Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବେଳେ କେମିତି ରହିବ ପାଗ?: ପୂର୍ବାନୁମାନ କଲା ପାଣିପାଗ ବିଭାଗ
ଆଜିର ଖବର

ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବେଳେ କେମିତି ରହିବ ପାଗ?: ପୂର୍ବାନୁମାନ କଲା ପାଣିପାଗ ବିଭାଗ

April 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମ ପ୍ରବାହକୁ ନେଇ ବିଶେଷ ଚିନ୍ତା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଆଜି ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୧୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପାଣିପାଗ ପୂର୍ବାନୁମାନ ସ୍ୱାଭାବିକ ରହିଛି। ଦେଶର କେତେକ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୋଗ ଆଜି ସମ୍ପୃକ୍ତ ଅଂଶୀଦାର ସଂସ୍ଥାମାନଙ୍କ ସହ ଏକ ବୈଠକ କରି ପରିବର୍ତ୍ତିତ ପାଣିପାଗ ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ସାଧାରଣ ନିର୍ବାଚନ ସମୟରେ ଗରମ ପାଗ ଜନିତ କୌଣସି ବିପଦକୁ ହ୍ରାସ କରିବା ପାଇଁ ପଦକ୍ଷେପ ଉପରେ ଆୟୋଗ ଆଲୋଚନା କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର ବିଭାଗୀୟ ମୁଖ୍ୟ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଉପସ୍ଥିତ ଥିଲେ।

ବୈଠକରେ ନିମ୍ନଲିଖିତ ନିଷ୍ପତ୍ତି ନିଆଯାଇଛି:

ନିର୍ବାଚନ ଆୟୋଗ, ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନେଇ ଗଠିତ ଏକ ଟାସ୍କଫୋର୍ସ ପ୍ରତ୍ୟେକ ମତଦାନ ପର୍ଯ୍ୟାୟର ପାଞ୍ଚ ଦିନ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଏବଂ ଆର୍ଦ୍ରତାର ପ୍ରଭାବର ସମୀକ୍ଷା କରିବେ।

ନିର୍ବାଚନ କାର୍ଯ୍ୟକୁ ପ୍ରଭାବିତ କରୁଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିରେ ସହାୟତା ପାଇଁ ପ୍ରସ୍ତୁତ ରହିବା ଏବଂ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ଆୟୋଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪ ମାର୍ଚ୍ଚ ୧୬ ତାରିଖର ମାର୍ଗଦର୍ଶିକା ଅନୁଯାୟୀ ମତଦାନ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥା, ପାନୀୟ ଜଳ, ପଙ୍ଖା ଏବଂ ଅନ୍ୟାନ୍ୟ ନିଶ୍ଚିତ ସର୍ବନିମ୍ନ ସୁବିଧା ଇତ୍ୟାଦି ସୁନିଶ୍ଚିତ କରିବା ପାଇଁ ଆୟୋଗ ରାଜ୍ୟ ସିଇଓମାନଙ୍କ ସହ ପୃଥକ ଭାବେ ସମୀକ୍ଷା କରିବେ।

ମତଦାନ କେନ୍ଦ୍ର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପ୍ରଭାବକୁ ହ୍ରାସ କରିବା ଲାଗି ସତର୍କତାମୂଳକ ପଦକ୍ଷେପ (କ’ଣ କରିବା ଉଚିତ୍‌ ଏବଂ ଉଚିତ୍‌ ନୁହେଁ) ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଇଇସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) କାର୍ଯ୍ୟକ୍ରମ ହାତକୁ ନିଆଯିବ।

ପାଣିପାଗ ରିପୋର୍ଟ ଉପରେ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ମତଦାନ କର୍ମଚାରୀ ଏବଂ ସୁରକ୍ଷା ବାହିନୀ, ପ୍ରାର୍ଥୀ ଏବଂ ରାଜନୈତିକ ଦଳର ନେତାଙ୍କ ସହିତ ଭୋଟରଙ୍କ ଆରାମ ଏବଂ କଲ୍ୟାଣ ସୁନିଶ୍ଚିତ କରିବେ।

ପୃଷ୍ଠଭୂମି:

ସୂଚନାଯୋଗ୍ୟ ପୂର୍ବରୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆୟୋଗ ସମସ୍ତ ସିଇଓ/କେନ୍ଦ୍ରଶାସିତ ଅଞ୍ଚଳରେ ସମସ୍ତ ସିଇଓଙ୍କ ଦ୍ୱାରା କଡ଼ାକଡ଼ି ପାଳନ ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ନିଶ୍ଚିତ ସର୍ବନିମ୍ନ ସୁବିଧା ସମ୍ପର୍କରେ ଆୟୋଗଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ସହିତ ‘‘ଗ୍ରୀଷ୍ମ ପ୍ରବାହ ପ୍ରଭାବ ପ୍ରତିରୋଧ’’ ସମ୍ପର୍କରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ୧୬ ମାର୍ଚ୍ଚ ୨୦୨୪ ତାରିଖରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ମଧ୍ୟ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ବିପଦକୁ ହ୍ରାସ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଅନୁଯାୟୀ ଏକ ରାଜ୍ୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

election 2024 imd Lok Sabha Election weather forecast
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026
Latest News

ଜିଓ ଆରୋଗ୍ୟ ଏଆଇ ଦ୍ୱାରା କେବଳ କିଛି ମିନିଟ୍‌ରେ ସ୍ୱାସ୍ଥ୍ୟ ସ୍କ୍ରିନିଂ, ଏଆଇ କ୍ଲିନିକ୍ ମଡେଲ୍ ପ୍ରସ୍ତୁତ

February 18, 2026

ବାସ୍ତବ ଦୁନିଆର ଆହ୍ୱାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍‍ କ୍ରିଷ୍ଣନ୍‍

February 18, 2026

ଭାରତ ଏଆଇ ସମ୍ମିଳନୀରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

February 18, 2026

ଆସାମ ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ୱିକେଟର ପତନ: ବିଜେପିରେ ଯୋଗଦେବେ ଭୁପେନ ବୋରା

February 18, 2026

ଏଏନଆଇକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତକାର

February 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.