Categories
ଆଜିର ଖବର

ବିଜେଡିରେ ମିଶିଲେ ମୀରା ପରିଡ଼ା

ନିର୍ବାଚନୀ ତାରିଖ ଯେତିକି ପାଖକୁ ଆସୁଥିବାବେଳେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଶତାଧିକ କର୍ମୀଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି  କିନ୍ନର ଆଖଡା ପରିଷଦର ସଭାପତି ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ବେଗୁନିଆ ବିଧାନସଭା ଆସନରୁ ମୀରା ଲଢ଼ିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏଣୁ ବିଜେଡି ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି ଆଶା କରାଯାଉଛି।  ବହୁଜନ ସମାଜ ପାର୍ଟି ତରଫରୁ କାଜଲ ନାୟକ ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରରୁ ଲଢିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି।

Categories
ଆଜିର ଖବର

ବିଜେପିରେ ଯୋଗ ଦେଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

କଂଗ୍ରେସ ଛାଡ଼ିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ୍‌, ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳ ନେତା କେଭି ସିଂଦେଓ ଏବଂ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ୍‌ ହୋଇଛନ୍ତି। ବିଜେପିରେ ସାମିଲ୍‌ ହେବା ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ବକୁ ଭରସା କରି ବିଜେପିରେ ଯୋଗ ଦେଇଛନ୍ତି। ମୋଦିଙ୍କ ସବ୍‌କା ସାଥ୍‌ ବିକାଶ ଧାରାକୁ ଆଗେଇ ନେବାକୁ ମନପ୍ରାଣ ଦେଇ କାମ କରିବେ ବୋଲି କହିଛନ୍ତି। ୨୦ ବର୍ଷର ସମ୍ପର୍କ ଛିନ୍ନ କରି ପ୍ରକାଶ ବେହେରା ଶନିବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ସେ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗିରହିଥିଲା।

Categories
ଆଜିର ଖବର

କଂଗ୍ରେସରୁ ଲଢିବେ ହାର୍ଦ୍ଦିକ ପଟେଲ୍‌ !

ଗୁଜୁରାଟର ପାଟିଦାର୍‌ ନେତା ହାର୍ଦ୍ଦିକ ପଟେଲ୍‌ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍‌ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି। ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍‌ ମାଦମ୍‌। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍‌ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି।