୍ଷମତାର ବିକେନ୍ଦ୍ରିକରଣ କରିବା ପାଇଁ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କରିଥିବା ବେଳେ ଏଭଳି ଆସାଧୁ ଲୋକଙ୍କ ପାଇଁ ଯୋଗ୍ୟ ବ୍ୟକ୍ତି ମାନେ ସୁଯୋଗ ପାଇ ପାରୁ ନ ଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଜୁନାଗଡ଼ ସମେତ ବିଭିନ୍ନ ବ୍ଲକରେ ଏଭଳି ଅନେକ ସମିତି ସଭ୍ୟ ଓ ସରପଂଚ ମିଥ୍ୟା ସତ୍ୟ ପାଠ ଦାଖଲ କରିଥିବା ବେଳେ ଅଫିସରମାନେ ରାଜନୈତିକ ପ୍ରଭାବରେ ପଡ଼ି ଏଭଳି ଭାବେ ଅଣଦେଖା କରୁଥିବା ହେତୁ ସଠିକ ବ୍ୟକ୍ତି ରାଜନୀତିରୁ ଦୂରେଇ ରହୁଥିବା ସାଧାରଣରେ ଆଲୋଚନା ହେଉଛି।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୨୫(୧) ଅନୁସାରେ ପ୍ରଶାସନ ଏହି ମିଥ୍ୟା ସତ୍ୟପାଠ ଘଟଣାରେ ଜିଲ୍ଲାପାଳ ଦୃଢ ପଦକ୍ଷେପ ଗ୍ରହଣ କରି ଅଯୋଗ୍ୟ ଘୋଷିତ କରିଥିବା ବେଳେ ଜୁନାଗଡ ବିଡ଼ିଓ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅଭିଯୋଗକାରୀଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି। ନିର୍ବାଚନ କମିଶନ ପତ୍ର ସଂଖ୍ୟା ୧୧୪୦/ତା ୦୮/୦୪/୨୦୨୪ ଯୋଗେ ରିପୋର୍ଟ ତଲବ କରିଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ଜୁନାଗଡ ବିଡ଼ିଓ ଙ୍କ ମତାମତ ମିଳି ପାରିନାହିଁ।

କଳାହାଣ୍ଡି ନିର୍ବାଚନ କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପୂର୍ତ୍ତ ବିଭାଗ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

April 5, 2026
Latest News

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.