ବିକ୍ରି ହେବା ପାଇଁ ବିଧାୟକମାନେ ମେଣ୍ଢା ବା ମଇଁଷି ନୁହନ୍ତି : ଭେଙ୍କଟରମଣା ରେଡ୍ଡୀ

Published: Jun 13, 2019, 11:06 am IST
we moved on our own wish

ତେଲେଙ୍ଗାନାର ୧୨ ଜଣ କଂଗ୍ରେସ ବିଧାୟକ ଦଳ ଛାଡି ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ବିଧାୟକଙ୍କ ଯୋଗଦାନକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହିତ ବିଧାୟକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଏବଂ ଡରାଇ ଏପରି କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା। ଏହା ଉପରେ ପୂର୍ବତନ କଂଗ୍ରେସ ନେତା ଗନ୍ଦ୍ରା ଭେଙ୍କଟରମଣ ରେଡ୍ଡୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ ମାନେ ମେଣ୍ଢା କିମ୍ବା ମଇଁଷି ନୁହନ୍ତି ଯେ ସେମାନଙ୍କର ବେପାର କରାଯିବ। ନିଜ ଇଚ୍ଛାରେ ଆମ୍ଭେ ଦଳ ପରିବର୍ତ୍ତନ କରିଛୁ। ତେଣୁ ଏଥିରେ ଅର୍ଥ ଲୋଭ କିମ୍ବା ଧମକର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ରେଡ୍ଡୀ। ସେ କହିଛନ୍ତି କୌଣସି ଦଳର ଦୁଇ ତୃତୀୟାଂଶ ବିଧାୟକ ଚାହିଁଲେ ଶାସକ ଦଳରେ ଯୋଗ ଦେଇ ପାରିବେ। ସମ୍ବିଧାନ ଅନୁଯାୟୀ ଆମେ ଦଳ ପରିବର୍ତ୍ତନ କରିଛୁ ତେଣୁ ଏହା ଉପରେ ଅଯଥା ବିବାଦ ସୃଷ୍ଟି କରାଯିବା ଅନୁଚିତ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ପକ୍ଷରୁ ୧୨ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଛି।

Related posts