Categories
ଆଜିର ଖବର

ବିଜେପିରେ ଯୋଗଦେଲେ ଅଶ୍ବିନୀ ବୈଷ୍ଣବ

ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସଦସ୍ୟତା ଗ୍ରହଣ କରିଛନ୍ତି ବୈଷ୍ଣବ। ବିଜେପିର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ଓଡ଼ିଶାରୁ ଅଶ୍ବିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି।  ବିଜେପିରେ ଯୋଗଦେବା ପରେ ଅଶ୍ବିନୀଙ୍କ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।  ବିଜେପି ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହିତ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିଜେଡ଼ି ସମର୍ଥନ କରିଛି।

Categories
ଆଜିର ଖବର

ବିକ୍ରି ହେବା ପାଇଁ ବିଧାୟକମାନେ ମେଣ୍ଢା ବା ମଇଁଷି ନୁହନ୍ତି : ଭେଙ୍କଟରମଣା ରେଡ୍ଡୀ

ତେଲେଙ୍ଗାନାର ୧୨ ଜଣ କଂଗ୍ରେସ ବିଧାୟକ ଦଳ ଛାଡି ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ବିଧାୟକଙ୍କ ଯୋଗଦାନକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହିତ ବିଧାୟକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଏବଂ ଡରାଇ ଏପରି କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା। ଏହା ଉପରେ ପୂର୍ବତନ କଂଗ୍ରେସ ନେତା ଗନ୍ଦ୍ରା ଭେଙ୍କଟରମଣ ରେଡ୍ଡୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ ମାନେ ମେଣ୍ଢା କିମ୍ବା ମଇଁଷି ନୁହନ୍ତି ଯେ ସେମାନଙ୍କର ବେପାର କରାଯିବ। ନିଜ ଇଚ୍ଛାରେ ଆମ୍ଭେ ଦଳ ପରିବର୍ତ୍ତନ କରିଛୁ। ତେଣୁ ଏଥିରେ ଅର୍ଥ ଲୋଭ କିମ୍ବା ଧମକର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ରେଡ୍ଡୀ। ସେ କହିଛନ୍ତି କୌଣସି ଦଳର ଦୁଇ ତୃତୀୟାଂଶ ବିଧାୟକ ଚାହିଁଲେ ଶାସକ ଦଳରେ ଯୋଗ ଦେଇ ପାରିବେ। ସମ୍ବିଧାନ ଅନୁଯାୟୀ ଆମେ ଦଳ ପରିବର୍ତ୍ତନ କରିଛୁ ତେଣୁ ଏହା ଉପରେ ଅଯଥା ବିବାଦ ସୃଷ୍ଟି କରାଯିବା ଅନୁଚିତ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ପକ୍ଷରୁ ୧୨ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଛି।

Categories
ଆଜିର ଖବର

ଚେଲ୍‌ସୀ ଛାଡିବେ ଏଡେନ୍‌ ହାଜାର୍ଡ : ରିଅଲ୍‌ ମାଦ୍ରିଦ୍‌ ସହିତ ୧୦୦ ମିଲିୟନ୍‌ ୟୁରୋ ଚୁକ୍ତି

ବେଲଜିୟମ୍‌ ଓ୍ବିଙ୍ଗର ଏଡେନ୍ ହାଜାର୍ଡ ଚେଲ୍‌ସୀ ଛାଡି ରିଅଲ ମାଦ୍ରିଦ୍‌ରେ ଯୋଗ ଦେବେ। ଚେଲ୍‌ସୀ ଛାଡୁଥିବା ହାଜାର୍ଡଙ୍କୁ ରେକର୍ଡ ୧୦୦ ମିଲିୟନ୍‌ ୟୁରୋ ମୂଲ୍ୟରେ କ୍ରୟ କରୁଛି ରିଅଲ୍‌ ମାଦ୍ରିଦ୍‌। ସମାନ ମୂଲ୍ୟରେ ୨୦୧୩ରେ ଗେରାଥ ବେଲଙ୍କୁ କିଣିଥିଲା ରିଅଲ୍‌ ମାଦ୍ରିଦ୍‌। ୨୦୧୩ରେ ଟଟ୍ଟେନହାମ୍‌ ଛାଡିଥିବା ବେଲ୍‌ ମାଦ୍ରିଦ୍‌ ସହିତ ଯୋଗ ଦେଇଥିଲେ। ଏହା ସହିତ ହାଜାର୍ଡ ଆସନ୍ତା ୫ ବର୍ଷ ପାଇଁ ମାଦ୍ରିଦ୍‌ ସହିତ ଚୁକ୍ତି କରିଛନ୍ତି। ମାଦ୍ରିଦ୍‌ ଏବଂ ଚେଲ୍‌ସୀ ଏହି ବିନିମୟ ପାଇଁ ରାଜି ହୋଇଥିବା ବେଳେ ୩୦ଜୁନ୍‌ ୨୦୨୪ ପର୍ଯ୍ୟନ୍ତ ମାଦ୍ରିଦ୍‌ ସହିତ ହାଜାର୍ଡଙ୍କ ଚୁକ୍ତି ବଳବତ୍ତର ରହିବ। ଏକ ଟ୍ବିଟ୍‌ରେ ଚେଲ୍‌ସୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ହାଜାର୍ଡ। ଗତ ସାତ ବର୍ଷ ଧରି ହାଜାର୍ଡ ଚେଲ୍‌ସୀ ପାଇଁ ଖେଳୁଥିଲେ।

