Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଘାଳୟରେ ଭାରତ-ଫ୍ରାନ୍ସ ମିଳିତ ସାମରିକ ଅଭ୍ୟାସ ‘ଶକ୍ତି’ ଆରମ୍ଭ
ଆଜିର ଖବର

ମେଘାଳୟରେ ଭାରତ-ଫ୍ରାନ୍ସ ମିଳିତ ସାମରିକ ଅଭ୍ୟାସ ‘ଶକ୍ତି’ ଆରମ୍ଭ

May 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ – ଫ୍ରାନ୍ସର ମିଳିତ ସାମରିକ ଅଭ୍ୟାସର ୭ମ ସଂସ୍କରଣ ‘ଶକ୍ତି’ ଆଜି ମେଘାଳୟର ଉମରୋଇଠାରେ ଏକ ସମ୍ପୂର୍ଣ୍ଣ ବିକଶିତ ତଥା ଆଧୁନିକ ବିଦେଶୀ ତାଲିମ ନୋଡ୍୍ରେ ଆରମ୍ଭ ହୋଇଛି। ଏହି ସାମରିକ ଅଭ୍ୟାସ ୨୦୨୪ ମେ ୧୩ରୁ ୨୬ ତାରିଖ ପର୍ଯ୍ୟନ୍ତ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଏହି ମିଳିତ ଅଭ୍ୟାସର ଉଦ୍ଘାଟନୀ ସମାରୋହରେ ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଏଚ୍. ଇ. ଥେରୀ ମାଥୁ୍ୟ ଏବଂ ଜେନେରାଲ୍ ଅଫିସର୍ କମାଣ୍ଡିଂ ୫୧ ସବ୍ ଏରିଆର ମେଜର୍ ଜେନେରାଲ୍ ପ୍ରସନ୍ନ ସୁଧାକର ଜୋଶୀ ଉପସ୍ଥିତ ଥିଲେ।

ସାମରିକ ଅଭ୍ୟାସ ‘ଶକ୍ତି’ ହେଉଛି ଭାରତ ଏବଂ ଫ୍ରାନ୍ସରେ ବିକଳ୍ପଭାବେ କରାଯାଉଥିବା ଏକ ଦ୍ବିବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହାର ଶେଷ ସଂସ୍କରଣ ୨୦୨୧ ନଭେମ୍ବର ମାସରେ ଫ୍ରାନ୍ସରେ ହୋଇଥିଲା।

୯୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଭାରତୀୟ କଣ୍ଟିଜେଣ୍ଟ୍ ମୁଖ୍ୟତଃ ରାଜପୁତ୍ ରେଜିମେଣ୍ଟ୍୍ର ଏକ ବାଟାଲିଅନ୍ ସମେତ ଅନ୍ୟ କେତେକ ଅସ୍ତ୍ରଶସ୍ତ୍ର ଓ ସେବା ଅଧିକାରୀ ଭାରତର ପ୍ରତିନିଧିତ୍ବ କରୁଛନ୍ତି। ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ପର୍ଯ୍ୟବେକ୍ଷକମାନେ ମଧ୍ଯ ଏହି ଅଭ୍ୟାସରେ ଭାଗ ନେବେ। ସେହିପରି ୯୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଫ୍ରାନ୍ସ କଣ୍ଟିଜେଣ୍ଟ୍ର ପ୍ରତିନିଧିତ୍ବ ୧୩ତମ ଫରେନ୍ ଲିଜିଅନ୍ ହାଫ୍-ବ୍ରିଜ୍ (୧୩ତମ ଡିବିଏଲ୍ଇ)ର ଅଧିକାରୀମାନେ କରିବେ।

ମିଳିତ ଜାତିସଂଘ ଜନାଦେଶର ଷଷ୍ଠ ସଂସ୍କରଣ ଅଧିନରେ ଉପ ପାରµରିକ ଆଧାରରେ ମଲ୍ଟି-ଡୋମେନ୍ ଅପରେସନ୍ ପାଇଁ ଉଭୟ ପକ୍ଷର ମିଳିତ ସାମରିକ କ୍ଷମତା ବୃଦ୍ଧି କରିବା ହେଉଛି ଏହି ସାମରିକ ଅଭ୍ୟାସ ‘ଶକ୍ତି’ର ଉଦ୍ଧେଶ୍ୟ। ଏହି ମିଳିତ ଅଭ୍ୟାସରେ ଅଦ୍ର୍ଧ-ସହରାଞ୍ଚଳ ଏବଂ ପାହାଡିଆ ଅଞ୍ଚଳରେ ଅପରେସନ୍କୁ ଗୁରୁତ୍ବ ଦିଆଯିବ। ମିଳିତ ତାଲିମରୁ ହାସଲ ହେବାକୁ ଥିବା ଲକ୍ଷ୍ୟଗୁଡିକ ମଧ୍ଯରେ ଉଚ୍ଚ ଶାରିରୀକ ସୁସ୍ଥତା, ଉଚ୍ଚ କୌଶଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଅଭ୍ୟାସ ଓ ରିଫାଇନିଂ ଡ୍ରିଲ ଏବଂ ଉଚ୍ଚ ମାନର ଅଭ୍ୟାସ ଇତ୍ୟାଦି ରହିଛି।

