ଚେଲ୍‌ସୀ ଛାଡିବେ ଏଡେନ୍‌ ହାଜାର୍ଡ : ରିଅଲ୍‌ ମାଦ୍ରିଦ୍‌ ସହିତ ୧୦୦ ମିଲିୟନ୍‌ ୟୁରୋ ଚୁକ୍ତି

Published: Jun 8, 2019, 11:19 am IST

ବେଲଜିୟମ୍‌ ଓ୍ବିଙ୍ଗର ଏଡେନ୍ ହାଜାର୍ଡ ଚେଲ୍‌ସୀ ଛାଡି ରିଅଲ ମାଦ୍ରିଦ୍‌ରେ ଯୋଗ ଦେବେ। ଚେଲ୍‌ସୀ ଛାଡୁଥିବା ହାଜାର୍ଡଙ୍କୁ ରେକର୍ଡ ୧୦୦ ମିଲିୟନ୍‌ ୟୁରୋ ମୂଲ୍ୟରେ କ୍ରୟ କରୁଛି ରିଅଲ୍‌ ମାଦ୍ରିଦ୍‌। ସମାନ ମୂଲ୍ୟରେ ୨୦୧୩ରେ ଗେରାଥ ବେଲଙ୍କୁ କିଣିଥିଲା ରିଅଲ୍‌ ମାଦ୍ରିଦ୍‌। ୨୦୧୩ରେ ଟଟ୍ଟେନହାମ୍‌ ଛାଡିଥିବା ବେଲ୍‌ ମାଦ୍ରିଦ୍‌ ସହିତ ଯୋଗ ଦେଇଥିଲେ। ଏହା ସହିତ ହାଜାର୍ଡ ଆସନ୍ତା ୫ ବର୍ଷ ପାଇଁ ମାଦ୍ରିଦ୍‌ ସହିତ ଚୁକ୍ତି କରିଛନ୍ତି। ମାଦ୍ରିଦ୍‌ ଏବଂ ଚେଲ୍‌ସୀ ଏହି ବିନିମୟ ପାଇଁ ରାଜି ହୋଇଥିବା ବେଳେ ୩୦ଜୁନ୍‌ ୨୦୨୪ ପର୍ଯ୍ୟନ୍ତ ମାଦ୍ରିଦ୍‌ ସହିତ ହାଜାର୍ଡଙ୍କ ଚୁକ୍ତି ବଳବତ୍ତର ରହିବ। ଏକ ଟ୍ବିଟ୍‌ରେ ଚେଲ୍‌ସୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ହାଜାର୍ଡ। ଗତ ସାତ ବର୍ଷ ଧରି ହାଜାର୍ଡ ଚେଲ୍‌ସୀ ପାଇଁ ଖେଳୁଥିଲେ।

Related posts