Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୪ ନିର୍ବାଚନ: ଜୁନାଗଡ ବିଧାନସଭା କ୍ଷେତ୍ରର ରାଜନୈତିକ ଚିତ୍ରପଟ
ଆଜିର ଖବର

୨୦୨୪ ନିର୍ବାଚନ: ଜୁନାଗଡ ବିଧାନସଭା କ୍ଷେତ୍ରର ରାଜନୈତିକ ଚିତ୍ରପଟ

May 1, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ଭାବରେ ୭୮-ଜୁନାଗଡ ବିଧାନ ସଭା ଆସନ ପରିଗଣିତ। ଏଠାରେ ରାଜନୈତିକ ଦଳ ଗୁଡିକର ସବୁପ୍ରକାର ଗୋଟି ଚାଳନା ଫେଲ ହୋଇଯାଉଥିବାର ଅନେକ ଉଦାହରଣ ରହିଛି।

ଅତୀତକୁ ରୋମନ୍ଥନ କଲେ ଏହା ସ୍ପଷ୍ଟ ଯେ, ଜୁନାଗଡ ନିର୍ବାଚନ ମଣ୍ଡଳୀ କାହିଁକି ସମଗ୍ର କଳାହାଣ୍ଡି ଜିଲ୍ଲାରେ ରାଜପରିବାରର ସ୍ଵତନ୍ତ୍ର ପତିଆରା ରହିଆସିଛି। ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ରେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ ୧୯୭୪ ମସିହାରେ ଉଦିତ ପ୍ରତାପ ଦେଓ ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ ପରିବାର ଅଧୀନରେ ଜୁନାଗଡ ବିଧାନସଭା କ୍ଷେତ୍ର ରହିଆସିଥିଲା।

ସେହିପରି ୧୯୫୭ ରେ ହୋଇଥିବା ଦ୍ବିତୀୟ ସାଧାରଣ ନିର୍ବାଚନ ପରଠାରୁ ୧୯୭୭ ନିର୍ବାଚନ ପର୍ଯ୍ୟନ୍ତ କଳାହାଣ୍ଡି ଲୋକସଭା ସଭ୍ୟ ଭାବେ ଅଣ କଂଗ୍ରେସ ପାର୍ଟିରୁ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ନିର୍ବାଚିତ ହୋଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ସହଯୋଗୀ ଭାବେ ପରିଚିତ ଏବଂ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ କୁ ବଞ୍ଚାଇ ରଖିଥିବା ତଥା ୧୯୬୭ ରେ କଂଗ୍ରେସ ପ୍ରାର୍ଥୀ ଭାବେ ହାରିଥିବା ପରିବାରର ଦାୟାଦ ଭାବେ ରାସ ବିହାରୀ ବେହେରା ପ୍ରଥମେ ୧୯୭୪ ରେ ଭବାନୀପାଟଣା ୧୯୭୭ ରେ କୋକସରା ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ସେହି କଂଗ୍ରେସ ହାୱା ରେ ଜୁନାଗଡ ସରପଞ୍ଚ ଓ ଏନ ଏ ସି ର ଅଧ୍ୟକ୍ଷ ଥିବା ମହେଶ୍ବର ବରାଡ କଂଗ୍ରେସ ଦଳରୁ ପ୍ରସନ୍ନ ବେହେରା, ଭାଗରଥୀ ସାମନ୍ତରାୟ, ତ୍ରିନାଥ ଠାକୁର, ଭଳି ଅନେକ ତୁଙ୍ଗ ନେତାଙ୍କ ଆନ୍ତରିକ ସହଯୋଗରେ ଜୁନାଗଡ ଆସନରେ ବିଜୟୀ ହୋଇଥିଲେ।

