Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ଯୋଡି ଏକ ନମ୍ବର ସ୍ଥାନ ସୁଦୃଢ କଲା ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ସର୍ବାଧିକ ନୂଆ ମୋବାଇଲ ଗ୍ରାହକ ଯୋଡି ଏକ ନମ୍ବର ସ୍ଥାନ ସୁଦୃଢ କଲା ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ

May 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜୟଯାତ୍ରା ଜାରି ରଖି ମାର୍ଚ୍ଚ ମାସରେ ରାଜ୍ୟରେ ସର୍ବାଧିକ ୧.୨୫ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚ ମାସରେ ଜିଓ ଓଡ଼ିଶାରେ ସର୍ବାଧିକ ୧୨୫୨୬୭ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡ଼ିଥିବା ବେଳେ ଏହାର ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲ୍‌‌‌ ଏହି ସମୟରେ ମାତ୍ର ୭୪୨୭୦ ମୋବାଇଲ ଉପଭୋକ୍ତା ଯୋଡ଼ିଛି। ଅନ୍ୟପକ୍ଷରେ, ଭୋଡାଫୋନ୍ ଆଇଡିଆ (ୱି) ଓ ବିଏସ୍‌‌‌ଏନ୍‌‌‌ଏଲ୍ ମାର୍ଚ୍ଚ ମାସରେ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଏହି ତଥ୍ୟରୁ ଜଣାପଡ଼ିଛି।

ଏଥିସହିତ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପାଖାପାଖି ୧.୫୨ କୋଟି ହୋଇଛି। ମାର୍ଚ୍ଚ ମାସରେ ଓଡ଼ିଶାରେ ଟେଲିକମ୍ ଗ୍ରାହକ ସଂଖ୍ୟାରେ ୧.୭୫ ଲକ୍ଷ ବୃଦ୍ଧି ଫଳରେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୩.୩୭ କୋଟିକୁ ବୃଦ୍ଧି ହୋଇଛି। ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ମାର୍ଚ୍ଚ ମାସରେ ସର୍ବାଧିକ ୨୧.୪୩ ଲକ୍ଷରୁ ଅଧିକ ଗ୍ରାହକ ଯୋଡ଼ିଛି। ଏଥିସହିତ ଦେଶରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୪୬.୯୭ କୋଟିକୁ ବୃଦ୍ଧି ପାଇଛି ଏବଂ କଂପାନି ଦେଶର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ଦୂରସଂଚାର କ୍ଷେତ୍ରରେ ୪୫% ରୁ ଅଧିକ ଉପଭୋକ୍ତା ବଜାର ଅଂଶ ଏବଂ ୫୨% ରୁ ଅଧିକ ରାଜସ୍ୱ ବଜାର ଅଂଶ ସହିତ ରାଜ୍ୟର ଏକ ନମ୍ବର ଏବଂ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ହୋଇରହିଛି। ସାରା ରାଜ୍ୟରେ ଏହାର ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ଉପସ୍ଥିତି, ଦୁର୍ଗମ ଅଂଚଳରେ ଦ୍ରୁତ ସେବା ସମ୍ପ୍ରସାରଣ ଏବଂ ମାତ୍ର ୯୯୯ ଟଙ୍କାରେ ଉପଲବ୍ଧ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ସୁଲଭ ଜିଓ ଭାରତ ୪ଜି ଫୋନ୍‌‌ର ବ୍ୟାପକ ଲୋକପ୍ରିୟତା ବଳରେ ରାଜ୍ୟରେ ଜିଓ ଉପଭୋକ୍ତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜିଓସିନେମା, ଜିଓଟିଭି, ଜିଓ ସାଭନ ଭଳି ପ୍ରିମିୟମ ଆପ୍ପ ଏବଂ ୟୁପିଆଇ ପେମେଂଟ ସୁବିଧା ଭଳି ଅନେକ ଆକର୍ଷଣୀୟ ଫିଚର ପାଇଁ ଜିଓ ଭାରତ ୪ଜି ଫୋନ୍‌‌ ରାଜ୍ୟର ଗ୍ରାମାଞ୍ଚଳ ଅଧିବାସୀ ତଥା ସୁଲଭ ମୂଲ୍ୟରେ ୪ଜି ଫୋନ ଅନ୍ୱେଷଣ କରୁଥିବା ଲୋକଙ୍କ ମଧ୍ୟରେ ବେଶ ଆଦୃତି ଲାଭ କରିଛି।

ଜିଓ ନିକଟରେ ଏହାର ଲୋକପ୍ରିୟ ଜିଓ ଏୟାରଫାଇବର ସେବାକୁ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକୁ ସମ୍ପ୍ରସାରିତ କରିଛି। ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା। ଜିଓ ଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି। ଜିଓ ଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ଡିଜିଟାଲ ଲାଇଫଲାଇନ ପାଲଟିବା ସହ ସର୍ବାଧିକ ପସନ୍ଦର ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇଛି।

jio
Share. Facebook Twitter LinkedIn Email WhatsApp Copy Link

Related Posts

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

September 9, 2025

ଭୁବନେଶ୍ୱରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

September 9, 2025
Latest News

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ

September 9, 2025

ଭୁବନେଶ୍ୱରରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.