
ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସଦସ୍ୟତା ଗ୍ରହଣ କରିଛନ୍ତି ବୈଷ୍ଣବ। ବିଜେପିର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ଓଡ଼ିଶାରୁ ଅଶ୍ବିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି। ବିଜେପିରେ ଯୋଗଦେବା ପରେ ଅଶ୍ବିନୀଙ୍କ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହିତ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିଜେଡ଼ି ସମର୍ଥନ କରିଛି।