Categories
ଆଜିର ଖବର

କଂଗ୍ରେସରେ ଯୋଗ ଦେଲେ ଉଦିତ ରାଜ

ବିଜେପିରୁ ଟିକେଟ୍‍ ନମିଳିବା ପରେ ସାଂସଦ ଉଦିତ ରାଜ ଅସନ୍ତୋଷ ପ୍ରକାଶ କରି ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ପାର୍ଟିକୁ ସ୍ୱାଗତ କରିଛନ୍ତି। ବିଜେପି ଉଦିତଙ୍କ ଟିକେଟ୍‍ କାଟି ତାଙ୍କ ସ୍ଥାନରେ ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ୨୦୧୪ରେ ବିଜେପି ଟିକେଟରୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରେ ବିଜୟ ହାସଲ କରିଥିବା ସାଂସଦ ଉଦିତ ରାଜଙ୍କୁ ଏଥର ପୁଣି ଲଢିବାକୁ ବିଜେପି ସୁଯୋଗ ଦେଇନାହିଁ। ମଙ୍ଗଳବାର ବିଜେପିର ପ୍ରାର୍ଥୀ ତାଲିକା ଆସିବା ପରେ ସେଥିରେ ତାଙ୍କ ନାଁ ନଥିବାରୁ ଉଦିତ ବିରୋଧୀ ମନୋଭାବ ପୋଷଣ କରିଥିଲେ। ଏପରିକି ନିଜ ଟ୍ୱିଟର୍‍ ହ୍ୟାଣ୍ଡେଲରୁ ସେ ତାଙ୍କ ନାଁ ପୂର୍ବରୁ ଚୌକିଦାର ଶବ୍ଦ ମଧ୍ୟ ହଟାଇ ଦେଇଥିଲେ। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନ ପାଇଁ ରାଜେଶ ଲିଲୋଥିୟାଙ୍କୁ ପ୍ରାର୍ଥୀ କରି ସାରିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କଂଗ୍ରେସ ଉଦିତଙ୍କୁ ଅନ୍ୟ କୌଣସି ରାଜ୍ୟରୁ ନିର୍ବାଚନ ଲଢିବା ପାଇଁ ଟି​‌କେଟ୍ ଦେଇପାରେ।

Categories
ଆଜିର ଖବର

ହାତ ଛାଡ଼ି ପଦ୍ମ ଧରିଲେ ଏସ୍‌.କ୍ରିଷ୍ଣା

କଂଗ୍ରେସର ବରିଷ୍ଠ ନେତା ତଥା କେରଳର କୋଲାମର ସାଂସଦ ଏସ.କ୍ରିଷ୍ଣା କୁମାର ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।  ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନ କ୍ରିଷ୍ଣା କୁମାରଙ୍କୁ ସ୍ୱାଗତ କରିଛନ୍ତି। କ୍ରିଷ୍ଣାଙ୍କ ଯୋଗଦାନ ଦକ୍ଷିଣ ଭାରତରେ ବିଜେପିକୁ ମଜବୁତ କରିବ ବୋଲି ବିଜେପି ନେତା କହିଛନ୍ତି। କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ଜନତା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିବା ସହିତ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ଏସ୍‌,କ୍ରିଷ୍ଣା। ସୋନିଆ ଗାନ୍ଧୀଙ୍କ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଉପରେ ଧାରଣ ନଥିବା ସେ କହିଛନ୍ତି। ଏସ୍‌.କ୍ରିଷ୍ଣା ୧୬ତମ ଲୋକସଭାରେ କେରଳରୁ ସାଂସଦ ହୋଇଥିଲେ। ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ଦଳୀୟ ନେତାଙ୍କ ଉପରେ ଅସନ୍ତୋଷ ପ୍ରକଟ କରି ଦଳରୁ ଇସ୍ତଫା ଦେଇ ଶିବସେନାରେ ସାମିଲ ହୋଇଥିଲେ।

