କଂଗ୍ରେସରେ ସାମିଲ୍‌ ହେଲେ ଶତ୍ରୁଘ୍ନ : ଓ୍ବାନ୍‌ ମ୍ୟାନ୍‌ ଶୋ’, ଟୁ ମ୍ୟାନ୍‌ ଆର୍ମି ହୋଇଛି ବିଜେପି

Published: Apr 6, 2019, 1:47 pm IST
satrughna sinha joins congress

ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲାଙ୍କ ଉପସ୍ଥିତିରେ କଂଗ୍ରେସ କାର୍ଯ୍ୟାଳୟଠାରେ କଂଗ୍ରେସର ସଦ୍ୟସତା ଲାଭ କରିଛନ୍ତି ଶତ୍ରୁଘ୍ନ। ଏହି ଅବସରରେ ସେ ବିଜେପି ଉପରେ ଆକ୍ରମଣ କରିଛନ୍ତି।  ବିଜେପିରେ ବରିଷ୍ଠ ନେତାମାନଙ୍କୁ ବାହାର କରିଦିଆଯାଇଛି। ଏବେ ବିଜେପି ଓ୍ବାନ ମ୍ୟାନ୍‌ ଶୋ’, ଟୁ ମ୍ୟାନ୍‌ ଆର୍ମି ରୂପେ ପରିଣତ ହୋଇଛି। ଏଠାରେ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଅରୁଣ ଶୌରୀଙ୍କ ପରି ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଛି।  ସେମାନଙ୍କୁ ମାର୍ଗଦର୍ଶକ ମଣ୍ଡଳରେ ଅନ୍ତର୍ଭୁୂକ୍ତ କରାଯାଇଛି, ଯାହାର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ। ଯଦି ସତ କହିବାକୁ ବିଦ୍ରୋହ କୁହାଯିବ, ତା’ହେଲେ ସେ ନିଜକୁ ବିଦ୍ରୋହୀ ବୋଲି କହିବାକୁ କେବେ ପଛୁଘୁଞ୍ଚା ଦେବି ନାହିଁ ବୋଲି କହିଛନ୍ତି ଶତ୍ରୁଘ୍ନ। ସେହିପରି ବିଜେପିର ‘ବିମୁଦ୍ରାକରଣ’କୁ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି ବୋଲି କହିଛନ୍ତି ଶତ୍ରୁଘ୍ନ। ବିଜେପିରେ ଲୋକଙ୍କର କୌଣସି ମାନ ସମ୍ମାନ ନାହିଁ,  ସେଠାରେ ବିରୋଧୀଙ୍କୁ ଶତ୍ରୁ ବୋଲି ମନେ କରାଯାଏ। ତେବେ ଶତ୍ରୁଘ୍ନ ତାଙ୍କ ପାରମ୍ପରିକ ଆସନ ପାଟନା ସାହିବରୁ କଂଗ୍ରେସ ତରଫରୁ ନିର୍ବାଚନ ଲଢି ପାରନ୍ତି ବୋଲି ସୂଚନା ରହିଛି। ଚଳିତଥର ବିଜେପି ତାଙ୍କୁ ଏହି ଆସନରୁ ଟିକେଟ ଦେଇନଥିଲା।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts