Categories
ଆଜିର ଖବର

ବିକ୍ରି ହେବା ପାଇଁ ବିଧାୟକମାନେ ମେଣ୍ଢା ବା ମଇଁଷି ନୁହନ୍ତି : ଭେଙ୍କଟରମଣା ରେଡ୍ଡୀ

ତେଲେଙ୍ଗାନାର ୧୨ ଜଣ କଂଗ୍ରେସ ବିଧାୟକ ଦଳ ଛାଡି ତେଲେଙ୍ଗାନା ରାଷ୍ଟ୍ର ସମିତିରେ ଯୋଗ ଦେଇଥିଲେ। ବିଧାୟକଙ୍କ ଯୋଗଦାନକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯିବା ସହିତ ବିଧାୟକ ମାନଙ୍କୁ ଅର୍ଥ ଲୋଭ ଦେଖାଇ ଏବଂ ଡରାଇ ଏପରି କରାଯାଇଛି ବୋଲି ଅଭିଯୋଗ କରାଯାଇଥିଲା। ଏହା ଉପରେ ପୂର୍ବତନ କଂଗ୍ରେସ ନେତା ଗନ୍ଦ୍ରା ଭେଙ୍କଟରମଣ ରେଡ୍ଡୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାୟକ ମାନେ ମେଣ୍ଢା କିମ୍ବା ମଇଁଷି ନୁହନ୍ତି ଯେ ସେମାନଙ୍କର ବେପାର କରାଯିବ। ନିଜ ଇଚ୍ଛାରେ ଆମ୍ଭେ ଦଳ ପରିବର୍ତ୍ତନ କରିଛୁ। ତେଣୁ ଏଥିରେ ଅର୍ଥ ଲୋଭ କିମ୍ବା ଧମକର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ରେଡ୍ଡୀ। ସେ କହିଛନ୍ତି କୌଣସି ଦଳର ଦୁଇ ତୃତୀୟାଂଶ ବିଧାୟକ ଚାହିଁଲେ ଶାସକ ଦଳରେ ଯୋଗ ଦେଇ ପାରିବେ। ସମ୍ବିଧାନ ଅନୁଯାୟୀ ଆମେ ଦଳ ପରିବର୍ତ୍ତନ କରିଛୁ ତେଣୁ ଏହା ଉପରେ ଅଯଥା ବିବାଦ ସୃଷ୍ଟି କରାଯିବା ଅନୁଚିତ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟଙ୍କ ପକ୍ଷରୁ ୧୨ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଛି।

Categories
ଆଜିର ଖବର

ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟ୍‌କା : ୧୨ ବିଧାୟକ ଟିଆରଏସ୍‌ରେ ସାମିଲ୍‌ ହେବେ

ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଦଳର ସମସ୍ତ ୧୮ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆରଏସ୍‌ରେ ବିଲୟ ହେବାକୁ ଘୋଷଣା କରିଛନ୍ତି। ଏହି ସମ୍ବନ୍ଧୀୟ ଘୋଷଣା ପାଇଁ ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତିଙ୍କ ସହ ବିଧାୟକମାନେ ସାକ୍ଷାତ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ୧୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାନସଭା ଅଧ୍ୟକ୍ଷଙ୍କ ସହ ସାକ୍ଷାତ୍‌ କରି ତେଲେଙ୍ଗାନା ରାଷ୍ଟ୍ର ସମିତି ବିଧାୟକ ଦଳରେ ସାମିଲ୍‌ ହେବା ପାଇଁ ଅପିଲ୍‌ କରିଛନ୍ତି। କେ. ଚନ୍ଦ୍ରଶେଖର ରାଓ ତେଲେଙ୍ଗାନାରେ ୫ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଲୋକସଭା ନିର୍ବାଚନରେ ଟିଆରଏସ୍‌ ୧୭ଟି ସିଟ୍‌ରୁ ୯ଟି ଆସନ ହାତେଇଥିବାବେଳେ, କଂଗ୍ରେସ ଗୋଟିଏ ଓ ବିଜେପି ଚାରିଟି ଓ ଏଆଇଏମଆଇଏମ୍‌ ଗୋଟିଏ ଆସନ ଜିତିଛି।

Categories
ଆଜିର ଖବର

ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ବିଖେ ପାଟିଲ

ଲୋକସଭା ନିର୍ବାଚନର ପରାଜୟ ପରେ କଂଗ୍ରେସର ବହୁ ତୁଙ୍ଗ ନେତା ଇସ୍ତଫା ଦେଉଛନ୍ତି। ଏହି କ୍ରମରେ ସାମିଲ୍‌ ହୋଇଛନ୍ତି କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ୍‌। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଦିନ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନରେ ସେ ପ୍ରଚାର କରିନାହାଁନ୍ତି। ଦଳ ହାଇକମାଣ୍ଡଙ୍କ ସହ ତାଙ୍କର ସେମିତି କୌଣସି ମନୋମାଳିନ୍ୟ ମଧ୍ୟ ନାହିଁ। ବରଂ ଦଳ ତାଙ୍କୁ ବିରୋଧୀ ଦଳର ନେତା ଭାବେ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ପରିସ୍ଥିତିକୁ ଦେଖି ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି।

Categories
ଆଜିର ଖବର

ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

କଂଗ୍ରେସ ଛାଡ଼ିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ୍‌, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପିରେ ସାମିଲ୍‌ ହେବା ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ଯୋଗ ଦେଇଛନ୍ତି। ମୋଦିଙ୍କ ସବ୍‌କା ସାଥ୍‌ ବିକାଶ ଧାରାକୁ ଆଗେଇ ନେବାକୁ ମନପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି। ୨୦ ବର୍ଷର ସମ୍ପର୍କ ଛିନ୍ନ କରି ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ସେ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଥିଲା।

Categories
ଆଜିର ଖବର

ଦଳ ଛାଡିଲେ ପ୍ରକାଶ ବେହେରା, କେଉଁ ଦଳରେ ମିଶିବା ନେଇ ସସପେନ୍ସ

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡିଶା କଂଗ୍ରେସର ହାତ ଦୁର୍ବଳ ହେବାରେ ଲାଗିଛି। ଅନେକ ଛାମୁଆ ନେତା ତଥା ବିଧାୟକ ଦଳ ଛାଡିଛନ୍ତି। ଆଜି କଂଗ୍ରେସକୁ ଏକ ଜୋରଦାର ଝଟକା ଲାଗିଛି। ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।  ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି।  ସେ ୨୦ ବର୍ଷ ହେଲା ଦଳରେ କାମ କରୁଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କଂଗ୍ରେସ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି। ପୂର୍ବରୁ ବିଜେଡ଼ି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ  ଏବେ ପୁଣି ପଦ୍ମ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଏନେଇ ସିଏ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ଦିନେ ଦୁଇ ଦିନ ଭିତରେ କେଉଁ ଦଳରେ ଯୋଗ ଦେବେ ସେନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Categories
ଆଜିର ଖବର

କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେଲେ ଚଭଡ଼ା

ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର  ଛାଡିଥିବା ଚର୍ଚ୍ଚା ହେଉଛି । ଜୱାହର ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ  ଜଓ୍ବାହର ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେଥିପାଇଁ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଏକ ଦୁର୍ଗ ବୋଲି କୁହାଯାଇଥାଏ । ବିଜେପି ୨୦୧୪ ନିର୍ବାଚନର ଫଳାଫଳ ଦୋହରାଇପାରିବ ନାହିଁ । ତେଣୁ କଂଗ୍ରେସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ କହିଛି । ସୂଚନାଯୋଗ୍ୟ, ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ୨୬ରୁ୨୬ଟି ଲୋକସଭା ଆସନ ଜିତିଥିଲା । ଫୁଲଓ୍ବାମା ଆତଙ୍କୀ ଆକ୍ରମଣପରେ ପାକିସ୍ତାନ ଉପରେ ହୋଇଥିବା ଏୟାର୍‌ ଷ୍ଟ୍ରାଇକ୍‌କୁ ସମର୍ଥନ କରି ସେ ବିଜେପିରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି ଚଭଡ଼ା ।