Categories
ଆଜିର ଖବର

ସମାଜବାଦୀ ପାର୍ଟିରେ ଯୋଗଦେଲେ ପୁନମ ସିହ୍ନା

ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍‌ ସିହ୍ନା ଆଜି ବିଧିବଦ୍ଧ ଭାବରେ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଡିମ୍ପଲ୍‌ ଯାଦବଙ୍କ ଉପସ୍ଥିତିରେ ସେ ଏସ୍‌ପିରେ ଯୋଗଦେଇଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଲକ୍ଷ୍ନୌରେ ଏସ୍‌ପି ତରଫରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଏପ୍ରିଲ୍‌ ୬ ତାରିଖରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ସେ ତାଙ୍କ ପାରମ୍ପରିକ ଆସନ ପାଟନା ସାହିବ୍‌ରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ଚଳିତଥର ବିଜେପିର  ରବି ଶଙ୍କର ପ୍ରସାଦଙ୍କ ପାଟନା ସାହିବରୁ ଶତ୍ରୁଘ୍ନଙ୍କ କଡ଼ା ଟକ୍କର ହେବ।

Categories
ଆଜିର ଖବର

କଂଗ୍ରେସରେ ଯୋଗ ଦେଲେ ଜାଡେଜାଙ୍କ ଭଉଣୀ

ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଭଉଣୀ ନୈନା ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏକ ମାସ ପୂର୍ବରୁ ଜାଡେଜାଙ୍କ ପତ୍ନୀ ରିଭାବା ସୋଲାଙ୍କି ବିଜେପିରେ ଯୋଗ ଦେଇଥିଲେ। ଜାଡେଜାଙ୍କ ବଡ ଭଉଣୀ ନୈନା ପୂର୍ବରୁ ନ୍ୟାସନାଲ୍‌ ଓମେନ୍‌ସ ପାର୍ଟିରେ ରହିଥିବା ବେଳେ ଆଜି ଜାମନଗରର ମୁଲୁ କଣ୍ଡୋରିଆ ଏବଂ ପଟିଦାର ନେତା ହାର୍ଦ୍ଦିକ୍‌ ପଟେଲଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି ଯୋଗଦାନ ସମୟରେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଜାଡେଜା ମଧ୍ୟ ଉପସ୍ଥିତ ଥିଲେ। କିଛିଦିନ ପୂର୍ବରୁ ବିଜେପିର ଯୋଗ ଦେଇଥିବା ଜାଡେଜାଙ୍କ ପତ୍ନୀ ରିଭା ମଧ୍ୟ ପୂର୍ବରୁ କର୍ଣ୍ଣୀ ସେନାର ମହିଳା ଶାଖାର ମୁଖ୍ୟ ରହିଥିଲେ। ଅନିରୁଦ୍ଧ ସିଂ ଜାଡେଜା କୌଣସି ରାଜନୈତିକ ଦଳରେ ଯୋଗ ଦେଇ ନାହାନ୍ତି।

Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ କିରୋରି ସିଂହ ବୈଂଶଲ୍‌

ବିଜେପିରେ ସାମିଲ ହୋଇଛନ୍ତି କିରୋରି ସିଂହ ବୈଂଶଲ। ରାଜସ୍ଥାନରେ ଗୁଜ୍ଜର ସଂପ୍ରଦାୟଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା କିରୋରି ସିଂହ ବୈଂଶାଲ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କିରୋରି ସିଂହ ବୈଂଶଲ ଏବଂ ତାଙ୍କ ପୁଅ ବିଜୟ ବୈଂଶଲ ପଦ୍ମ ଧରିଛନ୍ତି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରକାଶ ଜାଭଡେକର ଦଳକୁ ସ୍ୱାଗତ କରିଥିଲେ। ୨୦୦୯ରେ ସେ ଟୋଙ୍କ-ସାୱାଇ ମାଧୋପୁର ଆସନରୁ କଂଗ୍ରେସ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ତେବେ ନିର୍ବାଚନ ହାରିବା ପରେ ସେ ଦଳଠାରୁ ଦୂରେଇ ଯାଇଥିଲେ। ଗୁଜ୍ଜର ସଂପ୍ରଦାୟ ମଧ୍ୟରେ କିରୋରି ସିଂହ ବୈଂଶଲଙ୍କ ବେଶ ଦବଦବା ରହିଛି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

କଂଗ୍ରେସରେ ସାମିଲ୍‌ ହେଲେ ଶତ୍ରୁଘ୍ନ : ଓ୍ବାନ୍‌ ମ୍ୟାନ୍‌ ଶୋ’, ଟୁ ମ୍ୟାନ୍‌ ଆର୍ମି ହୋଇଛି ବିଜେପି

ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲାଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟଠାରେ କଂଗ୍ରେସର ସଦ୍ୟସତା ଲାଭ କରିଛନ୍ତି ଶତ୍ରୁଘ୍ନ। ଏହି ଅବସରରେ ସେ ବିଜେପି ଉପରେ ଆକ୍ରମଣ କରିଛନ୍ତି।  ବିଜେପିରେ ବରିଷ୍ଠ ନେତାମାନଙ୍କୁ ବାହାର କରିଦିଆଯାଇଛି। ଏବେ ବିଜେପି ଓ୍ବାନ ମ୍ୟାନ୍‌ ଶୋ’, ଟୁ ମ୍ୟାନ୍‌ ଆର୍ମି ରୂପେ ପରିଣତ ହୋଇଛି। ଏଠାରେ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଅରୁଣ ଶୌରୀଙ୍କ ପରି ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଛି।  ସେମାନଙ୍କୁ ମାର୍ଗଦର୍ଶକ ମଣ୍ଡଳରେ ଅନ୍ତର୍ଭୁୂକ୍ତ କରାଯାଇଛି, ଯାହାର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ। ଯଦି ସତ କହିବାକୁ ବିଦ୍ରୋହ କୁହାଯିବ, ତା’ହେଲେ ସେ ନିଜକୁ ବିଦ୍ରୋହୀ ବୋଲି କହିବାକୁ କେବେ ପଛୁଘୁଞ୍ଚା ଦେବି ନାହିଁ ବୋଲି କହିଛନ୍ତି ଶତ୍ରୁଘ୍ନ। ସେହିପରି ବିଜେପିର ‘ବିମୁଦ୍ରାକରଣ’କୁ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି ବୋଲି କହିଛନ୍ତି ଶତ୍ରୁଘ୍ନ। ବିଜେପିରେ ଲୋକଙ୍କର କୌଣସି ମାନ ସମ୍ମାନ ନାହିଁ,  ସେଠାରେ ବିରୋଧୀଙ୍କୁ ଶତ୍ରୁ ବୋଲି ମନେ କରାଯାଏ। ତେବେ ଶତ୍ରୁଘ୍ନ ତାଙ୍କ ପାରମ୍ପରିକ ଆସନ ପାଟନା ସାହିବରୁ କଂଗ୍ରେସ ତରଫରୁ ନିର୍ବାଚନ ଲଢି ପାରନ୍ତି ବୋଲି ସୂଚନା ରହିଛି। ଚଳିତଥର ବିଜେପି ତାଙ୍କୁ ଏହି ଆସନରୁ ଟିକେଟ ଦେଇନଥିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ବିଜେପିରେ ଯୋଗଦେଲେ ରବି ମଲ୍ଲିକ

ବିଜେଡିର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେପିରେ ଯୋଗଦେଇଛନ୍ତି। ଆଜି  ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ। ବିଜେଡି ସଦସ୍ୟ ପଦରୁ ଇସ୍ତଫା ଦେବା ସଙ୍ଗେ ସଙ୍ଗେ ଯୋଜନା ବୋର୍ଡ ସଦସ୍ୟ ପଦରୁ ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଦଳରେ ତାଙ୍କୁ ଅଣଦେଖା କରାଯାଇଥିବା ତଥା ଅବିଚାର କରାଯାଇଥିବା ନେଇ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ବିଜେଡି ପକ୍ଷରୁ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ଜାହିର କରି ଇସ୍ତଫା ପ୍ରଦାନ କରିଛନ୍ତି ଶ୍ରୀ ମଲ୍ଲିକ। ଆଜି ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତେବେ ଶ୍ରୀମଲ୍ଲିକ କାକଟପୁର ନିର୍ବାଚନ ମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ବିଜେପି ଟିକେଟ ନେଇ ବିଜେଡ଼ିରେ ଯୋଗଦେଲେ ତୁଷାରକାନ୍ତି ବେହେରା

୨୦୧୯ ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଓଡ଼ିଶା ରାଜନୀତିରେ ଏପର୍ଯ୍ୟନ୍ତ ଚାଲିଛି ଦଳବଦଳ ରାଜନୀତି। ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଅଦଳବଦଳ ପ୍ରତିଯୋଗିତା। ଟିକେଟ ପାଇବାକୁ ନେଇ ଅସନ୍ତୁଷ୍ଟ ପ୍ରାର୍ଥୀମାନେ ଦଳ ବଦଳ କରୁଛନ୍ତି। ବିଜେପିଠାରେ ଏହାର ଭିନ୍ନ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କାରଣ ବିଜେପିରେ ଟିକେଟ ପାଇ ନେତାମାନେ ନାମାଙ୍କନ ଭରିବା ପୂର୍ବରୁ ହିଁ ଦଳ ଛାଡି ଦେଇ ଅନ୍ୟ ଦଳରେ ସାମିଲ ହୋଇଯାଉଛନ୍ତି। ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ଗେରୁଆ ଦଳ ସହ ସଂପର୍କ ଛିନ୍ନ କରି ବିଜେଡିରେ ସାମିଲ ହୋଇଛନ୍ତି। ବିଜେପିର କାକଟପୁରର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ‘ଶଂଖ’ ଧରିଛନ୍ତି ତୁଷାର ଏବଂ ତାଙ୍କର ସମର୍ଥକ।

