Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଜେ ପି ନଡ୍ଡା, ଜାଣନ୍ତୁ କେଉଁଠି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା। ଆଜି ସେ ଅପରାହ୍ନ ୪ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ସିଧା ଗସ୍ତ କରି ବରଗଡ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଆଜି ସେ ବୁର୍ଲାସ୍ଥିତ ଏମସିଏଲ ଗେଷ୍ଟହାଉସଠାରେ ରାତ୍ରିଯାପନ କରିବେ।

୨୩ ତାରିଖ ଦିନ ଶ୍ରୀ ନଡ୍ଡା ବୁର୍ଲାରୁ ବାହାରି ସିଧା ଭବାନୀପାଟଣାଠାରେ ପହଂଚି ସେଠାରେ ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ। ଏହା ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ।

ଏହା ପରେ ସେ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଅପରାହ୍ନରେ ଶ୍ରୀ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପୁଣିଥରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଆସନ୍ତା 28 ତାରିଖରେ ପହଁଚିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି। ତେବେ ତାଙ୍କର ଗସ୍ତ ସୂଚୀ ସଂପର୍କରେ ବିସ୍ତୁତ ତଥ୍ୟ ପ୍ରଦାନ କରାଯାଇ ନାହିଁ। ହେଲେ ସେ 28ରେ ଭୁବନେଶ୍ବର ଆସିବେ।

ଆସନ୍ତା 26 ତାରିଖରେ ବିଜେଡି ପୁରୀରେ ବିଶାଳ ସମାବେଶ କରୁଛି। ସେହିଦିନ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିବ। ତାହାକୁ କାଉଣ୍ଟର କରିବା ପାଇଁ ବିଜେପି ଏହି ରଣନୀତି ଆପଣେଇଛି ବୋଲି କୁହାଯାଉଛି। ତେବେ ନଡ୍ଡାଙ୍କ ଆଗମନ ନେଇ ବିଜେପି ବେଶ ଉତ୍ସାହିତ ହୋଇପଡିଛି।

Categories
ଆଜିର ଖବର ଜାତୀୟ ଖବର

ମନୋଜ ତିଓ୍ବାରୀଙ୍କ ସ୍ଥାନରେ ଦିଲ୍ଲୀ ବିଜେପିର ଦାୟିତ୍ବ ଗ୍ରହଣ କଲେ ଆଦେଶ ଗୁପ୍ତା

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ତାଙ୍କ ପଦବୀରୁ ହଟାଯାଇଛି । ଏହା ସହିତ ନୂତନ ମୁଖ୍ୟ ଭାବରେ ଦିଲ୍ଲୀ ନଗରପାଳିକାର ପୂର୍ବତନ ମେୟର ଆଦେଶ ଗୁପ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ତିଓ୍ବାରୀଙ୍କୁ ହଟାଯାଇଥିବା ବେଳେ ଏଥିରେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସୌରୀଙ୍କମ ଦସ୍ତଖତ ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ହରିୟାଣାର ସୋନୀପତରେ କ୍ରିକେଟ ଖେଳିବାକୁ ନେଇ ବିବାଦ ଘେରକୁ ଆସିଥିଲେ ତିଓ୍ବାରୀ । ଦେଶର ପ୍ରବାସୀ ଶ୍ରମିକ ମାନେ ଦୁଃସ୍ଥିତି ମଧ୍ୟରେ ରହିଥିବା ବେଳେ ତିଓ୍ବାରୀଙ୍କ ଏପରି କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା । ଏହି ଘଟଣାକୁ ନେଇ ତିଓ୍ବାରୀଙ୍କୁ ପଦରୁ ହଟାଯାଇଥିବା ଆଲୋଚନା କରାଯାଉଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ସଙ୍କଟର ରାଜନୀତିକରଣ କରୁଛି କଂଗ୍ରେସ: ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକୁ ସମାଲୋଚନା କରିଛନ୍ତି। କଂଗ୍ରେସ କରୋନା ସଙ୍କଟର ରାଜନୀତିକରଣ କରୁଛି ବୋଲି ନଡ୍ଡା ବୟାନ ଦେଇଛନ୍ତି। ଦେଶ ଏପରି ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଥିବା ବେଳେ କଂଗ୍ରେସ ସମ୍ବେଦନ ହୀନ ରାଜନୀତି କରୁଛି ବୋଲି ନଡ୍ଡା ଅଭିଯୋଗ କରିଛନ୍ତି। ବିଜେପିର ସମସ୍ତ କର୍ମୀ ସେବାରେ ନିୟୋଜିତ ହୋଇଥିବା ବେଳେ କଂଗ୍ରେସ କେବଳ ଅଭିଯୋଗର ରାଜନୀତି କରୁଛି ବୋଲି ଶନିବାର ଦିନ ମତ ଦେଇଛନ୍ତି ନଡ୍ଡା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ବିଜେପି ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରୁଛି ବୋଲି ନଡ୍ଡା ମତ ଦେଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୁସଲମାନଙ୍କଠାରୁ ପରିବା ନ କିଣିବା ପ୍ରସଙ୍ଗରେ ବିଜେପି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଉତ୍ତରପ୍ରଦେଶ : ବିବାଦୀୟ ବୟାନ ଦେଇଥିବା ବିଜେପି ବିଧାୟକ ସୁରେଶ ତିଓ୍ବାରୀଙ୍କୁ ନେଇ ଦଳ ନେତୃତ୍ବ ଏବେ କଡା କାର୍ଯ୍ୟାନୁଷ୍ଠାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତିଓ୍ବାରୀଙ୍କ ଏପରି ବୟାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍‌ କରିଥିବାରୁ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ । କରୋନା ସଂକ୍ରମଣକୁ ଧାର୍ମିକ ରଙ୍ଗ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ନଡ୍ଡା ।

