Categories
ଆଜିର ଖବର ଖେଳ

ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର : ଜୁନ୍‌ 8ରୁ ଆରମ୍ଭ ହେବ ଲା ଲିଗା

ବାର୍ସେଲୋନା : ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୁଣିଥରେ ନିଜ ପ୍ରିୟ ଫୁଟବଲରଙ୍କୁ ପଡିଆରେ ଦେଖିପାରିବେ ଦର୍ଶକ । ଆସନ୍ତା ଜୁନ୍‌ 8 ତାରିଖରୁ ସ୍ପେନ୍‌ରେ ଆରମ୍ଭ ହେବାକୁ ଯାଉଛି ଲାଲିଗା । ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶନିବାର ଏହି ଘୋଷଣା କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ଲକ୍‌ଡାଉନ୍‌କୁ କୋହଳ କରାଯାଉଛି । ପୂର୍ବରୁ ଲା ଲିଗା ସଭାପତି ଜାଭିୟର୍‌ ଟେବାସ୍‌ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରିଥିଲେ । ତେବେ ମ୍ୟାଚ୍‌ ଖେଳାଗଲେ ମଧ୍ୟ ସାମାଜିକ ଦୂରତ୍ବ ନିୟମ ବଜାୟ ରହିବ ବୋଲି ଟେବାସ୍‌ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲା ଲିଗାରେ ଲିଓନେଲ୍‌ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା 58 ପଏଣ୍ଟ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ରିଅଲ ମାଦ୍ରିଦ୍‌ ଦୁଇ ନମ୍ବର ସ୍ଥାନରେ ରହିଛି ।

ଉଭୟ ଦଳ ମଧ୍ୟରେ ମାତ୍ର ଦୁଇ ପଏଣ୍ଟର ଫରକ ରହିଥିବା ବେଳେ ମୁକାବିଲା ଜୋରଦାର ହେବା ନେଇ ଆଶା କରାଯାଉଛି । ବାର୍ସେଲୋନାରେ ମେସିଙ୍କ ବ୍ୟତିତ ଲୁଇସ୍‌ ସୁଆରେଜ୍‌ ଏବଂ ଆଣ୍ଟୋନିଓ ଗ୍ରୀଜ୍‌ମ୍ୟାନ୍‌ ରହିଥିବା ବେଳେ ମାଦ୍ରିଦ୍‌ରେ ଏଡେନ୍‌ ହାଜାର୍ଡ, ଗେରାଥ୍‌ ବେଲ୍‌, କରିମ୍‌ ବେଞ୍ଜେମା ଏବଂ ସର୍ଗିଓ ରାମୋସ୍‌ଙ୍କ ପରି ଖେଳାଳି ରହିଛନ୍ତି ।

