Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁଥ୍ ଆଗରେ ଭିଡ ଅଛି କି ନାହିଁ  ଭୋଟରମାନେ ଜାଣିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆପ୍ 
ଆଜିର ଖବର

ବୁଥ୍ ଆଗରେ ଭିଡ ଅଛି କି ନାହିଁ  ଭୋଟରମାନେ ଜାଣିବା ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଆପ୍ 

April 25, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆମ ନୀତି ଓ କାର୍ଯ୍ୟଧାରାରେ ପରିବର୍ତନ ଆଣିବା ସହ ସମାଜର ସାମଗ୍ରୀକ ବିକାଶ ପାଇଁ ଉପଯୁକ୍ତ ନେତା ନିର୍ବାଚିତ କରିବାକୁ ହେଲେ ସମସ୍ତ ଭୋଟର ମତଦାନ କରିବା ଦରକାର। ଏହା ଦ୍ୱାରା ଗଣତନ୍ତ୍ର ସୁଦୃଢ ହେବ ଏବଂ ଦେଶର ବିକାଶ ଦୃତଗତିରେ ହେବ। ରାଜଧାନୀରେ ଅଧିକ ଶିକ୍ଷିତ ଲୋକ ବସବାସ କରୁଥିଲେ ମଧ୍ୟ ମତଦାନ ହାର ରାଜ୍ୟର ଅନାନ୍ୟ ଅଂଚଳ ଅପେକ୍ଷା ସର୍ବନିମ୍ନ ହେଉଛି ଭୁବନେଶ୍ୱରରେ। ତେଣୁ ଭୋଟରମାନେ ଯେପରି ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ଯୁବ ଭୋଟରମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱରର ଅଧିକାଂଶ ବୁଥରେ ରହିବେ ମହିଳା  ଅଧିକାରୀ। ଏହା ଆମ ରାଜ୍ୟ ପାଇଁ ଉଦାହରଣ। ବୁଥ୍ ଲୋକେସନ୍ ଜାଣିବା ନିମନ୍ତେ ହେବ ସ୍ୱତନ୍ତ୍ର ଆପ୍। ସଂପୃକ୍ତ ବୁଥରେ ଏକ ସମୟରେ କେତେ ଭିଡ ଅଛି ତାହା ମଧ୍ୟ ଆପ୍ ମାଧ୍ୟମରେ ଜାଣି ହେବ। ଭୋଟ୍ ହାର ବଢ଼ାଇବାର ପ୍ରମୁଖ ଭମିକା ରହିଛି ନୂଆଭୋଟର ବିଶେଷ କରି ଛାତ୍ରଛାତ୍ରୀଙ୍କର। ଆମ ରାଜଧାନୀରେ ଏଥର ସର୍ବାଧିକ ମତଦାନ ହେଉ ଏବଂ ସ୍ମାର୍ଟ ନଗରୀର ସ୍ମାର୍ଟ ଭୋଟର ଭାବେ ଆପଣମାନେ ଏହାକୁ କରି ଦେଖାନ୍ତୁ ବୋଲି ଅନୁରୋଧ ଜଣାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା।

