Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତର ସବୁଠାରୁ ସୁଲଭ ୯୯୯ ଟଙ୍କିଆ ଜିଓ ଭାରତ ୪ଜି ଫୋନ: ସ୍ୱତନ୍ତ୍ର ଆଇପିଏଲ ପ୍ରମୋସନାଲ ଅଫର
ଆଜିର ଖବର

ଭାରତର ସବୁଠାରୁ ସୁଲଭ ୯୯୯ ଟଙ୍କିଆ ଜିଓ ଭାରତ ୪ଜି ଫୋନ: ସ୍ୱତନ୍ତ୍ର ଆଇପିଏଲ ପ୍ରମୋସନାଲ ଅଫର

April 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ପକ୍ଷରୁ ଭାରତର ସବୁଠାରୁ ସୁଲଭ ୯୯୯ ଟଙ୍କିଆ ଜିଓ ଭାରତ ୪ଜି ଫୋନ ସହିତ ସ୍ୱତନ୍ତ୍ର ରିଚାର୍ଜ ଅଫର ପ୍ରଚଳନ କରାଯାଇଛି । ଏହି ସ୍ୱତନ୍ତ୍ର ଅଫର ଅଧୀନରେ ନୂଆ ଜିଓ ଭାରତ ଫୋନରେ ୨୩୪ ଟଙ୍କାର ଦୁଇ ମାସ ରିଚାର୍ଜ ପ୍ଲାନ ସହିତ ଅତିରିକ୍ତ ଦୁଇ ମାସର ମାଗଣା ଅସୀମିତ ସେବା ଉପଲବ୍ଧ ହେଉଛି । ତେବେ ଏହି ସୀମିତ ସମୟ ଅଫର ଏପ୍ରିଲ ୧, ୨୦୨୪ ପରେ କିଣାଯାଇଥିବା ଜିଓ ଭାରତ ୪ଜି ଫୋନ ସହିତ ଥରେ ମାତ୍ର ଉପଲବ୍ଧ ହେବ । ଏହି ପ୍ଲାନରେ ପ୍ରତିଦିନ ୦.୫ ଜିବି ହାଇସ୍ପିଡ଼ ଡାଟା ସହିତ ଅସୀମିତ ଭଏସ କଲ, ଜିଓ ଆପ୍ସ ସବସ୍କ୍ରିପସନ ଭଳି ଅନେକ ସୁବିଧା ଉପଲବ୍ଧ ହେଉଛି । ୫୬ ଦିନ ବୈଧତା ରହିଥିବା ୨୩୪ ଟଙ୍କା ପ୍ଲାନ ରିଚାର୍ଜ କରିବାର ୧୫ ଦିନ ପରେ ଆଇପିଏଲ ଧନ ଧନା ଧନ ପ୍ରମୋସନାଲ ସ୍ୱତନ୍ତ୍ର ଅଫର ବଳରେ ଅତିରିକ୍ତ ୫୬ ଦିନର ସେବା ମୋବାଇଲରେ ଉପଲବ୍ଧ ହେବ ଯାହା ପ୍ରଥମ ୫୬ ଦିନ ଶେଷ ହେବା ପରେ ଆପେ ଆପେ ଆକ୍ଟିଭେଟ ହେବ।

