
ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିରେ ସମର୍ଥନ ନେଇ ଓଡ଼ିଶା ରାଜନୀତି ଏବେ ପୂରା ସରଗରମ। କଂଗ୍ରେସ ଉଭୟଙ୍କ ମିଲି ଭଗତ୍ କହିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ। ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ନେଇ ବରିଷ୍ଠ ରାଜନେତା ଦାମ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକ ନ ଚାହିଁଲେ ମଧ୍ୟ ଓଡ଼ିଶାରେ ଡବଲ୍ ଇଂଜିନ୍ ହୋଇଗଲା। ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଥିବାର କହିଛନ୍ତି ଦାମ। ଅଶ୍ବିନୀ ପାରିବାର ଲୋକ, ଦିଲ୍ଲୀରେ ତାଙ୍କର ଭଲ ଲବି ଥିବାବେଳେ ବିଜେଡ଼ି ସହ ଅଶ୍ବିନୀଙ୍କର ସମ୍ପର୍କ ମଧ୍ୟ ଖୁବ୍ ମଧୁର ବୋଲି କହିଛନ୍ତି ଦାମ। ତେବେ ନବୀନ ବାବୁ ଗଠନମୂଳକ ସହଯୋଗ ଘୋଷଣା କରି ସମଦ୍ବରତ୍ବ ଥିଓରୀକୁ ଭୁଲି ଏକାଠି ରହିବାର ଥିଓରୀକୁ ଆପଣାଇଛନ୍ତି ବୋଲି ଦାମ ପ୍ରକାଶ କରିଛନ୍ତି। ରାଜନୀତିରେ ଅମଲାତନ୍ତ୍ରକୁ ସଦାସର୍ବଦା ବିରୋଧ କରୁଥିବା ଦାମବାବୁ ଏବେ ମଧ୍ୟ ସମାନ କଥା କହିଛନ୍ତି। ରାଜନୀତିରେ ଅମଲାଙ୍କ ପ୍ରାଧାନ୍ୟ ବଢୁଛି ଓ ଲୋକ ପ୍ରତିନିଧିମାନେ ତାଙ୍କ ପାଖେ ନତମସ୍ତକ ହେଉଛନ୍ତି। ଏହା କେବଳ ଓଡ଼ିଶାରେ ନୁହେଁ, ବରଂ ସାରା ଭାରତବର୍ଷରେ ଘଟୁଛି। ଅମଲାକୈନ୍ଦ୍ରିକ ରାଜନୀତିରେ ମଧ୍ୟ କେନ୍ଦ୍ର ସରକାର ସାମିଲ୍ ରହିଛନ୍ତି। ଏବିଷୟରେ କିଛି କହି ଲାଭ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଦାମ।