Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ
ଆଜିର ଖବର

ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ

May 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ (କନ୍ଦର୍ପ ବେହେରା): ଓଡ଼ିଶା ସରକାର ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ବୋଲି ମିଛ ଡିଣ୍ଡିମ ପିଟୁଛନ୍ତି। ଶିକ୍ଷାର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଥିବା ବେଳେ ଓଡ଼ିଶାର ଅନେକ ସରକାରୀ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନ ଦେଇ କେବଳ ଏଣେତେଣେ ଯୁକ୍ତି ବାଢୁଛନ୍ତି ବୋଲି ରବିବାର ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ସହ ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚଳିତ ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ଧନ ଜୀବନ ସୁରକ୍ଷା ଓ ବଞ୍ଚିତ ବର୍ଗକୁ ସମ୍ମାନ ମିଳିବା ବିଜେପିର ପ୍ରମୁଖ ପ୍ରସଙ୍ଗ ହୋଇଛି। ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ଏହା ପରେ ମଧ୍ୟ ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ଅନେକ ବିଦ୍ୟାଳୟରେ ବିଜୁଳି, ଇଣ୍ଟରନେଟ୍, ଖେଳପଡ଼ିଆ ଓ ଶୌଚାଳୟର ସୁବିଧା ନାହିଁ। ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ। କିନ୍ତୁ ଏ ସମସ୍ୟା ଉପରେ ପ୍ରଶ୍ନ କଲେ ସ୍ଥାନୀୟ ସରକାର ମୂଳ ପ୍ରଶ୍ନରୁ ବିଚ୍ୟୁତ ରହୁଛନ୍ତି।

ଏବେ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ବଢୁଛି। ରାଜ୍ୟରେ ପରିବର୍ତ୍ତନର ଲହର ଦେଖାଦେଇଛି। ୨୪ ବର୍ଷ ସରକାରର ଅପାରଗତା ଓ ଦୁର୍ନୀତି କରୁଥିବା ଲୋକ ମାନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଲୋକମାନେ ମନ ବନାଇ ସାରିଛନ୍ତି। ଓଡ଼ିଶାରେ ବିକଳ୍ପ ଭାବେ ବିଜେପି ଓଡ଼ିଶାର ସେବା କରିବାର ସୁଯୋଗ ପାଇବ। ବିଜେପିର ମୁଖ୍ୟମନ୍ତ୍ରୀ ଯିଏ ହେବ ତାହାକୁ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରେଢାଖୋଲ ସମେତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ। ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ଓ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ଏକ ନମ୍ବର କରିବା ସହ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ପଦ୍ମଫୁଲରେ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ନାଗରିକଙ୍କୁ ନିବେଦନ କରିଛନ୍ତି।

ଏହାପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ ସମ୍ବଲପୁର’ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସେ କହିଥିଲେ ବିଶ୍ୱମ୍ଭର ବହିଦାରଙ୍କ ଭଳି ସମ୍ବଲପୁରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସ୍ଥାନୀୟ ନାଗରିକ ବିଶେଷତଃ ଯୁବବର୍ଗଙ୍କ ନିଃସ୍ୱାର୍ଥପର ଯୋଗଦାନ ପ୍ରଶଂସନୀୟ। ମାନବ ସମାଜରେ ସ୍ୱାଭିମାନ ସହ ସେବା ମନୋଭାବ ତିଆରି କରିବାରେ ଆପଣଙ୍କ ସଂଗଠନ ପ୍ରେରଣାର ସ୍ରୋତ ହେଉ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ଲୋକସଭା ପ୍ରଭାରୀ ମୁକ୍ତା ସାହୁ, ବିଧାନସଭା ପ୍ରଭାରୀ ଅର୍ଜୁନ ପଟ୍ଟନାୟକ, ଏନ‌ଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷା ଅନୁସାୟା ପ୍ରଧାନ, ପୂର୍ବତନ ଏନ‌ଏସି ଅଧ୍ୟକ୍ଷ ସୁଷମା ମୁଣ୍ଡା, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ସସ୍ମିତା ଦେହୁରୀ, ସମିତି ସଭ୍ୟ ଜୟନ୍ତ ପ୍ରଧାନ, ରେଢ଼ାଖୋଲ ଏନ‌ଏସି କାଉନସିଲର କଳ୍ପନା ନାଏକ, ରଶ୍ମୀ ରଞ୍ଜନ ଭଞ୍ଜ, ରଞ୍ଜନ ସାହୁ, ରାମଚନ୍ଦ୍ର ସାହୁ , କୁମୁଦ ନାଗ ,ଏନ‌ଏସି ମଣ୍ଡଳ ସଭାପତି ରାମାନୁଜ ମହାପାତ୍ର, ଭୀମଭୋଇ ମଣ୍ଡଳ ସଭାପତି ସରୋଜ ପ୍ରଧାନ, କିସିଣ୍ଡା ମଣ୍ଡଳ ସଭାପତି ବିଦେଶୀ ରାଉଳ , ନାକଟିଦେଉଳ ମଣ୍ଡଳ ସଭାପତି ପ୍ରମୋଦ ସାହୁ, ଚାରମାଳ ମଣ୍ଡଳ ସଭାପତି ଟୁନା ବାଘ , ହୁମା ମଣ୍ଡଳ ସଭାପତି ଦୁଷ୍ମନ୍ତ ବିଶ୍ବାଳ, ଜୁଜୁମୁରା ମଣ୍ଡଳ ସଭାପତି ଓମ ପ୍ରକାଶ ବିଶ୍ବାଳ ପଡିଆବାହାଲ ସଭାପତି ବିନୋଦ ମେହେର।

ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ଵିନୀ ମାଝି, ନଗର ଯୁବମୋର୍ଚ୍ଚା ସଭାପତି ଅମର ସିଂ, ଉପସଭାପତି ସୁର୍ଯ୍ୟ ପ୍ରକାଶ ମହାପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

BJP Ads
ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025

୩୫ ତମ ଦିନରେ ପହଞ୍ଚିଲା ଆମେରିକା ବନ୍ଦ: ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ଗତିରୋଧ ଜାରି

November 4, 2025

ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

November 4, 2025
BJP Ads
Latest News

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025

୩୫ ତମ ଦିନରେ ପହଞ୍ଚିଲା ଆମେରିକା ବନ୍ଦ: ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ଗତିରୋଧ ଜାରି

November 4, 2025

ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

November 4, 2025

୨୦୨୮ ସୁଦ୍ଧା ପ୍ରାୟ ୨୧୬ ଗିଗାୱାଟ୍ ପହଞ୍ଚିବ ଭାରତର ସୌରଶକ୍ତି କ୍ଷମତା

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.