
ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଜେପି ନଡ୍ଡା। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍ ନିକଟରେ ରହିଥିବା ଶହିଦ ପାର୍କ ନିକଟରେ ପୁଷ୍ପ ଅର୍ପଣ କରିଛନ୍ତି ବିଜେପିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ନଡ୍ଡା। ‘ଭାରତୀୟ ଜନସଂଘର ପ୍ରତିଷ୍ଠାତା, ପ୍ରଖ୍ୟାତ ଶିକ୍ଷାବିତ୍ ଏବଂ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାବରେ ଦେଶର ଏକତା ଏବଂ ସ୍ବତନ୍ତ୍ରତାରେ ଅବଦାନ ରଖିଥିବା ଜନନାୟକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ହନ୍ଦିରେ ଟ୍ବିଟ୍ କରିଥିଲେ ନଡ୍ଡା।