ସୂଚନା ଯୋଗ୍ୟ ଯେ ରିଲାଏନ୍ସ ଜିଓ ପକ୍ଷରୁ ଗତ ବର୍ଷ ନୂଆ ୪ଜି ଫିଚର ଫୋନ୍ ଜିଓ ଭାରତ ଭି୨କୁ ମାତ୍ର ୯୯୯ ଟଙ୍କାରେ ଉନ୍ମୋଚନ କରାଯାଇଥିଲା । ୨ଜି ମୁକ୍ତ ଭାରତ ସ୍ୱପ୍ନକୁ ସାକାର କରିବା ଏବଂ ସାରା ଦେଶର ନିୟୁତାଧିକ ୨ଜି ବ୍ୟବହାରକାରୀଙ୍କୁ ଡିଜିଟାଲ୍ ସକ୍ଷମ କରି ଡିଜିଟାଲ୍ ସେବା ସହ ପ୍ରତିଟି ଭାରତୀୟଙ୍କୁ ସଶକ୍ତ କରିବା ତଥା ସ୍ମାର୍ଟଫୋନ୍ ହାସଲ କରିପାରୁନଥିବା ଲୋକମାନଙ୍କ ପାଖରେ ତାହାକୁ ପହଂଚାଇବା ଲକ୍ଷ୍ୟ ନେଇ ଏହାର ଶୁଭାରମ୍ଭ କରାଯାଇଥିଲା । ଗ୍ରାହକମାନଙ୍କଠାରୁ ଏହାକୁ ବିପୁଳ ସମର୍ଥନ ମିଳିଛି । ଜିଓ ଭାରତ ଭି୨ ଗ୍ରାହକମାନେ ଜିଓ-ସାବନରୁ ୮ କୋଟିରୁ ଅଧିକ ଗୀତ ଶୁଣିପାରିବା ସହ ଜିଓ ଟିଭି ଜରିଆରେ ନିଜ ପସନ୍ଦର ଟିଭି କାର୍ଯ୍ୟକ୍ରମ ଏବଂ ଜିଓସିନେମା ସବ୍‌‌ସ୍କ୍ରିପ୍‌‌ସନ୍ ଜରିଆରେ ସିନେମା, ଟିଭି ସୋ’ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନାୟାସରେ ଦେଖିବାର ଲାଭ ଉଠାଉଛନ୍ତି । ଏହି ଫୋନରେ ଜିଓ-ପେ ମାଧ୍ୟମରେ ଗ୍ରାହକମାନେ ୟୁପିଆଇ କାରବାର କରିବା ସୁବିଧା ରହିଛି । ଏଥିରେ ଏଚ୍‌‌ଡି ଭଏସ୍ କଲିଂ, ଏଫ୍‌‌ଏମ୍ ରେଡିଓ, ୧୨୮ ଜିବିର ଏସ୍‌‌ଡି ମେମୋରି କାର୍ଡ ସପୋର୍ଟ ଭଳି ସୁବିଧା ରହିଛି । ମୋବାଇଲ୍‌‌ରେ ୪.୫ ସେମିର ଟିଏଫ୍‌‌ଟି ସ୍କ୍ରିନ୍‌‌, ୦.୩ ମେଗାପିକ୍‌‌ସେଲ୍ କ୍ୟାମେରା, ୧୦୦୦ ଏମ୍‌‌ଏଏଚ୍ ବ୍ୟାଟେରି, ୩.୫ ଏମ୍‌‌ଏମ୍‌‌ର ହେଡ୍‌‌ଫୋନ୍ ଜ୍ୟାକ୍‌‌, ଶକ୍ତିଶାଳୀ ଲାଉଡ୍‌‌ସ୍ପିକର ଓ ଟର୍ଚ ଭଳି ସୁବିଧା ରହିଛି।

ଜିଓ ଭାରତ ଭି୨ର ମାସିକ ପ୍ଲାନ୍ ମୂଲ୍ୟ ମଧ୍ୟ ସବୁଠୁ କମ୍ ରହିଛି । ମାସିକ ୧୨୩ ଟଙ୍କିଆ ପ୍ଲାନ୍‌‌ରେ ଗ୍ରାହକମାନେ ୨୮ ଦିନ ବୈଧତା ସହିତ ମାଗଣା ଭଏସ୍ କଲ୍ ଏବଂ ୧୪ ଜିବି ଡାଟା ଅର୍ଥାତ ଦୈନିକ ଅଧ ଜିବି ଡାଟା ସୁବିଧା ପାଇପାରୁଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026
Latest News

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼ଙ୍କ ଆତ୍ମହତ୍ୟା!: ପୋଲିସ ମୁଖ୍ୟାଳୟରୁ ମୃତଦେହ ଉଦ୍ଧାର

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026

CJP ର ସଂସଦ ପଦଯାତ୍ରା ମଧ୍ୟରେ ବଡ଼ ନିଷ୍ପତ୍ତି: ଅନଶନ ସମାପ୍ତ କଲେ ତିନି AISA ଛାତ୍ରଛାତ୍ରୀ

July 20, 2026

ଦେଶରେ ଚାଲିବ B-28 ବୁଲେଟ୍ ଟ୍ରେନ୍: ଜାଣନ୍ତୁ ଏହାର ଗତି ଏବଂ ରୁଟ୍

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.