ପୂର୍ବରୁ ୟୁପି ବିଜେପି ପ୍ରଦେଶର ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ମଧ୍ୟ ତିଓ୍ବାରୀଙ୍କ ଏହି ବୟାନ ପାଇଁ ତାଙ୍କୁ କାରଣ ନୋଟିସ୍‌ ଜାରି କରିଥିଲେ । ଏହି ନୋଟିସ୍‌ରେ କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି ଆଚରଣ ବିରୋଧରେ ଆପଣଙ୍କ ଦ୍ବାରା ସାର୍ବଜନିକ ରୂପରେ ବକ୍ତବ୍ୟ ଦେଇଥିବାର ଅଭିଯୋଗ ପ୍ରାପ୍ତ ହୋଇଛି । ଯାହାକୁ ଦଳକୁ ଗମ୍ଭୀରତା ସହ ନେଇଛି। ଏହା ସହିତ ତିଓ୍ବାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ,  ଦେବରିଆ ଜିଲ୍ଲା ବରହଜ ଆସନର ବିଜେପି ବିଧାୟକ ସୁରେଶ ତିଓ୍ବାରୀ ମୁସଲମାନଙ୍କଠାରୁ ପରିବା କିଣନାହିଁ ବୋଲି ବୟାନ ଦେଇଥିଲେ, ଯାହା ଭାଇରାଲ୍‌ ହୋଇଥିଲା । ଏହି ଭାଇରାଲ୍‌ ଭିଡିଓରେ ତିଓ୍ବାରୀ କହିଥିଲେ ଯେ, ‘’ଗୋଟେ କଥାରେ ଧ୍ୟାନ ରଖନ୍ତୁ, ମୁଁ ଓପନ୍‌ଲି କହୁଛି ଯେ, କୌଣସି ମିଆଁ (ମୁସଲମାନ)ଙ୍କ ହାତରୁ ପରିବା ନେବେ ନାହିଁ’ ।