Categories
ଆଜିର ଖବର

ବିଜେପିରେ ଯୋଗଦେଲେ ଜୟନ୍ତ  ଓ ସଂଜୀବ

ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଜୟନ୍ତଙ୍କ ସହ ପୁରୀ ସହରର ଅନେକ ବିଜେଡ଼ି କର୍ମୀମାନେ ବିଜେପିରେ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ସେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ମହେଶ୍ବର ମହାନ୍ତିଙ୍କ ଏକାଚାଟିଆ ଅଧିକାର ପାଇଁ ସେ ଅସନ୍ତୁଷ୍ଟ ରହିଥିଲେ। ବିଜେପିର ରାଜ୍ୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପି କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ଆଜି ବୀରମିତ୍ରପୁର ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଞ୍ଜୀବ ପ୍ରସାଦ ସିଂଦେଓ, ଉଦଳା ବ୍ଲକର ଅଧ୍ୟକ୍ଷା ଶ୍ରୀମତି କୁମାରୀ ମୁର୍ମୁ, ଉଦଳା ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଲଳିତା ବିଶୋଇ, ଉଦଳା ବ୍ଲକର ଉପାଧ୍ୟକ୍ଷ ଶ୍ରୀ ପରେଶ କୁମାର ବେହେରା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି।

Categories
ଆଜିର ଖବର

ବଢୁଛି ଟିକେଟ ବଣ୍ଟନ ଅସନ୍ତୋଷ : ବିଜେପିରେ ଯୋଗଦେଲେ ଅର୍ଜୁନ୍‌ ଓ ମୋହନ, ଦଳ ଛାଡ଼ିଲେ ପରମାଣିକ

ଟିକେଟ ପାଇବାକୁ ନେଇ ବିଜେଡ଼ି ଦଳ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ସକାଳେ ଭଦ୍ରକ ସାଂସଦ ବିଜେଡ଼ି ଦଳ ଛାଡ଼ିଥିବାବେଳେ ବିଜେପି କାର୍ଯ୍ୟାଳୟରେ ଯୋଗଦେଇ ବିଧିବଦ୍ଧ ଭାବରେ ବିଜେପିରେ ସାମିଲ୍‌ ହୋଇଛନ୍ତି। ୮ ଥର ସାଂସଦ ରହିଥିବା ଅର୍ଜୁନ୍‌ ସେଠୀ ଏଥର ବିଜେଡ଼ି ତରଫରୁ ଟିକେଟ ପାଇନଥିବାବେଳେ ତାଙ୍କ ପୁତ୍ର ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରିବା ପାଇଁ ଅନୁରୋଧ କରିଥିଲେ ବିଜେଡି ସୁପ୍ରିମୋଙ୍କୁ। କିନ୍ତୁ ତାଙ୍କ ପୁତ୍ରକୁ ଟିକେଟ୍‌ ମିଳିନଥିବାରୁ ସେ କ୍ଷୋଭ ପ୍ରକାଶ କରି ବିଜେଡ଼ି ଛାଡ଼ିଥିଲେ।  ତେବେ ଅର୍ଜୁନ୍‌ ଏବଂ ତାଙ୍କ ପୁତ୍ର ଅଭିମନ୍ୟୁ ଉଭୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଯାଜପୁରର ସାଂସଦ ମୋହନ ଜେନା ମଧ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ରାଜ୍ୟ ବିଜେପିର ମିଶ୍ରଣ ପର୍ବରେ ବିଜେଡ଼ିର ଏହି ନେତାମାନେ ବିଜେପି ଦଳରେ ସାମିଲ୍‌  ହୋଇଛନ୍ତି। ସେହିପରି ଟିକେଟ ବଣ୍ଟନ ଅସନ୍ତୁଷ୍ଟ ହୋଇ ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ଆଜି ଦଳ ଛାଡ଼ିଛନ୍ତି। ସେ ୨୦୧୪ରେ  କଂଗ୍ରେସ ଛାଡ଼ି ବିଜେଡ଼ିକୁ ଆସିଥିଲେ। ସେ ତାଙ୍କ ଇସ୍ତଫା ପତ୍ର ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।

