Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲରାପତ୍ରିଆ ବାଘର ମୃତଦେହ ଉଦ୍ଧାର ଘଟଣା: ଜଣେ ଶିକାରୀ ଗିରଫ
ଆଜିର ଖବର

କଲରାପତ୍ରିଆ ବାଘର ମୃତଦେହ ଉଦ୍ଧାର ଘଟଣା: ଜଣେ ଶିକାରୀ ଗିରଫ

May 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସରଂକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ନିକଟ ଭୀମମଣ୍ଡଳୀ ରାସ୍ତାରୁ ଦୁଇଦିନ ତଳେ କଲରା ପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଥିଲା। ଏଥିରେ ସମ୍ପୃକ୍ତି ଥିବା ସନ୍ଦେହରେ ବନ ବିଭାଗ ପେଣ୍ଠବାହାଳ ଗ୍ରାମର ଜୈନିକ ବ୍ୟକ୍ତିକୁ ଅଟକ ରଖିଥିଲା।

ନାକଟିଦେଉଳ ରେଞ୍ଜ ଅଫିସରେ ରେଢ଼ାଖୋଲ ଡ଼ିଏଫ ଅରବିନ୍ଦ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କଲରା ପତରିଆ ବାଘକୁ ବନ୍ଧୁକ ରେ ମାରିଥିବା ବ୍ୟକ୍ତିସମ୍ପର୍କ ରେ ସୂଚନା ଦେଇଥିଲେ ଏବଂ ଆଜି ସମ୍ପୃକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରା ଯିବ ବୋଲି ପ୍ରକାଶ କରିଥିଲେ। ଗିରଫ ବ୍ୟକ୍ତି ଠାରୁ ଏକ ଦେଶୀ ବନ୍ଧୁକ, ଏକ ବ୍ୟାଗ, ତିନୋଟି ଗୁଳି ଜବତ କରିଥିବା ଡ଼ିଏଫଓ ସୂଚନା ଦେଇଛନ୍ତି।

ସୁଚନା ଥାଉକି, ଗତ ୬ ତାରିଖ ଦିନ ପ୍ରାୟ ଅପରାହ୍ନ ଦୁଇଟା ବେଳେ ବନ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଭୀମ ମଣ୍ଡଳୀ ରାସ୍ତାରେ ଏକ କଲରାପତ୍ରିଆ ବାଘ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସି ସି ଏଫ, ରେଢ଼ାଖୋଲ ଡି ଏଫ ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ କୁମାର ବେହେରା ଏବଂ ଭୁବନେଶ୍ୱର ମେଡିକାଲ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରି ଜଙ୍ଗଲରେ ପୋଡିଦେଇଥିଲେ।

ତେବେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ପେଣ୍ଠବାହାଲ ଗ୍ରାମରୁ ଜଣେ ବ୍ୟକ୍ତିକୁ ଅଟକ ରଖିଥିଲେ। ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ତଦନ୍ତ ଚାଲିଥିବା ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।  ଦିନକୁ ଦିନ ନାକଟିଦେଉଳ ଅଂଚଳ ରେ ବାଣୁଆ ମାନେ ଅନାୟାସରେ ଶିକାର କରୁଥିବା ବେଳେ ବନବିଭାଗ ସେମାନଙ୍କୁ ଧରିବାରେ ମୁଣ୍ଡବ୍ୟଥାର କାରଣ ହେଉଛି।

ରେଢାଖୋଲ ବନଖଣ୍ଡ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.