ତେବେ ତିଓ୍ବାରୀ ଏହା ସମ୍ବନ୍ଧରେ କହିଛନ୍ତି ଯେ, ସେ ସେଠାରେ ମାସ୍କ ଓ ସାନିଟାଇଜର୍‌ ବିତରଣ କରୁଥିଲେ । ଏହି ସମୟରେ 17ରୁ 18ଜଣ ଆସି ତବଲିଗି ଜମାତର ଆସିଥିବା କିଛି ଲୋକ କରୋନା ଭାଇରସ୍‌ ବଢାଇବା ପାଇଁ ପରିବା ଉପରେ ଛେପ ପକାଉଥିବାର ଅଭିଯୋଗ କରିଥିଲେ । ଏଥିପାଇଁ ସେ ତାଙ୍କ (ମୁସଲମାନ ପରିବା ବିକ୍ରେତା)ସହ ଲଢାଇ ତଥା ଆଇନକୁ ହାତକୁ ନ ନ ନେବା ପାଇଁ ସେମାନଙ୍କଠାରୁ ପରିବା ନ କିଣିବା ପାଇଁ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ କେୟାର ଫଣ୍ଡକୁ ଏକ ମାସର ଦରମା ପ୍ରଦାନ କରିବେ ସମସ୍ତ ବିଜେପି ବିଧାୟକ ଓ ସାଂସଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯିବା ପରେ ସହାୟତାର ସୁଆ ଛୁଟିଛି । ବଲିଉଡ୍‌ କଳାକାର ଅକ୍ଷୟ କୁମାର 25 କୋଟିର ସହାୟତା ପ୍ରଦାନ କରିଥିବା ବେଳେ ସମସ୍ତ ବିଜେପି ବିଧାୟକ ଓ ସାଂସଦ ଏକ ମାସର ଦରମା ପ୍ରଦାନ କରିବାକୁ ଯାଉଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ସାଂସଦ ନିଜର ସଂସଦୀୟ ପାଣ୍ଠିରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନଡ୍ଡା କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିନ୍ଧିଆଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟଙ୍କୁ ଭେଟିଲେ 22 ବିଦ୍ରୋହୀ ବିଧାୟକ

ଭୋପାଳ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗଦାନ କରିଛନ୍ତି । ବିଜେପି ଅଧ୍ୟକ୍ଷ ନଡ୍ଡା ବିଜେପି ମୁଖ୍ୟାଳୟରେ ଫୁଲତୋଡା ଦେଇ ସିନ୍ଧିଆଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜେପି ନଡ୍ଡାଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନୀଲ ଜୈନ, ବିନୟ ସହସ୍ରବୁଦ୍ଧେ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର

ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ନଡ୍ଡାଙ୍କ ରୁଦ୍ଧଦ୍ବାର ବୈଠକ

ନୂଆଦିଲ୍ଲୀ, 26/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠତି ହୋଇଯାଇଛି । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପିର ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ମୁଖ୍‌ତାର ଆବ୍ବାସ୍‌ ନକ୍‌ଭୀ, କିରେଣ ରିଜ୍‌ଜୁ, ଅର୍ଜୁନ ରାମ ମେଘଓ୍ବାଲ, ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବାତ ଉପସ୍ଥିତ ଥିଲେ । ସାଂସଦ ମାନଙ୍କ ମଧ୍ୟରେ ଲଦାଖ ସାଂସଦ ଜାମ୍ୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ରାଜୀବ ଚନ୍ଦ୍ରଶେଖର ଏବଂ ଜିବିଏଲ୍‌ ନରସିଂହ ରାଓ ଉପସ୍ଥିତ ଥିଲେ । ଗୁରୁବାର ଅନୁ୍ଷ୍ଠିତ ଏହି ରୁଦ୍ଧଦ୍ବାର ବୈଠକରେ ସିଏଏକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଆଲୋଚନା ହୋଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ଜେପି ନଡ୍ଡା

ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଜେପି ନଡ୍ଡା। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ ନିକଟରେ ରହିଥିବା ଶହିଦ ପାର୍କ ନିକଟରେ ପୁଷ୍ପ ଅର୍ପଣ କରିଛନ୍ତି ବିଜେପିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ନଡ୍ଡା। ‘ଭାରତୀୟ ଜନସଂଘର ପ୍ରତିଷ୍ଠାତା, ପ୍ରଖ୍ୟାତ ଶିକ୍ଷାବିତ୍‌ ଏବଂ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାବରେ ଦେଶର ଏକତା ଏବଂ ସ୍ବତନ୍ତ୍ରତାରେ ଅବଦାନ ରଖିଥିବା ଜନନାୟକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ହନ୍ଦିରେ ଟ୍ବିଟ୍‌ କରିଥିଲେ ନଡ୍ଡା।