Categories
ଆଜିର ଖବର ଖେଳ

ସ୍ପାନିଶ ସୁପର୍‌ କପ୍‌ ଫାଇନାଲ୍‌ରେ ରିଅଲ ମାଦ୍ରିଦ୍‌

ନୂଆଦିଲ୍ଲୀ : ରିଅଲ୍‌ ମାଦ୍ରିଦ୍‌ ସ୍ପାନିଶ୍‌ ସୁପର୍‌ କପ୍‌ ଫାଇନାଲ୍‌ରେ ପହଞ୍ଚିଛି । ବୁଧବାର ରାତିରେ ଅନୁଷ୍ଠିତ ସେମି ଫାଇନାଲ୍‌ରେ ଭାଲେନ୍ସିଆକୁ 3-1ରେ ପରାସ୍ତ କରି ମାଦ୍ରିଦ୍‌ ଫଶଇନାଲ୍‌ରେ ପହଞ୍ଚିଛି । ମାଦ୍ରିଦ୍‌ ପକ୍ଷରୁ ଟୋନି କ୍ରୁସ୍‌, ଇସ୍କୋ ଏବଂ ଲୁକା ମୋଡ୍ରିକ୍‌ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଫାଇନାଲ୍‌ରେ ମାଦ୍ରିଦ୍‌ ମେତ୍ସେଲାକୁ ଭେଟିବ । ଜିନେଦାଇନ୍‌ ଜିଦାନଙ୍କ ଆଘାତ ସମସ୍ୟା ଏବଂ ଦଳର ମୁଖ୍ୟ ଷ୍ଟ୍ରାଇକର ଏଡେନ୍‌ ହାଜାର୍ଡ, ଗେରାଥ୍‌ ବେଲ୍‌ ଏବଂ କରିମ୍‌ ବେଞ୍ଜାମାଙ୍କ ଅନୁପସ୍ଥିତିରେ ଲୁକା ମୋର୍ଡିକ୍‌ ଏବଂ ଟୋନି କ୍ରୁସ୍‌ ଗୋଲ୍‌ ସ୍କୋର କରିଥିଲେ । ଭାଲେନ୍ସିଆ ପକ୍ଷରୁ କୋପା ଡେଲ ରେ ପ୍ରଥମ ଗୋଲ୍‌ ସ୍କୋର କରିଥିବା ବେଳେ 28 ତମ ମିନିଟ୍‌ରେ କ୍ରୁସ୍‌ଙ୍କ ଗୋଲ୍‌ରେ ମ୍ୟାଚ୍‌ ବରାବର ସ୍ଥିତିକୁ ଆସିଥିଲା । 35 ତମ ମିନିଟ୍‌ରେ ଇସ୍କୋ ଗୋଲ୍‌ ସ୍କୋର କରିଥିବା ବେଳେ 88 ତମ ମିନିଟ୍‌ରେ ଲୁକା ମୋଡ୍ରିକ୍‌ ଗୋଲ୍‌ ସ୍କୋର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଚେଲ୍‌ସୀ ଛାଡିବେ ଏଡେନ୍‌ ହାଜାର୍ଡ : ରିଅଲ୍‌ ମାଦ୍ରିଦ୍‌ ସହିତ ୧୦୦ ମିଲିୟନ୍‌ ୟୁରୋ ଚୁକ୍ତି

ବେଲଜିୟମ୍‌ ଓ୍ବିଙ୍ଗର ଏଡେନ୍ ହାଜାର୍ଡ ଚେଲ୍‌ସୀ ଛାଡି ରିଅଲ ମାଦ୍ରିଦ୍‌ରେ ଯୋଗ ଦେବେ। ଚେଲ୍‌ସୀ ଛାଡୁଥିବା ହାଜାର୍ଡଙ୍କୁ ରେକର୍ଡ ୧୦୦ ମିଲିୟନ୍‌ ୟୁରୋ ମୂଲ୍ୟରେ କ୍ରୟ କରୁଛି ରିଅଲ୍‌ ମାଦ୍ରିଦ୍‌। ସମାନ ମୂଲ୍ୟରେ ୨୦୧୩ରେ ଗେରାଥ ବେଲଙ୍କୁ କିଣିଥିଲା ରିଅଲ୍‌ ମାଦ୍ରିଦ୍‌। ୨୦୧୩ରେ ଟଟ୍ଟେନହାମ୍‌ ଛାଡିଥିବା ବେଲ୍‌ ମାଦ୍ରିଦ୍‌ ସହିତ ଯୋଗ ଦେଇଥିଲେ। ଏହା ସହିତ ହାଜାର୍ଡ ଆସନ୍ତା ୫ ବର୍ଷ ପାଇଁ ମାଦ୍ରିଦ୍‌ ସହିତ ଚୁକ୍ତି କରିଛନ୍ତି। ମାଦ୍ରିଦ୍‌ ଏବଂ ଚେଲ୍‌ସୀ ଏହି ବିନିମୟ ପାଇଁ ରାଜି ହୋଇଥିବା ବେଳେ ୩୦ଜୁନ୍‌ ୨୦୨୪ ପର୍ଯ୍ୟନ୍ତ ମାଦ୍ରିଦ୍‌ ସହିତ ହାଜାର୍ଡଙ୍କ ଚୁକ୍ତି ବଳବତ୍ତର ରହିବ। ଏକ ଟ୍ବିଟ୍‌ରେ ଚେଲ୍‌ସୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ହାଜାର୍ଡ। ଗତ ସାତ ବର୍ଷ ଧରି ହାଜାର୍ଡ ଚେଲ୍‌ସୀ ପାଇଁ ଖେଳୁଥିଲେ।