ସେହିପରି ୧୯୮୦ ରେ ଲୋକସଭା ସଭ୍ୟ ଭାବେ ରାସ ବିହାରୀ ବେହେରା ବିଜୟୀ ହୋଇ ପ୍ରତାପ କେଶରୀ ଦେଓ ଙ୍କୁ ପ୍ରଥମ କରି ନିର୍ବାଚନରେ ହରାଇଥିଲେ। ସେହିପରି ଜୁନାଗଡ ବିଧାନସଭା କ୍ଷେତ୍ରରେ ଶ୍ରୀ ବରାଡ ସେହି ସମର୍ଥକ ମାନଙ୍କ ସହାୟତାରେ ପୁନର୍ବାର ବିଜୟୀ ହୋଇଥିଲେ। କିନ୍ତୁ ୧୯୮୫ ରେ ପି କେ ଦେଓ ଙ୍କ ପୁତ୍ର ବିକ୍ରମ କେଶରୀ ଦେଓ ରାଜ ପରିବାରର ଆନୁଗତ୍ୟ ଥିବା ଏବଂ ସମର୍ଥକ ଥିବା ବୁଦ୍ଧିଜୀବୀ ସମ୍ପ୍ରଦାୟଙ୍କ ସହଯୋଗରେ ଜୁନାଗଡ ବିଧାନସଭା ଆସନକୁ ଦଖଲ କରିନେବାରେ ସଫଳ ହୋଇଥିଲେ।

ଗତ ୧୯୯୭ ରେ ଜୁନାଗଡ ବିଧାୟକ ଥିବା ବିକ୍ରମ କେଶରୀ ଦେଓ ନିଜ ପିତାଙ୍କ ପାରମ୍ପରିକ କଳାହାଣ୍ଡି ଲୋକସଭା ଆସନକୁ ପୁନର୍ବାର ଦଖଲ କରିବାରେ ସଫଳ ହେବା ପରେ ଜୁନାଗଡ ବିଧାନସଭା ଆସନ ଖାଲି ପଡିଥିବା ବେଳେ ତାଙ୍କର ଅନୁଗତ୍ୟ ସ୍ଵୀକାର କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ହିମାଂଶୁ ମେହେରଙ୍କୁ ବିକ୍ରମ କେଶରୀ ଦେଓ ବିଜେପି ରୁ ପ୍ରାର୍ଥୀ କରାଇଥିଲେ।

ରାଜ୍ୟରେ କଂଗ୍ରେସ ସରକାର ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ବହୁ ହେଭିୱେଟ ନେତାଙ୍କ ପ୍ରଚାର ସତ୍ବେ କେବଳ ଅଜୟ ପାଣିଗ୍ରାହୀଙ୍କ ଉପରେ କଂଗ୍ରେସିଆଙ୍କ ଆକ୍ରମଣ ହୋଇଥିବା କାରଣରୁ ଏବଂ ଶ୍ରୀ ଗୋପାଳ ଜୀ ଙ୍କ ଦୟାରେ କଂଗ୍ରେସ ଠାରୁ କମ ଭୋଟ ବ୍ୟବଧାନରେ ହେଉ ପଛକେ ହିମାଂଶୁ ମେହେର ବିଜୟୀ ହୋଇଥିଲେ ଏବଂ ଜୁନାଗଡ ରେ ବିଜେପି ଗଡ଼କୁ ସୁଦୃଢ କରି ପାରିଥିଲେ। ତା’ପରଠାରୁ ସେହି ମାନଙ୍କ ଗୋଟି ଚଳନାରେ ୨୦୦୦ ଓ ୨୦୦୪ ନିର୍ବାଚନରେ ମଧ୍ୟ ହିମାଂଶୁ ମେହେର ବିଜୟୀ ହୋଇଥିବା ବେଳେ ୨୦୦୯ ରେ ପୂର୍ବରୁ ସମର୍ଥନ ଦେଉଥିବା ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ନୀରବ ରହିବା ପରେ ଏବଂ କଂଗ୍ରସର ପୁରୁଖା ନେତାଙ୍କ ଗୋଟି ଚଳନାରେ ଗୋବର୍ଦ୍ଧନ ଦାଶ ବିଜୟୀ ହୋଇଥିଲେ। ଅବଶ୍ୟ ବିଜେପି ରୁ ହିମାଂଶୁ ମେହେର ତିନି ଥର ବିଜୟୀ ହେବା ପରେ ଓ ମନ୍ତ୍ରୀ ହେବା ପରେ ଟିକେ ଅହଂ ଭାବ ବୃଦ୍ଧି ପାଇଥିବା ଏବଂ କେବଳ ମେହେର ମାନଙ୍କୁ ହିଁ ସବୁଥିରେ ଗୁରୁତ୍ବ ଦେଉଥିବାରୁ ହିମାଂଶୁ ମେହେରଙ୍କୁ ହାରିବାକୁ ପଡିଲା ବୋଲି ସେତେବେଳେ ଚର୍ଚ୍ଚା ହେଉଥିଲା।

ଗତ ୨୦୧୪ ମସିହା ନିର୍ବାଚନରେ ବିଜେଡ଼ି ରୁ ଦିବ୍ୟଶଙ୍କର ମିଶ୍ରଙ୍କ ଗୋଟି ଚାଳନା, ଚାଣକ୍ୟ ନୀତିର ଅବଲମ୍ବନ ଏବଂ ମେହେର ବ୍ରଦର୍ଶ ଗୃପର ନୀରବ ସମର୍ଥନ ସର୍ବୋପରି ନବାଗତ ଅନିଲ ସିଂ ଙ୍କ ଦୁର୍ବଳତା ଯୋଗୁଁ ବିଜେଡ଼ିରୁ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ ଆସନ ଦଖଲ କରିବା ପରେ ୨୦୧୯ ରେ ସ୍ଥାନୀୟ ପ୍ରାର୍ଥିତ୍ଵ ଦାବି ସତ୍ବେ ପୁନଃ ବିଜେଡ଼ିରୁ ଦିବ୍ୟ ଶଙ୍କର ମିଶ୍ର ବିଜୟୀ ହୋଇଥିବା ବେଳେ ଦୁର୍ବଳ ନିର୍ବାଚନ ପରିଚାଳନା ଯୋଗୁଁ ବିଜେପି ପ୍ରାର୍ଥୀ ମନୋଜ ମେହେରଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡିଥିଲା।

ଏସବୁ ସତ୍ବେ କ୍ରମାଗତ ଭାବେ ଜୁନାଗଡ ନିର୍ବାଚନରେ ବିଜେପି ର ଭୋଟ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ପକ୍ଷରେ ଜୁନାଗଡରେ ବିଜେଡ଼ିର ମନମୁଖୀ କାରବାର, ଭୂମି, ଖଣି, ସଟ୍ଟା ମାଫିଆ ତଥା ଠିକା ମାଫିଆଙ୍କ ରାଜ ଚାଲିଥିବା ବେଳେ ସାଧାରଣ ଲୋକେ ହଇରାଣ ହରକତ ହେଉଥିବା ହେତୁ ଲୋକେ ବିଜେଡ଼ି ପ୍ରତି ମୂହ ମୋଦୀ ନେଉଥିବା ଦେଖାଯାଉଛି।

ଚଳିତ ୨୦୨୪ ନିର୍ବାଚନରେ ମୋଦି ଜୀ ଙ୍କ ସବ କା ସାଥ, ସବକା ବିଶ୍ବାସ, ସବକା ପ୍ରୟାସ, ସବକା ବିକାଶ ଶ୍ଳୋଗାନ ରେ ବିଜେପି ର ସ୍ଥିତି ଦ୍ରୁତ ଗତିରେ ବଢୁଥିବା ବେଳେ ସ୍ବତଃ ସରକାର ବଦଳାଇବା ପାଇଁ ଲୋକେ ଚିନ୍ତା କରୁଥିବା ବେଳେ ବିଜେପି ପକ୍ଷରୁ ସେଭଳି କିଛି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରଯାଇ ନ ଥିବା ଦେଖା ଯାଉଛି। ସଙ୍ଗଠନକୁ ସୁଦୃଢ କରିବା ପାଇଁ ଯଥେଷ୍ଟ ସମୟ ଦେବାକୁ ଦଳୀୟ ନେତୃତ୍ବ ବହୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ପକ୍ଷରୁ ପ୍ରତି ବୁଥ ସ୍ତରରେ ଗଠିତ କମିଟିକୁ ମଧ୍ୟ ଉତ୍ସାହିତ କିମ୍ବା ସୁଦୃଢ କରାଯାଇ ପାରି ନାହି, ଏପରିକି ସମସ୍ତ ଜନ ହିତକର କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କ ପାଖକୁ ସୂଚନା ପହଞ୍ଚାଇ ପାରୁନାହି, ଯାହା ଫଳରେ ସାଧାରଣ ଲୋକେ ସଠିକ ଭାବେ ଜାଣି ନ ଥିବାର ଦେଖା ଯାଉଛି।

