Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡ଼ିରେ ଯୋଗ ଦେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀ
ଆଜିର ଖବର

ବିଜେଡ଼ିରେ ଯୋଗ ଦେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀ

April 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡ଼ିରେ ଯୋଗ ଦେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, କର୍ପୋରେଟର ମିହିର କୁମାର ରାଉତ, ନିର୍ମଳ ରାଉତ, ସନ୍ତୋଷ ନାଥ, ଜୟନ୍ତୀ ସାହୁ ଓ ସରପଞ୍ଚ ହେମନ୍ତ ପରିଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ନେତା ଓ କର୍ମୀଙ୍କୁ ଶ୍ରୀ ରାଉତ, ଶ୍ରୀମତୀ ଦାସ, ଡକ୍ଟର ପାତ୍ର, ଶ୍ରୀ ମିହିର ରାଉତ, ଶ୍ରୀ ନିର୍ମଳ ରାଉତ, ଶ୍ରୀ ନାଥ, ଶ୍ରୀମତୀ ସାହୁ ଓ ଶ୍ରୀ ପରିଡା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ରାଉତ, ଶ୍ରୀମତୀ ଦାସ, ଡକ୍ଟର ପାତ୍ର, ଶ୍ରୀ ମିହିର ରାଉତ, ଶ୍ରୀ ନିର୍ମଳ ରାଉତ, ଶ୍ରୀ ନାଥ, ଶ୍ରୀମତୀ ସାହୁ ଓ ଶ୍ରୀ ପରିଡା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ।ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ବିଜେପି ଉତ୍ତର ଗ୍ରାମୀଣ ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି, ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଉପସଭାପତି ଅକ୍ଷୟ କୁମାର ପତି, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କୃଷକ ମୋର୍ଚ୍ଚା ଜେନେରାଲ ସେକ୍ରେଟାରୀ ମନୋଜ ସାସ୍‌ମଲ, ଗ୍ରାମୀଣ ମଣ୍ଡଳ ଜେନେରାଲ ସେକ୍ରେଟାରୀ ପ୍ରିୟରଞ୍ଜନ କରଶର୍ମା, ପୂର୍ଣ୍ଣିମା ମିଶ୍ର, ଲିଲିବାଳା ରାଉତ, ପବିତ୍ର କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଭୋଇ, ଅକ୍ଷୟ କାଣ୍ଡି, ସନ୍ତୋଷ ତ୍ରିପାଠୀ, ବିଭୂତି ମହାନ୍ତି, ରଞ୍ଜିତା ଦାସ, ପଦ୍ମିନ ଗଉଡ଼, ବ୍ରଜ କିଶୋର ସାହୁ, ଦାମୋଦର ବେହେରା, ସୁଶାନ୍ତ କୁମାର ସାବତ, ରମାମଣୀ ସାହୁ, ଶ୍ୟାମ ସୁନ୍ଦର ପାଇକରାୟ, ପ୍ରଫୁଲ୍ଲ ବେହେରା, ମାନସ କୁମାର ମହାନ୍ତି, ଅଞ୍ଜନା ସାହୁ, ସ୍ନେହାଶ୍ରୀ ବେହେରା, ଜିତେନ୍ଦ୍ର କୁମାର ରାଉତ, ରଞ୍ଜିତ ନାୟକ, ଦେବପ୍ରସାଦ ମହାନ୍ତି, ସଞ୍ଜୀବ ବିଶୋଇ, ସଞ୍ଜୟ କୁମାର ଦାସଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଉତ୍ତର ନିର୍ବାଚନମଣ୍ଡଳୀ ସଭାପତି ସୂର୍ଯ୍ୟକାନ୍ତୀ ଜେନା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ସାହୁ, ୬ନଂ ୱାର୍ଡ଼ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ୧୩ନଂ ୱାର୍ଡ଼ କର୍ପୋରେଟର ଇତିଶ୍ରୀ ଦାସ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

BJDJoining odishaelection2024 ଓଡିଶାନିର୍ବାଚନ2024 ବିଜେଡି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026
Latest News

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026

୩ ଦାମୀ ମୋଟରସାଇକେଲ ଜବତ କଲା ବଡ଼ବଜାର ଥାନା ପୋଲିସ: ଲୁଟେରା ଗିରଫ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.