‘ଟିଏମସି କୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ’: କଂଗ୍ରେସ ନେତାଙ୍କ ଭିଡ଼ିଓକୁ ସେୟାର କଲା ବିଜେପି

Published: May 1, 2024, 6:10 pm IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ସମସ୍ତ ରାଜନୈତିକ ଦଳ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରାଜନୀତି ଗରମ ହୋଇଛି। ବର୍ତ୍ତମାନ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଅମିତ ମାଲଭିୟଙ୍କ ଭିଡିଓରେ ଜୟରାମ ରମେଶଙ୍କ ଉତ୍ତର:

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭିୟଙ୍କ ଦ୍ଵାରା ସେୟାର କରାଯାଇଥିବା ଭିଡିଓରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ (ଟିଏମସି) କୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ। ଏହି ଭିଡ଼ିଓ ଉପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ମୁଁ ଅଧୀରଙ୍କ ଏହି ଭିଡ଼ିଓ ଦେଖିନାହିଁ। ସେ ଏହା କେଉଁ ଉଦ୍ଧେଶ୍ୟରେ କହିଛନ୍ତି, ଏହା ଉପରେ ମୁଁ ଏବେ କିଛି କହିପାରିବି ନାହିଁ। କିନ୍ତୁ କଂଗ୍ରେସର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି ଯେ, ଦେଶରୁ ବିଜେପିକୁ ହଟାଇବା।”

ବିଜେପି ଆଇଟି ସେଲର ମୁଖ୍ୟ, X ରେ ଅଧୀର ରଂଜନ ଚୌଧୁରୀଙ୍କ ଏକ ୮ ସେକେଣ୍ଡର ଭିଡିଓ ସେୟାର କରିବାବେଳେ ଲେଖିଛନ୍ତି ଯେ, “ମମତା ବାନାର୍ଜୀଙ୍କ ଟିଏମସି ପଶ୍ଚିମବଙ୍ଗରେ ପରିସ୍ଥିତି କେତେ ଖରାପ ତାହା ଅଧୀର ରଂଜନ ଚୌଧୁରୀ ଜାଣିଛନ୍ତି। ସେ ନିଜ ଘର ପାଇଁ ଲଢୁଛନ୍ତି। ଗୃହ ରାଜ୍ୟ ପାଇଁ ଶୁଭେଚ୍ଛା।”

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ବିଜେପିର ୪୦୦ ପାର ଆହ୍ଵାନ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ତାଙ୍କ ହାତରେ ସମ୍ବିଧାନର ଏକ କପି ଧରି ରମେଶ ଦାବି କରିଛନ୍ତି ଯେ, ୧୯୫୦ ପରଠାରୁ ଏହା ପ୍ରଥମ ଘଟଣା ନୁହେଁ ଯେ, ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ତାଙ୍କ ଦଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଚିକିତ୍ସା ଏବଂ ଅସ୍ତ୍ରୋପଚାର ସହିତ ୨୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି।

Related posts