ଅଭ୍ୟାସ ସମୟରେ କରାଯିବାକୁ ଥିବା କୌଶଳିକ ଡ୍ରିଲ୍୍ରେ ଏକ ନିଦ୍ର୍ଧିଷ୍ଟ ଅଞ୍ଚଳ ଦଖଲ କରିଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ମିଳିତ କମାଣ୍ଡ ପୋଷ୍ଟ୍ ପ୍ରତିଷ୍ଠା, ଏକ ଗୁଇନ୍ଦା ଓ ତଦାରଖ କେନ୍ଦ୍ର, ଏକ ହେଲିପ୍ୟାଡ୍/ଲ୍ୟାଣ୍ଡିଂ ଅଞ୍ଚଳର ସୁରକ୍ଷା କରିବା, ଛୋଟ ଛୋଟ ଦଳ ପରିଚାଳନା, ସ୍ବତନ୍ତ୍ର ହେଲିବର୍ଣ୍ଣ ଅପରେସନ୍, ଘେରାଉ ଓ ତଲାସି ଅପରେସନ୍ ସମେତ ଡ୍ରୋନ୍ ତଥା କାଉଣ୍ଟର ଡ୍ରୋନ୍ ବ୍ୟବସ୍ଥା ସାମିଲ୍ ଅଛି।

ଏହି ଅଭ୍ୟାସ ‘ଶକ୍ତି’ ଉଭୟ ପକ୍ଷକୁ ଉଚ୍ଚ ମାନର ରଣନୀତି, କୌଶଳ ଏବଂ ମିଳିତ ଅପରେସନ୍ କରିବା ପାଇଁ ସର୍ବୋତ୍ତମ ପ୍ରଣାଳୀ ଆଦାନପ୍ରଦାନ କରିବାରେ ସକ୍ଷମ କରିବ। ମିଳିତ ଅଭ୍ୟାସ ଦୁଇ ଦେଶର ସଶସ୍ତ୍ର ବାହିନୀର ଅଧିକାରୀଙ୍କ ମଧ୍ଯରେ ଆନ୍ତଃ-କାର୍ଯ୍ୟ କ୍ଷମତା, ସୌହାଦ୍ର୍ଧ୍ୟ ଏବଂ ସୌଜନ୍ୟତା ବିକାଶକୁ ତ୍ବରାନ୍ବିତ କରିବ। ଏହା ମଧ୍ଯ ପ୍ରତିରକ୍ଷା ସହେଯାଗର ସ୍ତର ବଢ଼ାଇବା ସହ ଦୁଇ ବନ୍ଧୁ ରାଷ୍ଟ୍ର ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ବୃଦ୍ଧି କରିବ।

ମେଘାଳୟ ଶକ୍ତି ସାମରିକ ଅଭ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026

ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି

January 10, 2026

ଆର୍ଥିକ ସ୍ୱାବଲମ୍ବନ ଏବଂ ସ୍ୱାୟତ୍ତତା ହାସଲ କରିବା ଲାଗି ଆତ୍ମନିର୍ଭର ହେଉଛି ଭାରତ: ଶକ୍ତିକାନ୍ତ ଦାସ

January 10, 2026
Latest News

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ୮୯୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ କଲେ ଭିତ୍ତିପ୍ରସ୍ତର ସ୍ଥାପନ

January 10, 2026

ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି

January 10, 2026

ଆର୍ଥିକ ସ୍ୱାବଲମ୍ବନ ଏବଂ ସ୍ୱାୟତ୍ତତା ହାସଲ କରିବା ଲାଗି ଆତ୍ମନିର୍ଭର ହେଉଛି ଭାରତ: ଶକ୍ତିକାନ୍ତ ଦାସ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.