Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚତୁର୍ଥଶ୍ରେଣୀ କର୍ମଚାରୀଙ୍କର ବିନା ଦରମାରେ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଓଷ୍ଟା
ଆଜିର ଖବର

ଚତୁର୍ଥଶ୍ରେଣୀ କର୍ମଚାରୀଙ୍କର ବିନା ଦରମାରେ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଓଷ୍ଟା

May 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟବିବେଚିତ ୧୯୪ ବର୍ଗର ଶିକ୍ଷୟିତ୍ରୀଙ୍କର ଅବସର ଗ୍ରହଣ ଏବଂ ଶିକ୍ଷାକର୍ମଚାରୀଙ୍କ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଦୁଃଖ ଓ କ୍ଷୋଭର ସହ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି। ଶିକ୍ଷକଟିଏ ସମାଜର ମେରୁଦଣ୍ଡ ସଦୃଶ। ତାଙ୍କର ନିରଳସ ସେବା ଓ ଉତ୍ତମ ମାର୍ଗଦର୍ଶନରେ ପିଲାଟିଏ ପ୍ରଥମେ ଜଣେ ଉତ୍ତମ ଛାତ୍ର ଓ ପରେ ଦାୟିତ୍ୱବାନ୍ ନାଗରିକଟିଏ ହୋଇଥାଏ। ମାତ୍ର ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ରାଜ୍ୟସରକାର ଯୋଗ୍ୟବିବେଚିତ ବର୍ଗକୁ ଅଣଦେଖା କରି ଅନୁଦାନ ପ୍ରଦାନରୁ ବଞ୍ଚିତ କରିବା ଫଳରେ ଏହି ବର୍ଗର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦୀର୍ଘଦିନ ପରେ ରିକ୍ତ ହସ୍ତରେ ଅବସର ଗ୍ରହଣ ଏବଂ ମୃତ୍ୟୁବରଣ କରୁଛନ୍ତି।

ସୂଚନାଥାଉକି, ମାଲକାନଗିରି ଜିଲ୍ଲା ଅଧିନସ୍ଥ ଦେବଧାରୁଆ ଉଚ୍ଚ ବିଦ୍ୟାଳୟ, ଚାଲାଣଗୁଡ଼ାର ହିନ୍ଦୀ ଶିକ୍ଷୟିତ୍ରୀ ଜୟନ୍ତୀ ସ୍ୱାଇଁ ୨୦୨୪ ଏପ୍ରିଲ୍ ମାସ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୫ ବର୍ଷ କାଳ ଜୀବନର ସମସ୍ତ ମୂଲ୍ୟବାନ ସମୟ ଶିକ୍ଷାଦାନ କରି ଶହ ଶହ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢ଼ିଥିବା ଶିକ୍ଷୟିତ୍ରୀ ଟଙ୍କାଟିଏ ସରକାରୀ ଅନୁଦାନ ନପାଇ ଅବସର ଗ୍ରହଣ କରିବା କଥା ରାଜ୍ୟର ଅଗଣିତ ଶିକ୍ଷକ, ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି।

ସେହିପରି ବାଲେଶ୍ୱର ଜିଲ୍ଲା ଅଧିନସ୍ଥ ପୂର୍ଣ୍ଣିମା ବାଳିକା ଉଚ୍ଚ ବିଦ୍ୟାଳୟ, କସାପାର ଚତୁର୍ଥଶ୍ରେଣୀ କର୍ମଚାରୀ ବିଷ୍ଣୁ ଚରଣ ରାଉତ ଦୀର୍ଘ ବର୍ଷଧରି ବିନା ଦରମାର କାର୍ଯ୍ୟକରି ଶେଷରେ ମୃତ୍ୟୁବରଣ କରିଛନ୍ତି। ଜୀବନର ସମସ୍ତ ମୂଲ୍ୟବାନ ସମୟ ଶିକ୍ଷାୟତନ ପାଇଁ ବିନିଯୋଗ କରି, ୨୫ ରୁ ୩୦ ବର୍ଷ କାଳ ବିନା ପାରିଶ୍ରମିକରେ କାର୍ଯ୍ୟକରି, ଶାରୀରିକ ଭାବରେ ଅସୁସ୍ଥ ହୋଇ ପାରିବାରିକ ଓ ମାନସିକ ଚାପରେ ମୃତ୍ୟୁବରଣ କରିଛନ୍ତି। ରାଜ୍ୟର ଏହି ବର୍ଗର ବିଦ୍ୟାଳୟଗୁଡ଼ିକ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏବେବି ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି। ୨୦୦୦ ମସିହା ପୂର୍ବରୁ ଖୋଲିଥିବା ପଞ୍ଚାୟତର ଦ୍ୱିତୀୟ ଓ ତୃତୀୟ ବିଦ୍ୟାଳୟଗୁଡ଼ିକ ୨୦୦୮ରେ ଅଷ୍ଟମ ରେକଗ୍‌ନିସନ(ସ୍ୱିକୃତି) ଓ ପଞ୍ଚାୟତର ପ୍ରଥମ ବିଦ୍ୟାଳୟଗୁଡ଼ିକ ୨୦୧୧ରେ ଅଷ୍ଟମ ସ୍ୱିକୃତୀ ପାଇ ୨୦୧୩ ମସିହା ସୁଦ୍ଧା ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମାତ୍ର ଏହି ବିଦ୍ୟାଳୟଗୁଡ଼ିକ ୨୦୧୩ ମସିହା ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିଲେ।

ଇତିମଧ୍ୟରେ ଦୀର୍ଘ ୧୧ ବର୍ଷ ବିତିଯାଇଛି ଓ ଏହି ବିଦ୍ୟାଳୟଗୁଡ଼ିକ ସରକାରଙ୍କର ସମସ୍ତ ନୀତି ନୀୟମ ପୂରଣ କରିଥିଲେ ସୁଦ୍ଧା ସେମାନଙ୍କୁ ଟଙ୍କାଟିଏ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ମାନସିକ ଚାପ ଓ ପାରିବାରିକ ଅଶାନ୍ତିରେ ଅର୍ଥାଭାବର ଅନାଟନରୁ ନିଜକୁ ବଞ୍ଚାଇବା ପାଇଁ ଜୀବନ ତମାମ୍ ସଂଗ୍ରାମ କରି ବିଦ୍ୟାଳୟରେ କାର୍ଯ୍ୟକରି ଶେଷରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଏକ ସମ୍ବେଦନଶୀଳ ଘଟଣା। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ତୁରନ୍ତ ଏହି ଯୋଗ୍ୟବିବେଚିତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରାନଗଲେ ଆଜିସୁଦ୍ଧା ଯେଉଁ ଶିକ୍ଷକମାନେ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି ବା ମୃତ୍ୟୁବରଣ କରିଛନ୍ତି, ଆଗାମୀ ଦିନରେ ଏହାର ପୁନରାବୃତ୍ତି ନଘଟୁ ବୋଲି ସଂଗଠନ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ଅଛି।

ଆଉ ଅଧିକ ବିଳମ୍ବ ନକରି ଖୁବ୍ ଶୀଘ୍ର ସଚୀବ ସ୍ତରୀୟ କମିଟି ବସାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ପ୍ରତ୍ୟାଶୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025

ନୀତିଶ ରେଡ୍ଡିଙ୍କ ସ୍ଥାନରେ କିଏ ଖେଳିବେ?: ଗୌତମ ଗମ୍ଭୀରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ

July 21, 2025
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.