ଅନ୍ୟପକ୍ଷରେ ଜୁନାଗଡ ସହରରେ ଏବଂ ଗ୍ରାମାଞ୍ଚଳରେ ଅନ୍ୟ ଦଳରୁ ଅନେକ ନେତା ଓ କର୍ମୀ ବିରାଟ ବିରାଟ ପଟୁଆରରେ ବିଜେପିରେ ସାମିଲ ହେଉଥିବା ଦେଖି ବିଜେପି ନେତୃତ୍ବ ଏକ ପ୍ରକାର ନିର୍ବାଚନ ଜିତି ଯାଉଥିବା ଭଳି ଅନୁମାନ କରୁଥିବା ଦେଖାଯାଉଛି। ଏପରିକି ରାବଣ କୁ ବଧ କରିବାକୁ ରାମ ମାନଙ୍କୁ ଏକଜୁଟ ହେବାକୁ ପଡୁଛି ବୋଲି ବିଜେପି ଶିବିର ରେ ଚର୍ଚ୍ଚା ହେଉଥିବା ବେଳେ ରାମାୟଣକୁ ଅପଭ୍ରଂଶ କରା ନ ଯାଉ କାରଣ ଦୁଷ୍ଟ ଶକ୍ତିର ବିନାଶ ପାଇଁ କେବଳ ବ୍ରହ୍ମ ଶକ୍ତିର ଆବଶ୍ୟକ ପଡିଥାଏ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି।

ଅବଶ୍ୟ ଓବିସି ଭୋଟ ଦ୍ବାରା ବିଜେପି ଜିତିଯିବାକୁ କଳନା କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ସେହି ଓବିସି ଭୋଟରୁ ସିଂହ ଭାଗ ନେଉଥିବା ଆକଳନ ହେଉଛି। ବିଗତ ନିର୍ବାଚନ ଗୁଡିକ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନର ଗଣିତ ସମ୍ପୂର୍ଣ୍ଣ ଅଲଗା ହେଉଥିବା ଦେଖାଯାଉଛି।

ସମଗ୍ର ଓବିସି ଭୋଟ କୁ ଦୁଇ ଭାଗ କଳେ ଯଦିଓ ଦଳିତ ଭୋଟ କଂଗ୍ରେସ ସପକ୍ଷରେ ଗଲେ କଂଗ୍ରେସ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ବିଜେଡ଼ିର ପାରମ୍ପରିକ ଭୋଟ ରୁ କିଛି ଏପଟ ସେପଟ ହେଲେ ମଧ୍ୟ ବିଜେଡ଼ି ର ଚାଣକ୍ୟ ଗୋଟି ଚାଳନା ପ୍ରକ୍ରିୟା ରେ ସଫଳ ହେଲେ ବିଜେଡି କୁ ମଧ୍ୟ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ।

ସେହିପରି କେବଳ ଓବିସି ଭୋଟ ଦ୍ବାରା ବିଜେପି ଜିତିଯିବାକୁ କଳନା କଲେ ହୁଏତ ଗଣିତ ବିଗିଡି ଯାଇ ପାରେ କିନ୍ତୁ ବିଜେପି ନେତୃତ୍ବ କୌଣସି ଚକ୍ର ବ୍ୟୁହ ରେ ନ ପଡି ବିଜେପିରେ ରାଷ୍ଟ୍ର ପ୍ରତି ସମର୍ପିତ ମନୋଭାବ ସହିତ ଥିବା ଚାଣକ୍ୟ ଗୋଷ୍ଠୀ କୁ ଏକ ଜୁଟ କରି ପାରିଲେ ଏବଂ ପରିଶ୍ରମ କରି ମୋଦିଜୀ ଙ୍କ ବାର୍ତ୍ତା ପହଞ୍ଚାଇବା ସଙ୍ଗେ ସଙ୍ଗେ ବିଜେଡ଼ିର ଅସଫଳତା ଓ ଦୁର୍ନୀତିକୁ ଲୋକଙ୍କ ପାଖରେ ଉପସ୍ଥାପନ କରିବା ସହିତ ସାମୁହିକ ଭାବେ ନିର୍ବାଚନକୁ ନିର୍ବାଚନ ଭାବେ ଲଢିଲେ ବିଜେପି କୁ ମଧ୍ୟ ଜିତିଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଆଗକୁ ସମୟ ହିଁ କହିବ ଜୁନାଗଡ ଆସନରେ କାହା ମୁଣ୍ଡରେ ଶିରପା!

BJD BJP Congress election 2024 junagarh Lok Sabha Election ଜୁନାଗଡ ବିଧାନସଭା ରାଜନୈତିକ ଚିତ୍ରପଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Latest News

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.