ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା: ୧୦ ମୃତ, ଦେଖନ୍ତୁ ଭିଡିଓ

Published: Apr 23, 2024, 11:10 am IST

ନୂଆଦିଲ୍ଲୀ: ମାଲେସିଆରେ ଏକ ନୌସେନାର ସମାରୋହରେ ଅଭ୍ୟାସ କରୁଥିବା ଦୁଇଟି ହେଲିକପ୍ଟର ମଧ୍ୟଭାଗରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଲେସିଆ ନୌସେନାର ଉଭୟ ହେଲିକପ୍ଟର ରୟାଲ ମାଲେସିଆନ ନେଭି ସେଲିବ୍ରେସନ ପାଇଁ ଅଭ୍ୟାସ କରୁଥିଲେ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ଉଭୟ ହେଲିକପ୍ଟରରେ ଅତି କମରେ ୧୦ ଜଣ କ୍ରୁ ସଦସ୍ୟ ଥିଲେ। ଏଥିରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Related posts