ହାତ ଛାଡ଼ି ପଦ୍ମ ଧରିଲେ ଏସ୍‌.କ୍ରିଷ୍ଣା

Published: Apr 20, 2019, 7:16 pm IST
former congress mp s.krishna joins bjp

କଂଗ୍ରେସର ବରିଷ୍ଠ ନେତା ତଥା କେରଳର କୋଲାମର ସାଂସଦ ଏସ.କ୍ରିଷ୍ଣା କୁମାର ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।  ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନ କ୍ରିଷ୍ଣା କୁମାରଙ୍କୁ ସ୍ୱାଗତ କରିଛନ୍ତି। କ୍ରିଷ୍ଣାଙ୍କ ଯୋଗଦାନ ଦକ୍ଷିଣ ଭାରତରେ ବିଜେପିକୁ ମଜବୁତ କରିବ ବୋଲି ବିଜେପି ନେତା କହିଛନ୍ତି। କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ଜନତା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିବା ସହିତ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ଏସ୍‌,କ୍ରିଷ୍ଣା। ସୋନିଆ ଗାନ୍ଧୀଙ୍କ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଉପରେ ଧାରଣ ନଥିବା ସେ କହିଛନ୍ତି। ଏସ୍‌.କ୍ରିଷ୍ଣା ୧୬ତମ ଲୋକସଭାରେ କେରଳରୁ ସାଂସଦ ହୋଇଥିଲେ। ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ଦଳୀୟ ନେତାଙ୍କ ଉପରେ ଅସନ୍ତୋଷ ପ୍ରକଟ କରି ଦଳରୁ ଇସ୍ତଫା ଦେଇ ଶିବସେନାରେ ସାମିଲ ହୋଇଥିଲେ।

Related posts