ନିର୍ବାଚନ ମଧ୍ୟରେ ମୁସଲିମ ଧର୍ମଗୁରୁଙ୍କୁ ଭେଟିଲେ ରାଜନାଥ ସିଂ: ସାମ୍ନାକୁ ଆସିଲା ଫଟୋ

Published: Apr 30, 2024, 12:11 pm IST

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଲକ୍ଷ୍ନୌ ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ସେ ଏକ ବଡ ରୋଡ୍ ସୋ ମଧ୍ୟ କରିଥିଲେ ଯେଉଁଥିରେ ବିଜେପିର ସମସ୍ତ ବଡ ନେତା ଅଂଶଗ୍ରହଣ କରିଥିଲେ। ନାମାଙ୍କନ ପରେ ରାଜନାଥ ସିଂ ଲକ୍ଷ୍ନୌରେ ଅଲ ଇଣ୍ଡିଆ ଶିଆ ମୁସଲିମ ପର୍ସନଲ ଲ ବୋର୍ଡ ମୁଖପାତ୍ର ମୌଲାନା ୟାସୁବ ଅବ୍ବାସଙ୍କୁ ମଧ୍ୟ ଭେଟିଥିଲେ।

ମୌଲାନା ୟାସୁବ ଅବ୍ବାସ ଶିଆ ହେଉଛନ୍ତି ଅଲ ଇଣ୍ଡିଆ ପର୍ସନଲ ଲ ବୋର୍ଡର ସାଧାରଣ ସମ୍ପାଦକ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଲକ୍ଷ୍ନୌରେ ଥିବା ତାଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ଯାହାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରାଜନାଥ ସିଂ ଜଣେ ମୁସଲମାନ ଧର୍ମିଗୁରୁଙ୍କ ସହ ବସି କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ରାଜନାଥ ସିଂ ତାଙ୍କୁ ଭେଟି ମୁସଲିମ ସମ୍ପ୍ରଦାୟର ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ।

ଶିଆ ଧାର୍ମିକ ଗୁରୁ ମୌଲାନା କଲବେ ଜବାଦ୍ ସାହେବ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଏକ ବଡ଼ ବିଜୟ ପାଇଁ ପ୍ରାର୍ଥନା କରି ଦରଗାହର ସୂତା ବାନ୍ଧିଛନ୍ତି। ଏହି ବୈଠକରେ ଶିଆ ସେଣ୍ଟ୍ରାଲ ୱାକଫ ବୋର୍ଡର ଅଧ୍ୟକ୍ଷ ଅଲି ଜାଇଦି ମୌଲାନା କମ୍ରୁଲ ହାସନ ଏବଂ ବିଜେପି ନେତା ଅମିଲ ଶମଲି ଉପସ୍ଥିତ ଥିଲେ।

Related posts