Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ପରିସୀମାର ଏହି ୯ ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମିଳୁଛି ସ୍ବଳ୍ପ ମୂଲ୍ୟରେ ଖାଦ୍ୟ
ଆଜିର ଖବର

ପୂର୍ବତଟ ରେଳପଥ ପରିସୀମାର ଏହି ୯ ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମିଳୁଛି ସ୍ବଳ୍ପ ମୂଲ୍ୟରେ ଖାଦ୍ୟ

April 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କମ ଖର୍ଚ୍ଚ ସଚେତନ ଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ! ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଯାତ୍ରୀମାନଙ୍କୁ ବିଶେଷ କରି ଅଣସଂରକ୍ଷିତ କୋଚରେ ଥିବା ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି।

ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ମାସରେ ଯାତ୍ରୀମାନଙ୍କ ଯାତାୟାତରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଅଛି। ଭାରତୀୟ ରେଳବାଇରେ ଅଣସଂରକ୍ଷିତ କମ୍ପାର୍ଟମେଣ୍ଟ (ଜେନେରାଲ୍ କ୍ଲାସ୍ କୋଚ୍) ରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ବା ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସ୍ୱୀକୃତି ଦେଇଛି, ଯେଉଁମାନେ ସର୍ବଦା ସୁବିଧାଜନକ ଏବଂ ବଜେଟ୍ ଅନୁକୂଳ ଭୋଜନ ବିକଳ୍ପ ପାଇପାରନ୍ତି ନାହିଁ।

ଏହି ପଦକ୍ଷେପ ଏକ ଦ୍ୱୈତ ଆଭିମୁଖ୍ୟ ପ୍ରଦାନ କରୁଛି:

ସ୍ବଳ୍ପମୂଲ୍ୟ ଭୋଜନ: ପକେଟ ଅନୁକୂଳ ମାତ୍ର ୨୦ ଟଙ୍କା ମୂଲ୍ୟରେ ଏହି ଭୋଜନ ଯାତ୍ରା ସମୟରେ ଯାତ୍ରୀମାନଙ୍କ ପାଇଁ ଏକ ସନ୍ତୋଷଜନକ ଏବଂ ସୁଲଭ ବିକଳ୍ପ ପ୍ରଦାନ କରୁଛି।

ସ୍ନାକ୍ସ ଭୋଜନ: ଯେଉଁମାନେ ହାଲୁକା ଭୋଜନ ଯାତ୍ରା ସମୟରେ ଚାହୁଁଛନ୍ତି ସେମାନଙ୍କ ପାଇଁ ୫୦ ଟଙ୍କା ମୂଲ୍ୟରେ ସ୍ନାକ୍ସ ଭୋଜନ ମଧ୍ୟ ଉପଲବ୍ଧ।

ଏହି ସୁବିଧାକୁ ସହଜରେ ଯାତ୍ରୀ ମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଏହି ସ୍ବଳ୍ପମୂଲ୍ୟ ଭୋଜନ ଏବଂ ଜଳ ପ୍ଲାଟଫର୍ମରେ ସାଧାରଣ ଦ୍ୱିତୀୟ ଶ୍ରେଣୀ (ଜିଏସ୍) କୋଚ୍ ନିକଟରେ ସୁବିଧାଜନକ ଭାବରେ କାଉଣ୍ଟରରେ ଉପଲବ୍ଧ କରାଯାଉଅଛି। ଯାତ୍ରୀମାନେ ଷ୍ଟେସନ ବାହାରେ ବିକ୍ରେତା କିମ୍ବା ଦୋକାନ ସନ୍ଧାନର ଆବଶ୍ୟକତାକୁ ଦୂର କରି ଏହି କାଉଣ୍ଟରରୁ ସିଧାସଳଖ ସେମାନଙ୍କ ପାଇଁ ସୁଲଭ ଓ ସ୍ବଳ୍ପମୂଲ୍ୟ ଭୋଜନ କ୍ରୟ କରିପାରିବେ।

