Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ହୋମିଓପ୍ୟାଥିକ ପିଜି ସିଟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଆୟୁଷ ବିକାଶ ପରିଷଦର ନିବେଦନ
ଆଜିର ଖବର

ରାଜ୍ୟରେ ହୋମିଓପ୍ୟାଥିକ ପିଜି ସିଟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଆୟୁଷ ବିକାଶ ପରିଷଦର ନିବେଦନ

April 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରେ ହୋମିଓପ୍ୟାଥିକ ପିଜି ସିଟ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ

ଭୁବନେଶ୍ବର: ଦୀର୍ଘ ପଚିଶ ବର୍ଷ ଧରି ରାଜ୍ୟସରକାର କେବଳ ଏଲୋପାଠୀକ ସ୍ୱାସ୍ଥ୍ୟ ଓ ଶିକ୍ଷାର ଉର୍ଣ୍ଣତି ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟରେ ଥିବା ଚାରୋଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକରେ ସ୍ନାତକୋତ୍ତର ଡିଗ୍ରୀ କୋର୍ସ ନଥିବା ଏବଂ ଏହାର ଅଭାବ ଯୋଗୁଁ ରାଜ୍ୟରେ ସ୍ନାତକୋତ୍ତର ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ରେ ଅଧପତନ ସହିତ ବାରମ୍ବାର ସ୍ନାତକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଛି ।

ରାଜ୍ୟରେ ପ୍ରତିବର୍ଷ ଦୁଇଶହ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ହୋମିଓପ୍ୟାଥିକ ସ୍ନାତକ ଡିଗ୍ରୀ ହାସଲ କରୁଥିଲେ ସୁଦ୍ଧା ସେମାନଙ୍କ ପାଇଁ ରାଜ୍ୟରେ ପିଜି ପଢିବା ପାଇଁ ରାଜ୍ୟ ରେ ସୁଯୋଗ ସୃଷ୍ଟି କରାଯାଇନାହିଁ।ଅନ୍ୟାନ୍ୟ ରାଜ୍ୟରେ ଆୟୁଷସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ର ଉର୍ଣ୍ଣତି ପରିଲକ୍ଷିତ ହେଉଥିବା ବେଳେ ଆମ ରାଜ୍ୟ ସରକାର ପ୍ରଚେଷ୍ଟା କରୁନଥିବା ଅଭିଯୋଗ କରି ଓଡ଼ିଶା ଆୟୁଷ ବିକାଶ ପରିଷଦ ପକ୍ଷରୁ ସମ୍ପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ, କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରୀ ଶ୍ରୀ ସଦାନନ୍ଦ ସୋନବାଲ, କେନ୍ଦ୍ର ଆୟୁଷ ସଚିବ ଶ୍ରୀ ରାଜେଶ କୋଟଚେ,ରାଷ୍ଟ୍ରୀୟ ହୋମିଓପ୍ୟାଥିକ ଆୟୋଗ ଅଧ୍ୟକ୍ଷ ଡା ଅନୀଲ ଖୁରାନା, ସେକ୍ରେଟାରୀ ଡା ସଞ୍ଜୟ ଗୁପ୍ତା,ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଙ୍କୁ ଦାବୀପତ୍ର ପ୍ରେରଣ କରିଛନ୍ତି।

ରାଜ୍ୟରେ ଥିବା ଚାରୋଟି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଯଥା ଭୁବନେଶ୍ବର ସ୍ଥିତ ଅଭିର୍ଣ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡିଶା ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର, ରାଉରକେଲା ସ୍ଥିତ ଉତ୍କଳମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମ ପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ରେ ତୁରନ୍ତ ବିଭିନ୍ନ ବିଭାଗରେ ପିଜି ଡିଗ୍ରୀ କୋର୍ସ ଉପଲବ୍ଧ କରାଇବା ପାଇଁ ସେ ଦାବୀ ଜଣାଇଛନ୍ତି।

ରାଜ୍ୟରେ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ହେବା ଦିନଠାରୁ କେବଳ ଅଭିର୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ରେ ମେଟେରିଆ ମେଡିକା, ଅର୍ଗାନନ,ରିପୋଟରୀ,ଫର୍ମାସୀ, ପ୍ରାକ୍ଟିସ ଅଫ ମେଡ଼ିସିନ ଆଦି ବିଭାଗ ରେସ୍ନାତକୋତ୍ତର ଡିଗ୍ରୀ କୋର୍ସ ଥିବା ବେଳେ ବିଭାଗୀୟ ପ୍ରଫେସର ଙ୍କ ଅଭାବ ଏବଂ ରାଜ୍ୟ ସରକାରୀ ଉଦାସୀନତା ଯୋଗୁଁ ୨୦୧୨ ରେ ବନ୍ଦ ହୋଇଯାଇଥିଲା।

ଭୁବନେଶ୍ୱର ସ୍ଥିତ ଅଭିର୍ଣ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ମେଟେରିଆ ମେଡିକା ବିଭାଗ ରେ ମାତ୍ର ଚାରୋଟି ପିଜି ସିଟ ଥିବା ବେଳେ ରାଜ୍ୟରେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଆୟୁଷ ଶିକ୍ଷା ବ୍ୟବସ୍ଥା ପ୍ରତି ଘୋର ଉଦାସୀନତା ମନୋଭାବ ପ୍ରକାଶ କରିଛନ୍ତି ବୋଲି ସେ ପ୍ରକାଶ ପ୍ରକାଶ କରି ତୁରନ୍ତ ରାଜ୍ୟରେ ଥିବା ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଗୁଡିକ ରେ ତୁରନ୍ତ ପିଜି ଡିଗ୍ରୀ କୋର୍ସ ଖୋଲିବା ପାଇଁ ଅନୁରୋଧ କରି ପୃଥକ ପୃଥକ ଭାବେ ପତ୍ର ପ୍ରେରଣ କରିଛନ୍ତି।

ଏହାଦ୍ୱାରା ରାଜ୍ୟରେ ସମସ୍ତ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଶିକ୍ଷକ ଅଭାବ ପୂରଣ ସହିତ କଲେଜ ଗୁଡ଼ିକ ର ଭିତ୍ତିଭୂମି ଓ ମାନବସମ୍ବଳ ବିକାଶ ସହିତ ସ୍ନାତକ ଶିକ୍ଷା ବ୍ୟବସ୍ଥା ସୁଚାରୁ ରୁପେ ସମ୍ପାଦନ ହୋଇପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି।

ହୋମିଓପ୍ୟାଥିକ
Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ 

August 4, 2026

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026

ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 4, 2026

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026
Latest News

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ 

August 4, 2026

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026

ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 4, 2026

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.