Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚତୁର୍ଥଶ୍ରେଣୀ କର୍ମଚାରୀଙ୍କର ବିନା ଦରମାରେ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଓଷ୍ଟା
ଆଜିର ଖବର

ଚତୁର୍ଥଶ୍ରେଣୀ କର୍ମଚାରୀଙ୍କର ବିନା ଦରମାରେ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ: ଓଷ୍ଟା

May 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

ଭୁବନେଶ୍ୱର: ଜୀବନତମାମ୍ ବିନା ପାରିଶ୍ରମିକରେ ପିଲାମାନଙ୍କୁ ପାଠପଢ଼ାଇ କୌଣସି ସରକାରୀ ଅନୁଦାନ ପାଇନଥିବା ଯୋଗ୍ୟବିବେଚିତ ୧୯୪ ବର୍ଗର ଶିକ୍ଷୟିତ୍ରୀଙ୍କର ଅବସର ଗ୍ରହଣ ଏବଂ ଶିକ୍ଷାକର୍ମଚାରୀଙ୍କ ମୃତ୍ୟୁବରଣ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଦୁଃଖ ଓ କ୍ଷୋଭର ସହ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି। ଶିକ୍ଷକଟିଏ ସମାଜର ମେରୁଦଣ୍ଡ ସଦୃଶ। ତାଙ୍କର ନିରଳସ ସେବା ଓ ଉତ୍ତମ ମାର୍ଗଦର୍ଶନରେ ପିଲାଟିଏ ପ୍ରଥମେ ଜଣେ ଉତ୍ତମ ଛାତ୍ର ଓ ପରେ ଦାୟିତ୍ୱବାନ୍ ନାଗରିକଟିଏ ହୋଇଥାଏ। ମାତ୍ର ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ରାଜ୍ୟସରକାର ଯୋଗ୍ୟବିବେଚିତ ବର୍ଗକୁ ଅଣଦେଖା କରି ଅନୁଦାନ ପ୍ରଦାନରୁ ବଞ୍ଚିତ କରିବା ଫଳରେ ଏହି ବର୍ଗର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦୀର୍ଘଦିନ ପରେ ରିକ୍ତ ହସ୍ତରେ ଅବସର ଗ୍ରହଣ ଏବଂ ମୃତ୍ୟୁବରଣ କରୁଛନ୍ତି।

ସୂଚନାଥାଉକି, ମାଲକାନଗିରି ଜିଲ୍ଲା ଅଧିନସ୍ଥ ଦେବଧାରୁଆ ଉଚ୍ଚ ବିଦ୍ୟାଳୟ, ଚାଲାଣଗୁଡ଼ାର ହିନ୍ଦୀ ଶିକ୍ଷୟିତ୍ରୀ ଜୟନ୍ତୀ ସ୍ୱାଇଁ ୨୦୨୪ ଏପ୍ରିଲ୍ ମାସ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୫ ବର୍ଷ କାଳ ଜୀବନର ସମସ୍ତ ମୂଲ୍ୟବାନ ସମୟ ଶିକ୍ଷାଦାନ କରି ଶହ ଶହ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଗଢ଼ିଥିବା ଶିକ୍ଷୟିତ୍ରୀ ଟଙ୍କାଟିଏ ସରକାରୀ ଅନୁଦାନ ନପାଇ ଅବସର ଗ୍ରହଣ କରିବା କଥା ରାଜ୍ୟର ଅଗଣିତ ଶିକ୍ଷକ, ଶିକ୍ଷାକର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କୁ ବ୍ୟଥିତ କରିଛି।