Categories
ଆଜିର ଖବର

ପଦ୍ମରୁ ଟିକେଟ ନେଇ ଶଙ୍ଖ ଶିବିରରେ ଯୋଗଦେଲେ ଭାଗିରଥୀ

ଓଡ଼ିଶା ରାଜନୀତିରେ ଏବେ ଚାଲିଛି ଦଳବଦଳ କାର୍ଯ୍ୟକ୍ରମ। ଟିକେଟ୍‌ ନ ପାଇବା ପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ବଦଳ କରୁଛନ୍ତି ପ୍ରାର୍ଥୀମାନେ। ତେବେ ଏଥିରେ ଟିକେ ବ୍ୟତିକ୍ରମ ଦେଖାଦେଇଛି। ଟିକେଟ ପାଇସାରିବା ପରେ ବି ଦଳ ବଦଳ କରି ଚର୍ଚ୍ଚାରେ ରହିଛନ୍ତି ଭାଗିରଥୀ। ଆଜି  ବିଜେଡ଼ିରେ ଯୋଗଦେଲେ ବିଜେପିର ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ। କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ଦଳ ତରଫରୁ ଟିକେଟ ପାଇସାରିବା ପରେ ଦଳ ପ୍ରତି ଧୋକାଦେଇ ପଦ୍ମ ଛାଡ଼ି ଶଙ୍ଖନାଦ କରୁଛନ୍ତି। ଆଜି  ବିଧିବଦ୍ଧଭାବରେ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଯୋଗ ଦେଇଛନ୍ତି ଭାଗିରଥୀ। ସେ ଯୋଗଦେଇ କହିଛନ୍ତି ଯେ, ସେ ପୂର୍ବରୁ ବିଜୁ ପରିବାରର ସଦସ୍ୟଥିଲେ, ଏବେ ଘରବାହୁଡ଼ା କଲେ ବୋଲି କହିଛନ୍ତି। ଦଳ ଯେଉଁ ଦାୟିତ୍ବ ଦେବ, ତାହା କରିବେ ବୋଲି କହିଛନ୍ତି। ଭାଗିରଥୀ ୨୦୦୯ରୁ ୨୦୧୪ ଯାଏ ବିଜେଡ଼ି ବିଧାୟକ ଥିଲେ। କିନ୍ତୁ ୨୦୧୪ରେ ଟିକେଟ୍‌ ନ ପାଇବା ପରେ ସେ ଦଳ ଛାଡ଼ିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ପୁନର୍ବାର ବିଜେପି ତରଫରୁ ଟିକେଟ୍‌ ପାଇସାରିବା ପରେ ବିଜେପି ଛାଡ଼ି ପୁନଶ୍ଚ ବିଜେଡ଼ିରେ ଯୋଗ ଦେଇଛନ୍ତି।

Categories
ଆଜିର ଖବର

ଗୋଆ ବିଧାନସଭାର ଦୁଇ ଏମ୍‌ଜିପି ବିଧାୟକ ବିଜେପିରେ ସାମିଲ

ଗତ ବିଳମ୍ବିତ ରାତ୍ରୀରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର (ଏମ୍‌ଜିପି) ତିନି ଜଣ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ବାେଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ସୂଚନା ଦେଇଛନ୍ତି। ଫଳରେ ୩୬ ସଦସ୍ୟବିଶିଷ୍ଟ ଗୃହରେ ବିଜେପିର ବିଧାୟକଙ୍କ ସଂଖ୍ୟା ୧୨ ରୁ ୧୪ କୁ ବୃଦ୍ଧି ପାଇଛି। ଏବେ ବିଜେପିର ସଦସ୍ୟ ସଂଖ୍ୟା ଗୃହରେ ବିରୋଧୀ କଂଗ୍ରେସ ପାର୍ଟିର ସଦସ୍ୟଙ୍କ ସମକକ୍ଷ ହୋଇପାରିଛି। ଦସ୍ତଖତ ହୋଇଥିବା ଗୋଟିଏ ଚିଠିରେ ଦୁଇ ବିଧାୟକ ମନୋହର ଆଜ୍‌ଗାଓଁକର୍‌ ଏବଂ ଦୀପକ ପୌସ୍କର କହିଛନ୍ତି ଯେ ସେମାନେ ଏମ୍‌ଜିପିକୁ ବିଜେପି ସହ ସାମିଲ କରିଛନ୍ତି। କିନ୍ତୁ ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ତୃତୀୟ ବିଧାୟକ ସୁଦିନ ଧାଓ୍ଵଲିକର ସେ ଚିଠିରେ ଦସ୍ତଖତ କରି ନାହାନ୍ତି। ରାତି ୧.୩୦ରେ ଗୋଆ ବିଧାନସଭାର ବାଚସ୍ପତି ମାଇକେଲ୍‌ ଲୋବୋଙ୍କ ନିକଟକୁ ଏହି ପତ୍ର ପଠାଯାଇଥିଲା।  ଦଳର ଦୁଇ ତୃତୀୟାଂଶ ସଦସ୍ୟ ବିଜେପି ସହିତ ଯେଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମିଶ୍ରଣ ଭାରତୀୟ ସମ୍ବିଧାନ ଅନୁଯାୟୀ ହେବ ବାେଲି ଲୋବୋ ପ୍ରକାଶ କରିଛନ୍ତି। ଉଭୟ ନେତା ଗୋଆ ରାଜ୍ୟପାଳଙ୍କ ଉପସ୍ଥିତିରେ ଆଜି ମଧ୍ୟାହ୍ନରେ ଶପଥ ଗ୍ରହଣ ଉତ୍ସବ ହେବ। ଗୋଆ ମୁଖ୍ୟମନ୍ତ୍ରୀ ଆମକୁ ଯେଉଁ ମନ୍ତ୍ରାଳୟ ଦେବେ ଆମେ ତାହା ଗ୍ରହଣ କରିବୁ ବୋଲି ଉଭୟ ପ୍ରକାଶ କରିଛନ୍ତି। ଏହି ମିଶ୍ରଣକୁ ଗୋଅ ପିସିସି  ମୁଖପାତ୍ର ସୁନୀଲ କଓ୍ବାଥଙ୍କର କହିଛନ୍ତି ଏହା ହିଁ ବିଜେପିର ଅସଲ ରୂପ। ନିଜର ଅଂଶୀଦାର ଦଳଙ୍କୁ ମଧ୍ୟ ଏହା ଛାଡୁନାହିଁ। ତେଣୁ ଏହା କେନ୍ଦ୍ରରେ ଏନ୍‌ଡିଏର ଅଂଶୀଦାର ଦଳ ମାନଙ୍କ ପାଇଁ ସତର୍କ ଘଣ୍ଟି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ବିଜେପିକୁ ୨୦ ସଦସ୍ୟଙ୍କ ସମର୍ଥନ ମିଳିଥିଲା। ବିଜେପିର ୧୧ ସଦସ୍ୟ, ଏମ୍‌ଜିପି ଏବଂ ଗୋଆ ଫରଓ୍ବାର୍ଡ ପାର୍ଟିର ତିନି ଜଣ ଲେଖାଏଁ ସଦସ୍ୟ ରହିଥିବା ବେଳେ ଅନ୍ୟ ଭୋଟ ସ୍ବାଧୀନ ସଦସ୍ୟଙ୍କ ରହିଥିଲା।

