Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ ପକ୍ଷରୁ କାମ୍ପାକୋଲାର ନୂତନ ଆକର୍ଷଣୀୟ ଅଭିଯାନର ଶୁଭାରମ୍ଭ
ଆଜିର ଖବର

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ ପକ୍ଷରୁ କାମ୍ପାକୋଲାର ନୂତନ ଆକର୍ଷଣୀୟ ଅଭିଯାନର ଶୁଭାରମ୍ଭ

April 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର / ମୁମ୍ବାଇ: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ଥଣ୍ଡା ପାନୀୟ ବଜାରରେ ପ୍ରସିଦ୍ଧ କାମ୍ପାକୋଲା ‘ନଏ ଇଣ୍ଡିଆ କା ଅପନା ଥଣ୍ଡା’ ଅର୍ଥାତ ନୂଆ ଇଣ୍ଡିଆର ନିଜର ଥଣ୍ଡା ନାମକ ଏକ ନୂତନ ଅଭିଯାନ ଶୁଭାରମ୍ଭ କରିଛି। ଏହି ଅଭିଯାନ ମାଧ୍ୟମରେ କାମ୍ପା କୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ ଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। କାମ୍ପାକୋଲା ବ୍ରାଣ୍ଡ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆରସିପିଏଲ) ର ଅଂଶ।

ଏହି ଅଭିଯାନ ଶୁଭାରମ୍ଭ ଅବସରରେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ ର ସିଓଓ କେତନ ମୋଦି କହିଛନ୍ତି, “ଏହି ଅଭିଯାନ ଭାରତୀୟମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଯୋଗାଇବା ଦିଗରେ ଆମର ଯାତ୍ରାର ପ୍ରଥମ ପଦକ୍ଷେପ।”

ଏହି ଅଭିଯାନ ସହିତ, ଆରସିପିଏଲ୍ ଥଣ୍ଡା ପାନୀୟ ବଜାରରେ ଏହାର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ମଜବୁତ କରୁଛି। ଉପଲବ୍ଧତାକୁ ସୁଗମ ଏବଂ ପ୍ରଭାବଶାଳୀ କରିବା ସହିତ କାମ୍ପାକୁ ଯୁବ ଭାରତୀୟଙ୍କ ଆକାଂକ୍ଷା ଅନୁରୂପ ପ୍ରସ୍ତୁତ କରାଯାଉଛି।

ପ୍ରଖ୍ୟାତ ଲେଖକ ଓ ଆଡ଼ ଗୁରୁ ପ୍ରସୂନ୍ ଯୋଶୀଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନ ଏକକାଳୀନ ଭାବରେ ଟିଭି, ଡିଜିଟାଲ୍‌, ଆଉଟଡୋର ​​ଏବଂ ପ୍ରିଣ୍ଟ ମିଡିଆରେ ଆରମ୍ଭ ହେଉଛି। ଅଭିଯାନ ଶୁଭାରମ୍ଭରେ ଖୁସି ବ୍ୟକ୍ତ କରି ପ୍ରସୂନ୍ ଯୋଶୀ କହିଛନ୍ତି, “ଏହି ନୂତନ ସୃଜନଶୀଳତା ସହିତ ବ୍ରାଣ୍ଡ କାମ୍ପା ଏକ ନୂତନ ଉଦୀୟମାନ ଭାରତ ସହିତ ସମତାଳରେ ରହିବାକୁ ଲକ୍ଷ୍ୟ ରଖିଛି ଯାହା ନୂତନ ଅନ୍ୱେଷଣ କରିବା ପାଇଁ ଆତ୍ମବିଶ୍ୱାସୀ ଏବଂ ବ୍ୟଗ୍ର ରହିଛି। ଏହି ନୂତନ ଭାରତରେ ଏକ ଶୋଷ ରହିଛି ଯାହାକୁ ମେଣ୍ଟାଇବା ପାଇଁ ସ୍ୱତନ୍ତ୍ର କିଛି ର ଆବଶ୍ୟକତା ରହିଛି।”

ଏହି ଅଭିଯାନ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅରୁଣ ଗୋପାଳନ୍ ଏବଂ ଗାୟକ-ସଂଗୀତକାର ହେଉଛନ୍ତି ଶଙ୍କର ମହାଦେବନ୍।

Campa Cola reliance
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025

ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

August 6, 2025

ଭୂମିହୀନ ଏବଂ ଗରିବ ଲୋକଙ୍କ ପାଇଁ ସମବାୟ କ୍ଷେତ୍ର ସମୃଦ୍ଧିର ମାର୍ଗ ପ୍ରଶସ୍ତ କରୁଛି: ଅମିତ ଶାହ

August 6, 2025

ଦେଶରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ

August 6, 2025
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025

ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

August 6, 2025

ଭୂମିହୀନ ଏବଂ ଗରିବ ଲୋକଙ୍କ ପାଇଁ ସମବାୟ କ୍ଷେତ୍ର ସମୃଦ୍ଧିର ମାର୍ଗ ପ୍ରଶସ୍ତ କରୁଛି: ଅମିତ ଶାହ

August 6, 2025

ଦେଶରେ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍ ବ୍ୟବହାର କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ

August 6, 2025

ଅଗଷ୍ଟ ୬ ତାରିଖ ରାଶିଫଳ: ପଢନ୍ତୁ ଆଜିର ଦିନଟି କିପରି ରହିବ?

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.