ଗତ ବର୍ଷ ଭାରତୀୟ ରେଳବାଇର ପାଇଲଟ୍ ପ୍ରୋଜେକ୍ଟ ଭାବରେ ପ୍ରାୟ ୫୧ ଟି ଷ୍ଟେସନରେ ଏହି ସେବା ସଫଳତାର ସହ ଉପଲବ୍ଧ କରାଯାଇପାରିଥିଲା। ସେହି ସଫଳତା ଉପରେ ଆଧାର କରି ରେଳବାଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ବିସ୍ତାର କରିଛି ଯାହାକି ବର୍ତ୍ତମାନ ୧୦୦ ରୁ ଅଧିକ ଷ୍ଟେସନରେ ସମୁଦାୟ ୧୫୦ କାଉଣ୍ଟର ମାନଙ୍କରେ କାର୍ଯ୍ୟକ୍ଷମ କରାଯାଇଅଛି। ନିକଟ ଭବିଷ୍ୟତରେ ଆହୁରି ଅଧିକ ଷ୍ଟେସନକୁ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କରି ଏହି ପଦକ୍ଷେପ ଅଧିକ ଅଭିବୃଦ୍ଧି ପାଇଁ ଯୋଜନା କରାଯାଇଛି।

ଏହି ସ୍ବଳ୍ପମୂଲ୍ୟ ଭୋଜନ ଉପଲବ୍ଧତା କାର୍ଯ୍ୟକ୍ରମ ଯାତ୍ରୀମାନଙ୍କ ପାଇଁ ଏକ ବିଶେଷ ଲାଭ ପ୍ରଦାନ କରିଥାଏ, ବିଶେଷକରି ଯେଉଁମାନେ ଜେନେରାଲ୍ କ୍ଲାସ୍ କୋଚ୍ ରେ ଯାତ୍ରା କରନ୍ତି।  ଏହା ସହଜରେ ଯାତ୍ରୀମାନଙ୍କୁ ଉପଲବ୍ଧ, ସୁଲଭ ଭୋଜନ ଏବଂ ସ୍ନାକ୍ସ ସୁନିଶ୍ଚିତ କରୁଛି ଯାହାକି ଯାତ୍ରୀମାନେ ସେମାନଙ୍କର ଯାତ୍ରା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସୁବିଧାରେ ସ୍ବଳ୍ପମୂଲ୍ୟ ଭୋଜନ ପାଇପାରିବେ।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ଖୋର୍ଦ୍ଧା ରୋଡ଼ ଓ ପଲାସା ରେଳ ଷ୍ଟେସନ; ସମ୍ବଲପୁର ରେଳମଣ୍ଡଳ ଦ୍ୱାରା ସମ୍ବଲପୁର, ଟିଟିଲାଗଡ, ବଲାଙ୍ଗୀର ଓ କଣ୍ଟାବାଞ୍ଜୀ ଷ୍ଟେସନ ଠାରେ ଏବଂ ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ବିଶାଖାପାଟନମ, ବିଜୟନଗରମ ଏବଂ ଶ୍ରୀକାକୁଲମ ରେଳ ଷ୍ଟେସନ ଭଳି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଯାତ୍ରୀମାନଙ୍କୁ ସ୍ବଳ୍ପମୂଲ୍ୟ ଭୋଜନ ଯୋଗାଇ ଦିଆଯାଉଛି।

East Coast Railway ଭାରତୀୟ ରେଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026
Latest News

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026

‘ବିମାନ ଦୁର୍ଘଟଣାର ତଦନ୍ତ କରାଯାଉ’: ଅଜିତ ପାୱାରଙ୍କ ମୃତ୍ୟୁ ଉପରେ ମମତା ବାନାର୍ଜୀଙ୍କ ଦାବି

January 28, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କଲେ ‘ଭିକାରୀ’ ହୋଇଯିବ ପାକିସ୍ତାନ?: ଜାଣନ୍ତୁ ସମୀକରଣ

January 28, 2026

‘ହୃଦୟସ୍ପର୍ଶୀ’!: ‘ବର୍ଡର ୨’ ଦେଖିବା ପରେ କହିଲେ ହ୍ରିତିକ୍ ରୋଶନ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.