ସେହିପରି ବାଲେଶ୍ୱର ଜିଲ୍ଲା ଅଧିନସ୍ଥ ପୂର୍ଣ୍ଣିମା ବାଳିକା ଉଚ୍ଚ ବିଦ୍ୟାଳୟ, କସାପାର ଚତୁର୍ଥଶ୍ରେଣୀ କର୍ମଚାରୀ ବିଷ୍ଣୁ ଚରଣ ରାଉତ ଦୀର୍ଘ ବର୍ଷଧରି ବିନା ଦରମାର କାର୍ଯ୍ୟକରି ଶେଷରେ ମୃତ୍ୟୁବରଣ କରିଛନ୍ତି। ଜୀବନର ସମସ୍ତ ମୂଲ୍ୟବାନ ସମୟ ଶିକ୍ଷାୟତନ ପାଇଁ ବିନିଯୋଗ କରି, ୨୫ ରୁ ୩୦ ବର୍ଷ କାଳ ବିନା ପାରିଶ୍ରମିକରେ କାର୍ଯ୍ୟକରି, ଶାରୀରିକ ଭାବରେ ଅସୁସ୍ଥ ହୋଇ ପାରିବାରିକ ଓ ମାନସିକ ଚାପରେ ମୃତ୍ୟୁବରଣ କରିଛନ୍ତି। ରାଜ୍ୟର ଏହି ବର୍ଗର ବିଦ୍ୟାଳୟଗୁଡ଼ିକ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏବେବି ଅନୁଦାନରୁ ବଞ୍ଚିତ ହୋଇ ରହିଛନ୍ତି। ୨୦୦୦ ମସିହା ପୂର୍ବରୁ ଖୋଲିଥିବା ପଞ୍ଚାୟତର ଦ୍ୱିତୀୟ ଓ ତୃତୀୟ ବିଦ୍ୟାଳୟଗୁଡ଼ିକ ୨୦୦୮ରେ ଅଷ୍ଟମ ରେକଗ୍‌ନିସନ(ସ୍ୱିକୃତି) ଓ ପଞ୍ଚାୟତର ପ୍ରଥମ ବିଦ୍ୟାଳୟଗୁଡ଼ିକ ୨୦୧୧ରେ ଅଷ୍ଟମ ସ୍ୱିକୃତୀ ପାଇ ୨୦୧୩ ମସିହା ସୁଦ୍ଧା ଅନୁଦାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ମାତ୍ର ଏହି ବିଦ୍ୟାଳୟଗୁଡ଼ିକ ୨୦୧୩ ମସିହା ଅନୁଦାନ ଆଇନ୍‌ରୁ ବଞ୍ଚିତ ହୋଇଥିଲେ।

ଇତିମଧ୍ୟରେ ଦୀର୍ଘ ୧୧ ବର୍ଷ ବିତିଯାଇଛି ଓ ଏହି ବିଦ୍ୟାଳୟଗୁଡ଼ିକ ସରକାରଙ୍କର ସମସ୍ତ ନୀତି ନୀୟମ ପୂରଣ କରିଥିଲେ ସୁଦ୍ଧା ସେମାନଙ୍କୁ ଟଙ୍କାଟିଏ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖଦାୟକ। ତେଣୁ ମାନସିକ ଚାପ ଓ ପାରିବାରିକ ଅଶାନ୍ତିରେ ଅର୍ଥାଭାବର ଅନାଟନରୁ ନିଜକୁ ବଞ୍ଚାଇବା ପାଇଁ ଜୀବନ ତମାମ୍ ସଂଗ୍ରାମ କରି ବିଦ୍ୟାଳୟରେ କାର୍ଯ୍ୟକରି ଶେଷରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଏକ ସମ୍ବେଦନଶୀଳ ଘଟଣା। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ତୁରନ୍ତ ଏହି ଯୋଗ୍ୟବିବେଚିତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରାନଗଲେ ଆଜିସୁଦ୍ଧା ଯେଉଁ ଶିକ୍ଷକମାନେ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି ବା ମୃତ୍ୟୁବରଣ କରିଛନ୍ତି, ଆଗାମୀ ଦିନରେ ଏହାର ପୁନରାବୃତ୍ତି ନଘଟୁ ବୋଲି ସଂଗଠନ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉ ଅଛି।

ଆଉ ଅଧିକ ବିଳମ୍ବ ନକରି ଖୁବ୍ ଶୀଘ୍ର ସଚୀବ ସ୍ତରୀୟ କମିଟି ବସାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ପ୍ରତ୍ୟାଶୀ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରିବାର ବ୍ୟବସ୍ଥା କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026
Latest News

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସମସ୍ତ ସଂସ୍କାରର ମୂଳରେ ନାଗରିକ କଲ୍ୟାଣ ରହିବା ଆବଶ୍ୟକ: ସଚିବମାନଙ୍କ ବୈଠକରେ ପ୍ରଧାନମନ୍ତ୍ରୀ

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.