ଶିକ୍ଷିତ ଓ ସରକାରୀ କର୍ମଚାରୀ ନିଶ୍ଚିତ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନିଜ ନିଜର ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ମତାଧିକାର ସାବସ୍ତ୍ୟ କରିବାକୁ ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ ଅନୁରୋଧ କରିଛନ୍ତି । ଆମଦେଶ ଏକ ଗଣତନ୍ନ୍ ଦେଶ । ଆମ ଦେଶର ଲୋକ ପ୍ରତିନିଧିମାନେ ଆମ ଦେଶକୁ ଚଳାନ୍ତି। ତେଣୁ ଆମ ଦେଶର ଶାସନ ପଦ୍ଧତି ଅନୁସାରେ ନିଜ ଦେଶରେ ବା ଆମ ଅଂଚଳର ପ୍ରତିନିଧି କିପରି ହେବା ଦରକାର ତାହା ବିଚାର କରିବା ଏବଂ ସେଥିପାଇଁ ନିଜର ମତ ଦେବାର ସୁଯୋଗ ଆମ ସମ୍ବିଧାନ ଦେଇଛି। ତେଣୁ ଏହି ଅଧିକାରର ଉପଯୋଗ କରି ଗଣତନ୍ତ୍ରର ଏହି ବିଶାଳ ପର୍ବରେ ସମସ୍ତେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ କମିଶନର । ଭୁବନେଶ୍ୱରରେ ଭୋଟଦାନ ସ୍ଥିତି କମ୍ ରହିଛି । ପ୍ରାୟ ୪୩ % ଭୋଟର ଭୋଟ ଦେଉଥିବାେବେଳେ,  ପାଖାପାଖି ୩ ଲକ୍ଷ ୪୦ ହଜାର ଭୋଟର ଅନ୍ୟ ବଳକା ଭୋଟରଙ୍କ ପାଇଁ ଲୋକ ପ୍ରତିନିଧି ବାଛିବା ପାଇଁ ମତ ଦେଉଛନ୍ତି । ଏହାର ଅର୍ଥ ଅନ୍ୟମାନେ ନିଜ ମତଦାନ ଅଧିକାର କରୁ ନାହାନ୍ତି  । ତେବେ ଏହି ହାର ବଢ଼ିବା ଆବଶ୍ୟକ । ଆମ ଗହଣରେ ଯେଉଁ ନୂଆ ଭୋଟର ଅଛନ୍ତି, ସେମାନେ ଭୋଟ ଦିଅନ୍ତୁ ଏବଂ ନିଜର ଗଣତାନ୍ତ୍ରିକ ବିପ୍ଳବ ସୃଷ୍ଟି କରନ୍ତୁ । ଏହି ସଚେତନତା ସମସ୍ତଙ୍କୁ ଛୁଇଁବା ଆବଶ୍ୟକ । ଏଥିରେ ଗଣମାଧ୍ୟମର ସହେଯୋଗ ଆଶା କରିଥିଲେ କମିଶନର । ନାଗରିକ ଭାବେ ସମାଜପ୍ରତି ଆମର କର୍ତବ୍ୟ ନିର୍ବାହ କରିବା ଆପଣମାନଙ୍କ ଭଳି ଛାତ୍ରୀମାନେ ଆଗେଇ ଆସନ୍ତୁ ବୋଲି କହିଥିଲେ କମିଶନର ।

ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାରିଶହରୁୁ ଉଦ୍ଧ୍ୱର୍ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ଯୋଗଦେଇଥିବାେବେଳେ ବିଶିଷ୍ଟ ଅତିଥିଭାବେ  ବିଏମ୍ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ ଚଞ୍ଚଳ ରାଣା, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଚେୟାରମ୍ୟାନ୍ ପିଜି କାଉନସିଲ  ପ୍ରଫେସର୍  ଚଣ୍ଡି ଚରଣ ରଥ, ବିଏମ୍ସି ଅତିରିକ୍ତ କମିଶନର ଶ୍ରୀ ଘାସିରାମ ମୁର୍ମୁ ଓ ଶ୍ରୀମତୀ ସସ୍ମିତା ସାହୁ, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ଶ୍ୟାମଳି ମହାନ୍ତି,  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡଃ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଚିନ୍ମୟୀ ଆଚାର୍ଯ୍ୟ, ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଏବଂ ଟିମ୍  ବିଏମ୍ସି ଉପସ୍ଥିତ ଥିଲେ ।

ସମସ୍ତେ ଆସନ୍ତା ମଇ ୨୫ ତାରିଖ ଦିନ ନିଜ ନିଜ ମତଦାନ କେନ୍ଦ୍ରରେ ଭୋଟ ଦେଇ ନିଜର ଅଧିକାର ସାବ୍ୟସ୍ତ କରିବା ସହ ଦେଶ ଗଠନରେ ସକ୍ରିୟ ଭୂମିକା ନିଭାଇବା ପାଇଁ ଉପସ୍ଥିତ ଭୋଟରମାନଙ୍କୁ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ନୂଆ ଭୋଟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା  । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ଓ ଛାତ୍ରୀ ମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇ  ନିଶ୍ଚୟ ଭୋଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତର ସରକାରଙ୍କ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଦତ କେତେକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା । ପରେ ଭୋଟରମାନଙ୍କୁ ସଚେତନ କରାଇବା ପାଇଁ ଜାଗରଣ ଅନୁଷ୍ଠାନ ଏବଂ  ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଶିତ ପଥପ୍ରାନ୍ତ ନାଟକ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଶେଷରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀ ଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା କାଲି ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

bmc election 2024 khordha Loksabha Election
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.