Categories
ଆଜିର ଖବର

ବିଜେପିରେ ସାମିଲ୍‌ ହେଲେ ଜୟା ପ୍ରଦା

ସମାଜବାଦୀ ପାର୍ଟି ତରଫରୁ ସାଂସଦ ରହିସାରିଥିବା ଅଭିନେତ୍ରୀ ଜୟା ପ୍ରଦା ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜୟା ପ୍ରଦାଙ୍କୁ ବିଜେପି ରାମପୁର ଲୋକସଭାର ପ୍ରାର୍ଥୀ ଭାବେ ତାଙ୍କୁ ଟିକେଟ ଦେବ। ଏହା ପୂର୍ବରୁ ମଧ୍ୟ ଜୟା ପ୍ରଦା ରାମପୁର ଆସନରୁ ସମାଜବାଦୀ ପାର୍ଟି ତରଫରୁ ୨୦୦୪ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଜୟାପ୍ରଦା ଅଭିନୟରୁ ବିରତି ନେଇ ୧୯୯୪ରେ ଟିଡିପିରେ ଯୋଗଦେଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଟିଡିପି ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମତ ପାର୍ଥକ୍ୟ ହେବାରୁ ସେ ଦଳରୁ ଇସ୍ତଫା ଦେଇଥିଲେ। ଟିଡିପିରୁ ବାହାରି ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। କିନ୍ତୁ ୨୦୧୦ରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ବହିଷ୍କାର କରିଥିଲା। ୨୦୧୪ରେ ସେ ଆରଏଲ୍‌ଡିରେ ଯୋଗଦେଇଥିଲେ। ୨୦୦୪ରୁ ନିର୍ବାଚନ ଜିତି ଆସୁଥିବା ଜୟାପ୍ରଦା କିନ୍ତୁ ୨୦୧୪ରେ ପରାସ୍ତ ହୋଇଥିଲେ। ଚଳିତ ଥର ଲୋକସଭା ନିର୍ବାଚନରେ ଏସପି ତରଫରୁ ରାମପୁର ଲୋକସଭା ଆସନ ପାଇଁ ଆଜମ୍‌ ଖାନ ପ୍ରାର୍ଥୀ ହୋଇଛନ୍ତି।

Categories
ଆଜିର ଖବର

ବିଜେପିକୁ ଖାରବେଳଙ୍କ ପ୍ରତ୍ୟାବର୍ତ୍ତନ : କନ୍ଧମାଳରୁ ବିଜେପିର ଲୋକସଭା ପ୍ରାର୍ଥୀ

ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ଆଜି ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ପାଇଁ ମନୋନୀତ ହେଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟରେ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇ ଉତ୍କଳ ଭାରତ ଦଳ ଗଠନ କରିଥିଲେ।ବିଜେପିରେ ସାମିଲ ହେବାପରେ ଖାରବେଳ ସ୍ୱାଇଁ କହିଛନ୍ତି,“ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ସାହିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ” ସେ ଆହୁରି କହିଛନ୍ତି,“ ରାଜ୍ୟରେ ବିଜେଡି ସରକାର ଅପାରଗ, ଭ୍ରଷ୍ଟାଚାର। ନବୀନଙ୍କୁ ହଟାଇବା ଲକ୍ଷ୍ୟରେ ନିଜ ଇଛାରେ ବିଜେପିକୁ ଫେରିଛି। ଆସନ୍ତା ନିର୍ବାଚନ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିବ। ସୂଚନା ଯୋଗ୍ୟ ଯେ ଗତକାଲି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ବିଜେପିରେ ମିଶିଥିଲେ। ଏହି ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର

ବିଜେପିରେ ମିଶିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର

ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ଯୋଗ ଦେଇ ପ୍ରକାଶ ମିଶ୍ର ପଦ୍ମ ଧରିଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ଜଳେଶ୍ବର ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପ୍ରମୁଖ ବିଜେପି ଦଳରେ ସାମିଲ୍‌ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ, ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରକାଶଙ୍କୁ କଟକରୁ ଲୋକସଭା ଆସନରୁ ସେ ପ୍ରାର୍ଥୀ କରାଯିବା ନେଇ ସୂଚନା ରହିଛି। ବିଜେପି ଭୁବେନଶ୍ବର ପାଇଁ ପୂର୍ବତନ ଆଇଏସ୍‌ ଅପରାଜିତା ଷଡଙ୍ଗୀଙ୍କ ନାମ ଘୋଷଣା କରିଛି।

Categories
ଆଜିର ଖବର

ବିଜେପିରେ ଯୋଗଦେଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ନିର୍ବାଚନ ପାଇଁ ଏବେ ଜୋରସୋର୍‌ରେ ଚାଲିଛି ଦଳବଦଳ ରାଜନୀତି ଓ ମିଶ୍ରଣ ପର୍ବ। ପ୍ରତିଦିନି କିଛି ନେତା ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଉଥିବା ବେଳେ ଆଉ କିଛି ବ୍ୟକ୍ତି ସକ୍ରିୟ ରାଜନୀତିରେ ଭାଗ ନେବା ପାଇଁ ଦଳରେ ଯୋଗ ଦେଉଛନ୍ତି। ଆଜି ବିଜେଡି ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ।  ଏହି ଅବସରରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେଭି ସିଂହଦେଓ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।

Categories
ଆଜିର ଖବର

ବିଜେପିରେ ଯୋଗ ଦେଲେ ଚନ୍ଦ୍ରପ୍ରକାଶ ମିଶ୍ର

ବିଏସ୍‌ପି ନେତା ଚନ୍ଦ୍ରପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ସ୍ମୃତି ଇରାନୀ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ଆମେଥୀରେ ମୋଦିଙ୍କ ଉନ୍ନତିମୂଳକ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଶ୍ରୀ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି ବାେଲି କେନ୍ଦ୍ରମନ୍ତ୍ରୀ ଇରାନୀ ପ୍ରକାଶ କରିଥିଲେ। ୨୦୦୪ରେ ଶ୍ରୀ ମିଶ୍ର ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦିତା କରି ସମୁଦାୟ ଭୋଟର ୧୬.୮୫ ପ୍ରତିଶତ ଭୋଟ ହାସଲ କରିଥିଲେ।

Categories
ଆଜିର ଖବର

ବିଜେପିରେ ମିଶିଲେ ନାରାୟଣ ରାଓ

ପାରଳାଖେମୁଣ୍ଡିର ବିଜେଡ଼ିର ପୂବର୍ତନ ବିଧାୟକ ନାରାୟଣ ରାଓ ଆାଜି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ପ୍ରଦାନ କରିଥିଲେ ନାରାୟଣ। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡ଼ି ତରଫରୁ ଶ୍ରୀମତୀ କଲ୍ୟାଣୀ ଗଜପତିଙ୍କୁ ଚୟନ କରାଯାଇଛି। ଶ୍ରୀମତୀ କଲ୍ୟାଣୀ କିଛିଦିନ ତଳେ ବିଜେଡ଼ିରେ ଯୋଗଦେଇଥିଲେ। ତେବେ ନୂଆକରି ଯୋଗ ଦେଉଥିବା ନେତାଙ୍କୁ ଦଳ ଟିକେଟ ଦେଇ ପୁରୁଣା ଲୋକ ତଥା ଦଳ ପାଇଁ ପରିଶ୍ରମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଛି କହି ନାରାୟଣ ଅଭିଯୋଗ ଆଣିବା ସହିତ ଇସ୍ତଫା ପ୍ରଦାନ କରିଥିଲେ।